/odishatv-khabar/media/post_attachments/uploadimage/library/16_9/16_9_0/Narcotics_1755163388.jpg)
Narcotics
ଜଣାପଡ଼ିଛି ଯେ ଚରସ, ହେରୋଇନ, ବ୍ରାଉନ ସୁଗର ଏବଂ ଡୋଡା (ଅଫିମ ଭୁସି) ପରି ନିଶାଦ୍ରବ୍ୟର ଜବତ ମାତ୍ରାରେ ମଧ୍ୟ ବୃଦ୍ଧି ହୋଇଛି। ଡାକ୍ତରମାନେ କହୁଛନ୍ତି ଯେ ନିଶାରେ ଆସକ୍ତ ଲୋକମାନେ ଏହାକୁ ମଦର ବିକଳ୍ପ ଭାବେ ବ୍ୟବହାର କରୁଛନ୍ତି। ଆର୍ଥିକ ଅପରାଧ ଶାଖାର ଡେପୁଟି ଇନ୍ସପେକ୍ଟର ଜେନେରାଲ ମାନବଜିତ ଧିଲ୍ଲୋନ ମଧ୍ୟ ରାଜ୍ୟରେ ନିଶାଦ୍ରବ୍ୟ ସେବନରେ ବୃଦ୍ଧିକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ମଦ ନିଷେଧ ହେବା ପରେ ପରେ ଆମେ ଗ୍ରାମାଞ୍ଚଳରେ ଗଞ୍ଜେଇ ଏବଂ ସହରାଞ୍ଚଳରେ ହେରୋଇନ୍ ବ୍ୟବହାରରେ ବୃଦ୍ଧି ଦେଖିଛୁ। ସହରାଞ୍ଚଳରେ ଯୁବକମାନେ ବ୍ରାଉନ ସୁଗର ଏବଂ କଫ ସିରପ ପରି ସିନ୍ଥେଟିକ ନିଶାଦ୍ରବ୍ୟର ଦ୍ରୁତ ବ୍ୟବହାର କରୁଛନ୍ତି।
ବିହାରର ରାଜଧାନୀ ପାଟଣାର ଦୁଇଟି ପ୍ରମୁଖ ସରକାରୀ ହସ୍ପିଟାଲ ପାଟନା ମେଡିକାଲ କଲେଜ ଓ ହସ୍ପିଟାଲ (ପିଏମସିଏଚ) ଏବଂ ଇନ୍ଦିରା ଗାନ୍ଧୀ ଆୟୁର୍ବିଜ୍ଞାନ ସଂସ୍ଥାନ (ଆଇଜିଆଇଏମଏସ)ର ଡାକ୍ତରମାନେ ଏତ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । ଗତ ସାତ ବର୍ଷ ମଧ୍ୟରେ ନିଶାଦ୍ରବ୍ୟ, ନିଦ ବଟିକା ଓ ପେନ୍ କିଲର୍ ଔଷଧ ପ୍ରତି ଲୋକଙ୍କ ଆସକ୍ତି ବଢ଼ିଛି । ଆସକ୍ତ ଲୋକଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି । ବିହାରରେ ଗତ ଆଠ ବର୍ଷ ମଧ୍ୟରେ ନିଶାଦ୍ରବ୍ୟ ବ୍ୟବହାର କେସ୍ ଚାରି ଗୁଣ ଅଧିକ ବୃଦ୍ଧି ପାଇଛି।
୨୦୧୬ ମସିହାରେ ଏପରି ୫୧୮ ମାମଲା ରୁଜୁ ହୋଇଥିଲା। କିନ୍ତୁ ୨୦୨୪ ମସିହାରେ ଏହା ବୃଦ୍ଧି ପାଇ ୨୪୧୧ରେ ପହଞ୍ଚିଛି। ଡାକ୍ତର ଓ ତଦନ୍ତକାରୀ ଅଧିକାରୀମାନେ ନିଶାଦ୍ରବ୍ୟ ବ୍ୟବହାର ବୃଦ୍ଧିକୁ ଲିକର୍ ବ୍ୟାନ ବା ମଦ ନିଷେଧାଜ୍ଞା ସହ ଦେଖୁଛନ୍ତି। ୨୦୧୬ ମସିହାରେ ବିହାରରେ ମଦ ନିଷେଧ କରାଯାଇଥିଲା।
ବିହାର ପୋଲିସର ଆର୍ଥିକ ଅପରାଧ ଶାଖା ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ଆଠ ବର୍ଷ ମଧ୍ୟରେ ନାର୍କୋଟିକ୍ସ ଡ୍ରଗ୍ସ ଏଣ୍ଡ ସାଇକୋଟ୍ରପିକ ସବଷ୍ଟାନ୍ସ (ଏନଡିପିଏସ) ଆକ୍ଟ, ୧୯୮୫ ଅଧୀନରେ ଗିରଫ ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ୨୦୧୬ ମସିହାରେ ଏହି ସଂଖ୍ୟା ୪୯୬ ଥିଲା, ଯାହା ୨୦୨୪ ମସିହାରେ ବୃଦ୍ଧି ପାଇ ୧୮୧୩ ହୋଇଛି। ଏହି ବର୍ଷ ମେ ମାସ ପର୍ଯ୍ୟନ୍ତ ଏନଡିପିଏସ ଆକ୍ଟ ଅଧୀନରେ ୫୬୯ଟି ମାମଲା ରୁଜୁ ହୋଇଛି ଏବଂ ୫୭୭ ଜଣଙ୍କୁ ଗିରଫ କରାଯାଇଛି।
ଆଇଜିଆଇଏମଏସରେ ମାନସିକ ରୋଗ ବିଭାଗର ମୁଖ୍ୟ ଡା. ରାଜେଶ କୁମାର କହିଛନ୍ତି, ମଦ ଉପରେ ନିଷେଧାଜ୍ଞା ପରେ ବିହାରର ଅଧିକାଂଶ ନିଶାଖୋର ସହଜରେ ଉପଲବ୍ଧ ଏବଂ ଶସ୍ତା ଜିନିଷର ସେବନ ଆରମ୍ଭ କରିଛନ୍ତି।
ଡାକ୍ତରମାନେ କହିଛନ୍ତି ଯେ ଗତ ସାତ ବର୍ଷ ମଧ୍ୟରେ ପ୍ରତି ମାସରେ ସେମାନଙ୍କ ନିକଟରେ ଅତି କମରେ ୨୦୦ ଏପରି ରୋଗୀଙ୍କର ଚିକିତ୍ସା କରାଯାଇଛି। ଏହି ରୋଗୀଙ୍କ ମଧ୍ୟରୁ ଅଧିକାଂଶ ହେରୋଇନ, ବ୍ରାଉନ ସୁଗର, ଗଞ୍ଜେଇ, ଅଫିମ ପରି ନିଶାଦ୍ରବ୍ୟ କିମ୍ବା ଇନହେଲେଣ୍ଟ (ଗୁଣ୍ଡ, ହ୍ୱାଇଟନର, ବୋନଫିକ୍ସ)ରେ ଆସକ୍ତ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)