ଆସନ୍ତା ସାଧାରଣତନ୍ତ୍ର ଦିବସରେ ଭାରତର ମୁଖ୍ୟ ଅତିଥି ହୋଇପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଗତ G-20 ବୈଠକ ଅବସରରେ ଭାରତ-ଆମେରିକା ଦ୍ୱିପାକ୍ଷିକ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଇଡେନଙ୍କୁ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ଲାଗି ନିମନ୍ତ୍ରଣ କରିଛନ୍ତି।
ଏନେଇ ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ଏରିକ୍ ଗରସେଟ୍ଟି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାଇଡେନ୍ ଭାରତର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ଲାଗି ମୋଦିଙ୍କ ପକ୍ଷରୁ ନିମନ୍ତ୍ରଣ ମିଳିଛି।
Also Read
ତେବେ ବାଇଡେନେଙ୍କୁ କେବଳ ନିମନ୍ତ୍ରଣ ମିଳିଥିବା ବେଳେ ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କ ଭାରତ ଗସ୍ତ ନେଇ କୌଣସି ସୂଚନା ଏଯାଏ ହସ୍ତଗତ ହୋଇନାହିଁ।