IAS Ankit Agrawal
ଦୃଢ଼ ଇଚ୍ଛାଶକ୍ତି ଆଣିଦେଲା ସଫଳତା । ବାରମ୍ବାର ବିଫଳତା ପରେ ସଫଳତାର ସ୍ୱାଦ ଚାଖିଲେ ଅଙ୍କିତ । ଇଞ୍ଜିନିୟରରୁ ବନିଗଲେ IAS ଅଫିସର । ଏ ହେଉଛନ୍ତି ରାଜଗାଙ୍ଗପୁରର ଅଙ୍କିତ ଅଗ୍ରୱାଲ । ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୨୯୭ ରାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଆଉ ନିଜ ପରିବାର ଓ ଅଞ୍ଚଳ ପାଇଁ ଆଣି ଦେଇଛନ୍ତି ଗୌରବ ।
ଅଙ୍କିତଙ୍କ ବାପା କମଲ ଅଗ୍ରୱାଲ ଜଣେ ବ୍ୟବସାୟୀ । ଆଉ ମା’ ଗୃହିଣୀ । ନିଜ ପୁଅର ଏହି ସଫଳତାକୁ ନେଇ ବେଶ୍ ଖୁସି ଅଛନ୍ତି ଉଭୟ ବାପା-ମା’ । ସେପଟେ ନିଜର ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ତାଙ୍କୁ ସଫଳତା ଆଣିଦେଇଥିବା ଅଙ୍କିତ କହିଛନ୍ତି । ତାଙ୍କର କହିବା ଅନୁସାରେ ଇଞ୍ଜିନିୟରିଂ ଚାକିରି ଛାଡି ପ୍ରଶାସନିକ ସେବାରେ ଯୋଗଦେବାକୁ ଇଚ୍ଛା ଥିଲା । ତେଣୁ ସେ କାମ ଭିତରେ ମଧ୍ୟ ପାଠପଢ଼ା ଜାରି ରଖିଥିଲେ । ପୂର୍ବରୁ ଅଙ୍କିତ ୩ଥର ପରୀକ୍ଷା ଦେଇଥିଲେ ମଧ୍ୟ ତାଙ୍କୁ ସଫଳତା ମିଳିପାରିନଥିଲା । ହେଲେ ନିଜର ଧୈର୍ଯ୍ୟ ନହରାଇ ବାରମ୍ବାର ପ୍ରୟାସ କରିଚାଲିଥିଲେ ସେ । ଯାହା ପାଇଁ ଆଜି ସେ ଏହି ସଫଳତା ପାଇପାରିଛନ୍ତି ।
ଅଧିକ ପଢ଼ନ୍ତୁ: Success Story: ସଂଘର୍ଷର ଜିତାପଟ; କନଷ୍ଟେବଳରୁ UPSC ରାଙ୍କ ନଂ ୭୮୦...
ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛନ୍ତି ଅଙ୍କିତ । ଯୁବପିଢ଼ିଙ୍କୁ ନିଜ ଲକ୍ଷ୍ୟରେ ଯିବାକୁ ହେଲେ ବିଫଳତାକୁ ନେଇ ଭଙ୍ଗି ନପଡ଼ି ଆଗକୁ ବଢ଼ିବାକୁ ସେ ପରାମର୍ଶ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713688384.jpg)