/odishatv-khabar/media/post_attachments/uploadimage/library/16_9/16_9_0/s_1691819299.jpg)
Up To 10 Years Jail For Marrying Woman By Concealing Identity
ପରିଚୟ ଲୁଚାଇ ବାହା ହେଲେ ହୋଇପାରେ ଜେଲ୍। ବର୍ଷେ ନୁହେଁ କି ଦୁଇ ବର୍ଷେ ନୁହେଁ ଏଥିପାଇଁ ଆପଣଙ୍କୁ ୧୦ ବର୍ଷ ଯାଏ ମଧ୍ୟ ଜେଲ୍ ଦଣ୍ଡାଦେଶ ମିଳିପାରେ। ପରିଚୟ ଲୁଚାଇ ଯଦି କୌଣସି ଯୁବତୀଙ୍କୁ ବିବାହ କରନ୍ତି କିମ୍ବା ପଦୋନ୍ନତି ଓ ଚାକିରିର ପ୍ରଲୋଭନ ଦେଖାଇ ସମ୍ପୃକ୍ତ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି, ତା’ହେଲେ ଏଥିପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ମିଳିପାରେ। ଏନେଇ ଶୁକ୍ରବାର ଦିନ ସଂସଦରେ ଏକ ବିଲ୍ ଉପସ୍ଥାପିତ କରାଯାଇଛି। ଯେଉଁଥିରେ ଏହି ଅପରାଧ ସହ ଜଡ଼ିତ ପ୍ରଥମ ଥର ପାଇଁ ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥାର ପ୍ରସ୍ତାବ ଦିଆଯାଇଛି।
୧୮୬୦ର ଆଇପିସିକୁ ବଦଳାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ବିଲ୍ ଆଗତ କରିଥିଲେ। ମହିଳାଙ୍କ ପ୍ରତି ହେଉଥିବା ଅପରାଧ ସହ ଜଡ଼ିତ ବ୍ୟବସ୍ଥା ଉପରେ ଏହି ବିଲ୍ରେ ବିଶେଷ ଧ୍ୟାନ ଦିଆଯାଇଛି। ଅମିତ ଶାହ କହିଛନ୍ତି, ‘ଏହି ବିଲ୍ରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ଓ ସେମାନେ ସମ୍ମୁଖୀନ କରୁଥିବା ଅନେକ ସମସ୍ୟାର ସମାଧାନ କରାଯାଇଛି। ବିବାହ, ଚାକିରି ପ୍ରଲୋଭନ ଓ ପରିଚୟ ଲୁଚାଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପ୍ରଥମ ଥର ପାଇଁ ଅପରାଧ ଶ୍ରେଣୀଭୁକ୍ତ କରାଯାଇଛି’।
ବିଲ୍ରେ କୁହାଯାଇଛି ଯେ, ‘ଯଦି କୌଣସି ବ୍ୟକ୍ତି ଧୋକା ଦେଇ କିମ୍ବା ବିବାହ ଉଦ୍ଦେଶ୍ୟ ନରଖି ଯୁବତୀଙ୍କୁ ବିବାହ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି ଓ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି, ତା’ହେଲେ ପୂର୍ବରୁ ଏହାକୁ ଦୁଷ୍କର୍ମ ଅପରାଧ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇନଥିଲା। ହେଲେ ଏବେ ଏଥିପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ମିଳିବ ଓ ଜରିମାନା ମଧ୍ୟ ଲାଗିପାରେ।’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)