Advertisment

Mohit Yadav's Tragic Demise: ସ୍ତବ୍ଧ କଲା ଆଉ ଜଣେ ଅତୁଲ ସୁଭାଷଙ୍କ ମୃତ୍ୟୁ, ପତ୍ନୀଙ୍କ ନିର୍ଯାତନା ସହିନପାରି ଜୀବନ ହାରିଲେ ମୋହିତ ଯାଦବ

୩୩ ବର୍ଷୀୟ ମୋହିତ ନିଜ ଜୀବନକୁ ଶେଷ କରିବା ପୂର୍ବରୁ ଅତୁଲ ସୁଭାଷଙ୍କ ଭଳି ଭିଡିଓ ଜାରି କରି ନ୍ୟାୟ ମାଗିଛନ୍ତି । ନ୍ୟାୟ ନ ମିଳିଲେ ତାଙ୍କ ଚିତାଭସ୍ମକୁ ରାସ୍ତା କଡ଼ ନାଳରେ ଫୋପାଡ଼ି ଦେବାକୁ ନିବେଦନ କରିଛନ୍ତି ।

ଅଦ୍ୟତନ ହୋଇଛି
undefined

ଡ୍ରେନରେ ଫିଙ୍ଗିଦେବ ମୋ ଚିତାଭସ୍ମ

Advertisment

ପୁଣି ଥରେ ଦେଶକୁ ସ୍ତବ୍ଧ କରିଛି ଆଉ ଜଣେ ଅତୁଲ ସୁଭାଷଙ୍କ ମୃତ୍ୟୁ ଖବର । ବେଙ୍ଗାଲୁରର ଆଇଟି ପ୍ରଫେସନାଲ ଅତୁଲ ସୁଭାଷଙ୍କ ଭଳି ଉତ୍ତର ପ୍ରଦେଶ ଇଟାୱାର ଏକ ହୋଟେଲରେ ଜଣେ ଯୁବକ ଆଖି ବୁଜିଛନ୍ତି । ପତ୍ନୀ ଓ ତାଙ୍କ ପରିବାର ସଦସ୍ୟଙ୍କ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ସୀମା ଟପିଲା । ଏଥିରୁ ମୁକ୍ତି ପାଇବା ପାଇଁ ଶେଷରେ ନିଜକୁ ହିଁ ଶେଷ କରିଦେଇଛନ୍ତି ଉତ୍ତର ପ୍ରଦେଶ ଔରିଆର ଆଇଟି ଇଞ୍ଜିନିୟର ମୋହିତ ଯାଦବ ।

Advertisment

୩୩ ବର୍ଷୀୟ ମୋହିତ ନିଜ ଜୀବନକୁ ଶେଷ କରିବା ପୂର୍ବରୁ ଅତୁଲ ସୁଭାଷଙ୍କ ଭଳି ଭିଡିଓ ଜାରି କରି ନ୍ୟାୟ ମାଗିଛନ୍ତି । ନ୍ୟାୟ ନ ମିଳିଲେ ତାଙ୍କ ଚିତାଭସ୍ମକୁ ରାସ୍ତା କଡ଼ ନାଳରେ ଫୋପାଡ଼ି ଦେବାକୁ ନିବେଦନ କରିଛନ୍ତି । ମୋହିତ ନିଜ ଜୀବନକୁ ଶେଷ କରିବା ପୂର୍ବରୁ ଅଭିଯୋଗ କରିଛନ୍ତି ଯେ, ସ୍ତ୍ରୀ ଏବଂ ଶ୍ବଶୁର ଘର ଲୋକେ ମିଛ କେସରେ ଫସାଇ ନିର୍ଯ୍ୟାତନା ଦେଉଥିଲେ । ମୋହିତ ଏହା ବି ଉଲ୍ଲେଖ କରିଛନ୍ତି ଯେ, ସେ ପ୍ରେମ ବିବାହ କରିଥିଲେ । ୭ ବର୍ଷର ସମ୍ପର୍କ ପରେ ମୋହିତ ନିଜ ବାନ୍ଧବୀ ପ୍ରିୟା ଯାଦବଙ୍କୁ ୨୦୨୩ ମସିହାରେ ବିବାହ କରିଥିଲେ । ବିବାହ ପରେ ଶାଶୁ ସମସ୍ତ ଗହଣା ଗାଣ୍ଠି ନିଜ ପାଖରେ ରଖିଦେଲେ ଏପରିକି ମୋହିତ ବିବାହ ବେଳେ ଯୌତୁକ ଦାବି କରନଥିଲେ ମଧ୍ୟ ସ୍ତ୍ରୀ ଓ ଶାଶୁ ଘର ଲୋକେ ଯୌତୁକ ଜନିତ ନିର୍ଯ୍ୟାତନା ମାମଲା ରୁଜୁ କରାଇଦେବାକୁ ଡରାଇ ରଖୁଥିଲେ ବୋଲି ମୃତ୍ୟୁ ପୂର୍ବରୁ କହିଛନ୍ତି ମୋହିତ ।

ଅଧିକ ପଢ଼ନ୍ତୁ: ବାହାଘର ନାଁରେ ବଡ଼ ଧୋକା; କନିଆଁ ବଦଳରେ...

ସବୁଠାରୁ ବଡ଼ କଥା ହେଉଛି ମୋହିତଙ୍କ ପତ୍ନୀ ପ୍ରିୟା କୁଆଡ଼େ ସମସ୍ତ ସମ୍ପତି ତାଙ୍କ ନାଁରେ କରିବାକୁ ବାରମ୍ବାର ଚାପ ପକାଉଥିଲେ । ଏମିତି ନ କଲେ ମିଛ କେସରେ ଫସାଇ ଦେବାକୁ ଧମକ ଦେଉଥିବା କହିଛନ୍ତି ମୋହିତ । ପ୍ରିୟା ଦୁଇ ମାସ ପୂର୍ବରୁ ବିହାରର ସମସ୍ତିପୁରରେ ଶିକ୍ଷୟିତ୍ରୀ ଭାବରେ ଚାକିରି ପାଇଥିଲେ। ପ୍ରିୟା ଗର୍ଭବତୀ ଥିଲେ । ଶାଶୁଙ୍କ କଥାରେ ସେ ଗର୍ଭନଷ୍ଟ କରି ଦେଇଥିବା କଥା ବି କହିଛନ୍ତି ମୋହିତ । ଖବର ପାଇ ଫରେନସିକ୍ ଦଳ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି। ମୋହିତଙ୍କ ମୋବାଇଲ୍, ଜୀବନ ହାରିବା ପୂର୍ବର ଭିଡିଓ ଏବଂ ସୁଇସାଇଟ ନୋଟକୁ ପୋଲିସ ଜବତ କରିଛି। ପରିବାର ସଦସ୍ୟଙ୍କ ଅଭିଯୋଗ ଏବଂ ଭିଡିଓ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି ।

Advertisment
Uttar Pradesh Tragic Incident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ