• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାତ୍ର ୨୦ ଟଙ୍କା । ଆଜିକାଲି ଭିକ୍ଷାରୀକୁ ବି ଲୋକ ୨୦ ଟଙ୍କା ଦାନ କରିଦେଉଛନ୍ତି । ଏମିତିକି ରେଷ୍ଟୁରାଣ୍ଟରେ ଖାଇସାରିବା ପରେ ସାଧାରଣ ମଧ୍ୟବିତ ଶ୍ରେଣୀର ଲୋକ ବି ୧୦୦ - ୨୦୦ ଟଙ୍କା ଟିପ୍ସ ଦେଇ ଦିଅନ୍ତି । ତେବେ ଆପଣଙ୍କୁ ଆମେ ଯଦି କହିବୁ ୨୦ ଟଙ୍କା ପାଇଁ ଜଣେ ବ୍ୟକ୍ତି ୨୨ ବର୍ଷ ଧରି କୋର୍ଟରେ ଲଢ଼େଇ କରୁଥିଲା । ଆଉ ଶେଷରେ ଜିତିଲା । ତେବେ ଆପଣ ଏକଥା ଶୁଣି ପ୍ରଥମେ ହସିବେ ନିଶ୍ଚୟ । କାରଣ ୨୦ ଟଙ୍କା ହଜିଯିବା କି କିଏ ନେଇଯିବା କୌଣସି ବଡ଼ କଥା ନୁହେଁ ବର୍ତ୍ତମାନ ସମୟରେ ।

ଆପଣ ଜାଣିଲେ ଆହୁରି ଆଶ୍ଚର୍ଯ୍ୟ ହେବେ, ଏହି ୨୦ ଟଙ୍କା ପାଇଁ ଯାହା ସହ କୋର୍ଟରେ ଲଢ଼େଇ ହେଉଥିଲା ସେ ଆଉ କେହି ନୁହେଁ । ସେ ହେଉଛି ଆମ ଭାରତୀୟ ରେଳ ବିଭାଗ । ଜଣେ ବ୍ୟକ୍ତି ଯିଏ କି ପେଶାରେ ଜଣେ ଆଇନଜୀବୀ, ସେ ଭାରତୀୟ ରେଳ ବିଭାଗ ବିରୋଧରେ କୋର୍ଟରେ ସାମାନ୍ୟ ୨୦ ଟଙ୍କା ପାଇଁ କେସ୍‌ କରିଥିଲେ । ଆ ୨୨ ବର୍ଷ ଧରି ଲଢ଼େଇ ଜାରି ରଖିଥିଲେ । ଏମିତିକି ଏହି କେସ୍‌ରେ ସେ ୧୦୦ ଥର ହାଜର ହୋଇଛନ୍ତି । ଆଉ ଏନେଇ ଶୁଣାଣି ମଧ୍ୟ ହୋଇଛି । ଆଇନଜୀବୀ ଜଣଙ୍କ କହିଛନ୍ତି ତାଙ୍କୁ ଏଥିପାଇଁ ଅନେକ ପରିଶ୍ରମ କରିବାକୁ ପଡ଼ିଛି ।

ଏହି ଘଟଣା ହେଉଛି ଉତ୍ତର ପ୍ରଦେଶର । ଭାରତୀୟ ରେଳ ବିଭାଗ ବିରୋଧରେ ୨୦ ଟଙ୍କା ପାଇଁ କେସ୍‌ କରି ୨୨ ବର୍ଷ ପରେ ଜଣେ ଆଇନ୍‌ଜୀବୀ ବିଜୟ ହୋଇଛନ୍ତି । ତାଙ୍କ ସପକ୍ଷରେ କୋର୍ଟ ରାୟ ଶୁଣାଇଛନ୍ତି ।

୧୯୯୯ ମସିହାରେ ତୁଙ୍ଗନାଥ ଚତୁର୍ବେଦୀ, ଯିଏ କି ଜଣେ ଆଇନଜୀବୀ । ସେ ମଥୁରାରୁ ମୋରାଦାବାଦ ଯିବା ପାଇଁ ଦୁଇଟି ରେଳ ଟିକେଟ୍ କାଟିଲେ । ପ୍ରତି ଟିକେଟ୍‌ର ଦାମ ଥିଲା ୩୫ ଟଙ୍କା । ହେଲେ ଟିକେଟ୍ ବୁକିଂ କାଉଣ୍ଟରରେ ବସିଥିବା କ୍ଲର୍କ ଜଣକ ତାଙ୍କଠାରୁ ମୋଟ ଦୁଇଟା ଟିକେଟ ପାଇଁ ୭୦ ଟଙ୍କା ନେବା ପରୀବର୍ତ୍ତେ ୯୦ ଟଙ୍କା ରଖିଥିଲା । ଆଇନଜୀବୀ ଜଣକ ୭୦ ଟଙ୍କାର ଟିକେଟ ପାଇଁ ସେ ଗୋଟିଏ ୧୦୦ ଟଙ୍କିଆ ନୋଟ ଦେଇଥିଲେ । କ୍ଲର୍କ ଜଣଙ୍କ ତାଙ୍କୁ ୩୦ ଟଙ୍କା ପରିବର୍ତ୍ତେ ୧୦ ଟଙ୍କା ଫେରାଇଥିଲେ । ଅର୍ଥା ୨୦ ଟଙ୍କା ଅତିରିକ୍ତ ନେଇଥିଲା ରେଳ ବିଭାଗ ।

ତେବେ ଏନେଇ ଚତୁର୍ବେଦୀ ସଙ୍ଗେ ସଙ୍ଗେ ଅଭିଯୋଗ କରିଥିଲେ । କିନ୍ତୁ ତାଙ୍କ ଅଭିଯୋଗକୁ କେହି ଶୁଣିନଥିଲେ । ତାଙ୍କୁ ୨୦ ଟଙ୍କା ମଧ୍ୟ କେହି ଫେରାଇନଥିଲେ । ତେଣୁ ସେ ଉତ୍ତର ପୂର୍ବ ରେଳ ବିଭାଗ ଏବଂ ସମ୍ପକୃ କ୍ଲର୍କଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ନିଷ୍ପତ୍ତି ନେଲେ । ପରେ ମଥୁରା କଞ୍ଜୁମର କୋଟରେ ପିଟିସନ୍ ମଧ୍ୟ ଦାୟର କଲେ ।

ତେବେ ଏହି ମାମଲା ଶୁଣାଣି ବେଳେ ରେଳ ବିଭାଗ ପକ୍ଷରୁ ଅନେକ ଥର ଚେଷ୍ଟା କରାଯାଇଛି, ଯେମିତି ଏହି କେସ୍‌ଟି ଡିସ୍‌ମିସ୍‌ ହୋଇଯାଉ । କିନ୍ତୁ ୨୦୨୧ରେ ସୁପ୍ରିମ୍‌କୋର୍ଟଙ୍କ ଏକ ମାମଲାର ଦ୍ୱାହି ଦେଇ ଏହି ମାମଲାକୁ ଜୀବିତ ରଖାଯାଇଥିଲା ବୋଲି ଖୋଦ ଚର୍ତୁବେଦୀ ସୂଚନା ଦେଇଛନ୍ତି ।  

ସବୁଠାରୁ ବଡ଼ କଥା ହେଲା, ଚତୁର୍ବେଦୀଙ୍କ ଆବେଦନର ଶୁଣାଣି କରି କୋର୍ଟ ରାୟ ପ୍ରକାଶ କରିଛନ୍ତି । ସେଥିରେ ରେଳ ବିଭାଗକୁ ଭର୍ତ୍ସନା କରିବା ସହ ୧୫୦୦୦ ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେ ଦେଇଛନ୍ତି । ଏହି ଜୋରିମାନା ଅର୍ଥ ଚର୍ତୁବେଦୀଙ୍କୁ ଦେବା ପାଇଁ ମଧ୍ୟ ର୍କ୍ଟ କହିଛନ୍ତି । ଖାଲି ସେତିକି ନୁହେଁ ୨୨ ବର୍ଷ ଧରି ତାଙ୍କର ୨୦ ଟଙ୍କା ରଖିଥିବାରୁ ତାକୁ ୧୨ପ୍ରତିଶତ ସୁଧ ସହ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ୩୦ ଦିନ ଭିତରେ ରେଳ ବିଭାଗ ଟଙ୍କା ନଦେଲେ ସୁଧ ହାର ୧୫ ପ୍ରତିଶତ ହେବ ବୋଲି କହିଛନ୍ତି ।

ତେବେ କୋର୍ଟଙ୍କ ରାୟ ପ୍ରକାଶ ପରେ ଚତୁର୍ବଦୀ କହିଛନ୍ତି ଯେ, ଏହି ଲଢ଼େଇ ଟଙ୍କା ପାଇଁ ନଥିଲା । ଏହି ଲଢ଼େଇ ଦୁର୍ନୀତି ବିରୋଧରେ ଥିଲା । ଏହି ଲଢ଼େଇ କେବଳ ନ୍ୟାୟ ପାଇଁଥିଲା ।