• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଶ୍ୱକପ୍‌ ମ୍ୟାଚ୍‌ ପାଇଁ ପୁଅକୁ ଜୀବନରୁ ମାରିଦେଲା ବାପା । ମ୍ୟାଚ୍‌ ଚାଲିଥିବା ବେଳେ ପୁଅ ଟିଭି ବନ୍ଦ କରିଦେବାରୁ ରାକ୍ଷାସ ପାଲଟିଲା ବାପା । ମୋବାଇଲ୍‌ ଚାର୍ଜର୍‌ରେ ତଣ୍ଟି ଚିପି ପୁଅକୁ ମାରିଦେଲା । ଏଭଳି ଘଟଣା ଉତ୍ତରପ୍ରଦେଶ କାନପୁରରେ ଦେଖିବାକୁ ମିଳିଛି ।

ରବିବାର ବିଶ୍ୱକପ୍‌ ଫାଇନାଲରେ ଦୁଇ ହେଭିୱେଟ୍‌ ଟିମ୍‌ ଭାରତ-ଅଷ୍ଟ୍ରେଲିଆ ସାମ୍ନାସାମ୍ନି ହୋଇଥିଲେ । ଏହି ମ୍ୟାଚ୍‌କୁ ନେଇ ଦେଶବାସୀଙ୍କ ମନରେ ବେଶ୍‌ ଉତ୍ସାହ ରହିଥିଲା । ଫାଇନାଲ୍‌ରେ ଭାରତର ପରାଜୟକୁ ନେଇ ଫ୍ୟାନ୍ସ ମଧ୍ୟ ନିରାଶ ହୋଇଥିଲେ । ଏମିତିକି କିଛି ଯୁବକ ମଧ୍ୟ ନିଜ ଜୀବନ ମଧ୍ୟ ହାରିଦେଇଥିଲେ । କିନ୍ତୁ ୟୁପିରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ବିଶ୍ୱକପ୍‌ ମ୍ୟାଚ୍‌ ଦେଖିବା ପାଇଁ ନିଜ ପୁଅକୁ ଜୀବନରୁ ମାରିଦେଇଛି ବାପା । ଏହି ଘଟଣାରେ କାନପୁର ପୋଲିସ୍‌ ଅଭିଯୁକ୍ତ ବାପାକୁ ଗିରଫ କରିଛି ।

ପୋଲିସର କହିବାନୁଯାୟୀ ୟୁପିର ଗଣେଶ ପ୍ରସାଦ ନାମକ ଜଣେ ଲୋକ ଟିଭିରେ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଦେଖୁଥିଲେ । ଏହି ସମୟରେ ପୁଅ ଦୀପକ ତାଙ୍କୁ ରାତି ଖାଇବା ପ୍ରସ୍ତୁତ କରିବା ପାଇଁ କହିଥିଲେ । ଗଣେଶ କିନ୍ତୁ ପୁଅର କଥାକୁ ଶୁଣିନଥିଲେ । ଏହାଦେଖି ପୁଅ ଟିଭି ସୁଇଚ୍‌କୁ ବନ୍ଦ କରିଦେଇଥିଲା । ଗଣେଶ ରାଗିଯାଇ ପୁଅ ସହ ପାଟିଟୁଣ୍ତ କରିଥିଲେ । କଥା ଏତେ ବାଟ ଆଗକୁ ବଢ଼ିଯାଇଥିଲା ଯେ ଗଣେଶ ତାଙ୍କ ପୁଅର ଜୀବନ ନେବାକୁ ପଛାଇ ନଥିଲେ । ସେ ମୋବାଇଲ୍‌ ଚାର୍ଜରରେ ପୁଅର ତଣ୍ଟି ଚିପି ହତ୍ୟା କରିଥିଲେ । ଘଟଣାସ୍ଥଳରେ ହିଁ ପୁଅ ଦୀପକ ପ୍ରାଣ ହରାଇଥିଲେ ।

ଘଟଣାକୁ ନେଇ ଏସିପି ବ୍ରିଜ ନାରାୟଣ ସିଂହ କହିଛନ୍ତି, ଦୀପକ ବାରମ୍ବାର ମଦ ପିଉଥିବାରୁ ଏହାକୁ ନେଇ ବାପ-ପୁଅଙ୍କ ମଧ୍ୟରେ ସବୁବେଳେ ପାଟିତୁଣ୍ଡ ହେଉଥିଲା । ତେବେ ରବିବାର ଫାଇନାଲ ମ୍ୟାଚ୍‌ରେ ଦୀପକ ବିଭ୍ରାଟ ସୃଷ୍ଟି କରିବାରୁ ଗଣେଶ ତା’କୁ ତଣ୍ଟି ଚିପି ମାରି ଦେଇଛି । କିଛିଦିନ ପୂର୍ବେ ଦୀପକ ନିଜ ମାଆକୁ ବାଡ଼ାବାଡ଼ି କରିଥିବାରୁ ତାଙ୍କ ମାଆ ଘର ଛାଡ଼ି ପଳାଇଥିଲେ । ପୋଲିସ ଅଭିଯୁକ୍ତକୁ ଧରି ଘଟଣାର ଅଧିକ ତଦନ୍ତ କରୁଛି ।