• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଇଚ୍ଛାମୃତ୍ୟୁ ମାଗିଲେ ମହିଳା ବିଚାରପତି । ଜିଲ୍ଲା ଜଜ୍ ଓ ତାଙ୍କ ସହଯୋଗୀଙ୍କ ଯୌନ ନିର୍ଯାତନାରେ ଅତିଷ୍ଠ ହୋଇ ଇଚ୍ଛା ମୃତ୍ୟୁ ଲୋଡିଛନ୍ତି ଉତ୍ତରପ୍ରଦେଶର ଜଣେ ମହିଳା ଜଜ୍ । ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଏନେଇ ସେ ଚିଠି ଲେଖିଛନ୍ତି । ଇଚ୍ଛାମୃତ୍ୟୁ ସମ୍ପର୍କିତ ଏହି ଚିଠି ଭାଇରାଲ୍ ହେବା ପରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ । ଏନେଇ ସେ ଆହ୍ଲାବାଦ ହାଇକୋର୍ଟଙ୍କଠାରୁ ଏକ ରିପୋର୍ଟ ମାଗିଛନ୍ତି ।

ତେବେ ପୁରା କାହାଣୀଟି ହେଲା, ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରେ ଜଣେ କାର୍ଯ୍ୟରତ ମହିଳା ବିଚାରପତି ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି । ଏନେଇ ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଛନ୍ତି । ସେ ଲେଖିଛନ୍ତି ଯେ, ‘ମୁଁ ଏହି ଚିଠି ଦୁଃଖ ଏବଂ ଯନ୍ତ୍ରଣାର ସହ ଲେଖୁଛି । ବହୁ ଉତ୍ସାହ ଏବଂ ବିଶ୍ୱାସର ସହ ନ୍ୟାୟିକ ସେବାରେ ଯୋଗ ଦେଇଥିଲି । କିନ୍ତୁ ସ୍ୱଳ୍ପ ଚାକିରି କାଳ ଭିତରେ ଜାଣିବାକୁ ପାଇଲି ଯେ ନ୍ୟାୟ ମାଗିବା ଭିକ୍ଷା ମାଗିବା ସହ ସମାନ ।’

ସେ ଆହୁରି ଲେଖିଛନ୍ତି, ‘ମୋତେ ପୂରା ଅଦାଲତରେ ଅପମାନିତ କରାଗଲା, ଗାଳି ଦିଆଗଲା । ଚାକିରିରେ ଯୋଗଦେବାର କମ୍‌ ସମୟ ମଧ୍ୟରେ ମୋତେ ଯୌନ ନିର୍ଯାତନାର ଶିକାର ହେବାକୁ ପଡ଼ିଲା । ସର୍ବସମ୍ମୁଖରେ ଗାଳି ଶୁଣିଛି । ଅନ୍ୟମାନଙ୍କୁ ନ୍ୟାୟ ଦେଇଛି କିନ୍ତୁ ମୋ ବିଷୟରେ କିଏ ଚିନ୍ତା କରିବ ? ଭାରତରେ କାର୍ଯ୍ୟରତ ସମସ୍ତ ମହିଳାଙ୍କୁ ମୋର ନିବେଦନ ଯେ ସେମାନେ କାର୍ଯ୍ୟସ୍ଥଳୀରେ ଶାରୀରିକ ଶୋଷଣ ସହ ବଞ୍ଚିବା ଶିଖିଯାଆନ୍ତୁ । କାର୍ଯ୍ୟସ୍ଥଳୀରେ ଯୌନ ନିର୍ଯାତନାରୁ ସୁରକ୍ଷା (ପିଓଏସ୍‌ଏଚ୍‌) ଆକ୍ଟ କେବଳ ନାମକୁ ମାତ୍ର ।’

ନିଜକୁ ତୁଚ୍ଛ କରି ସେ ପୁଣି ଲେଖିଛନ୍ତି, ‘ନିର୍ଯାତନା ଅଭିଯୋଗ କଲେ ଆପଣଙ୍କୁ ଅତ୍ୟାଚାର କରାଯିବ । ମୋ କଥା ଶୀର୍ଷ ଅଦାଲତ ବି ଶୁଣିନାହାନ୍ତି । ଅଭିଯୋଗ କରିବା ଏବଂ ନ୍ୟାୟ ମାଗିବା ପରେ ମୋତେ କେବଳ ୮ ସେକେଣ୍ଡ ମିଳିଥିଲା । କେବଳ ମୋ ମାମଲା ନୁହେଁ ମୋ ଜୀବନ, ମର୍ଯ୍ୟାଦା ଏବଂ ଆତ୍ମାକୁ ଖାରଜ କରିଦିଆଯାଇଛି । ମୁଁ ଜୀବନ ହାରିବା କଥା ବିଚାର କରୁଛି । ଜଣେ ମହିଳା ବ୍ୟବସ୍ଥା ବିରୋଧରେ ସ୍ୱର ଉଠାଇବା ଭୁଲ୍‌ ବୋଲି ମୁଁ ଅନୁଭବ କରିସାରିଛି । ମୋ ଭାଗ୍ୟ ପାଇଁ କେହି ଦାୟୀ ନୁହନ୍ତି ।’

ମହିଳା ବିଚାରପତି ଜଣକ ଆହୁରି ମଧ୍ୟ ଚିଠିରେ ଲେଖିଛନ୍ତି, ‘ଜଣେ ଜିଲ୍ଲା ଜଜ୍‌ ତାଙ୍କୁ ରାତିରେ ଭେଟିବାକୁ ଡାକିଥିଲେ । ସେ ନଯିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିଲା । ଅନ୍ୟ କିଏ ଭୁଲ୍‌ କଲେ ବି ତାଙ୍କୁ ଦାୟୀ କରାଯାଉଥିଲା । ତାଙ୍କୁ ବାରାବାଙ୍କୀ ଜିଲ୍ଲା ବାର୍‌ ଆସୋସିଏସନ୍‌ ନ୍ୟାୟିକ କାର୍ଯ୍ୟରୁ ବହିଷ୍କାର କରିବାକୁ ପ୍ରସ୍ତାବ ପାରିତ କରାଯାଇଥିଲା । ଏହାପରେ ବାର୍‌ ଆସୋସିଏସନ୍‌ର ବରିଷ୍ଠ ଓକିଲ ଓ ଅନ୍ୟମାନେ ତାଙ୍କ କକ୍ଷରେ ପଶି ଦୁର୍ବ୍ୟବହାର କରିଥିଲେ । ଗାଳିଗୁଲଜ କରି କୋଠରୀର ବିଜୁଳି ବନ୍ଦ କରିଦେଇଥିଲେ । ତାଙ୍କୁ ଧମକ ମଧ୍ୟ ଦିଆଯାଇଥିଲା ।’