• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭଉଣୀମାନଙ୍କୁ ରାକ୍ଷୀରେ ଯୋଗୀଙ୍କ ବଡ଼ ଉପହାର । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ୟୁପିରେ ପ୍ରତ୍ୟେକ ଭଉଣୀମାନଙ୍କ ପାଇଁ କଲେ ମାଗଣା ବସ୍‌ ଯାତ୍ରା । ଦିନେ ନୁହେଁ ଦୁଇ ଦିନ ପାଇଁ ଏହି ମାଗଣା ବସ୍‌ ଯାତ୍ରା ବ୍ୟବସ୍ଥା କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୟୁପି ପରିବହନ ନିଗମ ଅଧିନରେ ଯେତେ ସବୁ ବସ୍‌ ରହିଛି ସେହି ବସ୍‌ରେ ଦୁଇ ଦିନ ପାଇଁ ମାଗଣା ଯାତ୍ରା କରିବେ ମହିଳା । ଏହି ସୁବିଧା ୧୦ ତାରିଖ ରାତି ୧୨ଟାରୁ ଆରମ୍ଭ ହୋଇ ୧୨ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ । ଆଜାଦୀ କା ଅମ୍ରିତ ମହୋତ୍ସବ ଉପଲକ୍ଷେ ଏହି ସୁବିଧା କରାଯାଇଥିବା କୁହାଯାଇଛି ।

ଏମିତିରେ ବି ପ୍ରତି ବର୍ଷ ୟୁପି ସରକାର ମାଆ ଓ ଭଉଣୀମାନଙ୍କୁ ରକ୍ଷା ବନ୍ଧନ ଦିନ ୨୪ ଘଣ୍ଟା ପାଇଁ ମାଗଣା ବସ୍‌ ସେବା ଯୋଗାଇଥାନ୍ତି । କିନ୍ତୁ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଇ ଦିନ ପାଇଁ ମା ଏବଂ ଭଉଣୀମାନଙ୍କୁ ମାଗଣା ବସ୍ ସେବା ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ପଯରେ ପରିବହନ ବିଭାଗ ଏହି ନିର୍ଦ୍ଦେଶ ପାଳନ କରିବା ଦିଗରେ କାର୍ଯ୍ୟ ଆରମ୍ଭ କରି ସାରିଛି ।

ପ୍ରତ୍ୟେକ ଥର ଭଳି, ଚଳିତ ବର୍ଷ ମଧ୍ୟ ଶ୍ରାବଣ ପୂର୍ଣ୍ଣିମା ବା ଭାଇ ଓ ଭଉଣୀଙ୍କ ସ୍ନେହର ଅନନ୍ୟ ପର୍ବ ରକ୍ଷା ବନ୍ଧନର ଶୁଭ ଅବସରରେ, ସିଏମ୍ ଯୋଗୀ ଆଦିତ୍ୟନାଥ ଭଉଣୀମାନଙ୍କୁ ମାଗଣା ବସ୍ ସେବା ଉପହାର ଦେଇଛନ୍ତି । କିନ୍ତୁ ଏଥର ଆଜାଦୀ କା ଅମୃତ ମହୋତ୍ସବକୁ ଏହାସହ ଯୋଡ଼ିଛନ୍ତି । ଗତ ବର୍ଷ ପ୍ରାୟ ସାଢ଼େ ୩ ଲକ୍ଷ ଭଉଣୀ ଏହି ସୁବିଧାର ଲାଭ ଉଠାଇଥିଲେ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ପରେ ପରିବହନ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ରାଜ୍ୟର ସମସ୍ତ ପରିବହନ ଅଧିକାରୀଙ୍କୁ ତୁରନ୍ତ ଏଦିଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ । ବସ୍ ସଫା କରିବା ପାଇଁ ମଧ୍ୟ କଡ଼ା ନିର୍ଦ୍ଦେଶ ରହିଛି । ଏହା ମଧ୍ୟ କୁହାଯାଇଛି ଯେ, ମହିଳା ଯାତ୍ରୀଙ୍କଠାରୁ ଯେଭଳି କୌଣସି ପ୍ରକାର ଅଭିଯୋଗ ଆସିବ ନାହିଁ ।