• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

'ବାପାମା’ ଆମକୁ ଏକା କରି ଚାଲିଗଲେ । ଆମେ ଦୁଇ ଭାଇଭଊଣୀ ଭାରି କଷ୍ଟରେ ଅଛୁ । ବାପା ଜଣେ ସରକାରୀ କର୍ମଚାରୀ ଥିଲେ କିନ୍ତୁ ଏପର୍ଯ୍ୟନ୍ତ ପେନସନ ମିଳୁନାହିଁ । ପେନସନ୍ ଦେବାପାଇଁ ମୁଁ କୁନି ପିଲାଟେ ଦୌଡ଼ି ଦୌଡ଼ି ଥକି ଗଲିଣି । ହେଲେ ପେନସନ୍ ଦେଉଥିବା ବାବୁ କିଛି ସହଯୋଗ କରୁନାହାନ୍ତି । ଆମକୁ ସାହାଯ୍ୟ କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିବେଦନ କରିଛନ୍ତି ଅନାଥ ଭାଇଭଉଣୀ ।' ଉନ୍ନାଓ ନିବାସୀ ବିରାଟ ମିଶ୍ର ତାଙ୍କ ଭଉଣୀ ପରୀ ମିଶ୍ରଙ୍କ ଏକ ଭାବପ୍ରବଣ ଭିଡିଓ ଭାଇରାଲ ହେଉଛି ।

୧୦ ବର୍ଷୀୟ ବିରାଟଙ୍କ ଏବଂ ୫ ବର୍ଷିୟ ପରୀଙ୍କ ବାପା ଆଶିଷ ମିଶ୍ର ଉନ୍ନାଓର ବିଗପୁରରେ ତହସିଲଦାରଙ୍କ ସରକାରୀ ଡ୍ରାଇଭର ଥିଲେ । ଚଳିତ ବର୍ଷ ଫେବୃଆରୀରେ ତାଙ୍କର ମୃତ୍ୟୁ ହୋଇଛି । ସେହିପରି ୪ ବର୍ଷ ପୂର୍ବରୁ ହିଁ ଉଭୟେ ମା ନିଶାଙ୍କୁ ହରାଇଛନ୍ତି । ପ୍ରଥମ ମା ଏବଂ ପିତାଙ୍କ ମୃତ୍ୟୁ ପରେ ଉଭୟ ପିଲା ଏବେ ସମ୍ପୂର୍ଣ୍ଣ ଅନାଥ । ତେବେ ବର୍ତ୍ତମାନ ସେମାନେ ନିଜ ଆଈ ମା’ଙ୍କ ସହ ଉନ୍ନାଉରେ ରହୁଛନ୍ତି ।

ବାପା ସରକାରୀ କର୍ମଚାରୀ ଥିବାରୁ ମୃତ୍ୟୁ ପରେ ପେନସନ୍‌, ଜିପିଏଫ୍‌, ପାଣ୍ଠିର ଟଙ୍କା ଆଦି ପିଲାଙ୍କୁ ମିଳିବା କଥା । ହେଲେ ବାପାମା’ଙ୍କୁ ହରାଇଥିବା କୁନି ଭାଇ ଓ ଭଉଣୀ ଏବେ ନିଜର ସ୍କୁଲ ଫି ଦେବାକୁ ମଧ୍ୟ ଅସମର୍ଥ । ବାରମ୍ବାର ଦୌଡ଼ିବା ପରେ ମଧ୍ୟ ସରକାରୀ ବାବୁ ତାଙ୍କ ପେନସନ୍ କରାଇ ଦେଉନାହାନ୍ତି । ଜିଲ୍ଲାପାଳ ପେନସନ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପେନସନ୍ ମିଳୁନାହିଁ । ବର୍ତ୍ତମାନ ଉଭୟ ପିଲାଙ୍କ ପାଇଁ ଶେଷ ଆଶା ହେଉଛି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଆଉ ଶେଷରେ ଅନ୍ୟ ଉପାୟ ନପାଇ ଭିଡିଓ ଜାରି କରିଛନ୍ତି ସାହାଯ୍ୟ ପାଇଁ ଆବେଦନ କରିଛନ୍ତି ବିରାଟ ଓ ପରୀ । ତେବେ ଭିଡିଓ ଜାରି କରି ପିଲାମାନେ କହିଛନ୍ତି, ସରକାର ଆମକୁ ସାହାଯ୍ୟ କରିବେ ବୋଲି ଆଶା କରୁଛୁ ।