Advertisment

କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଉପରକୁ ପଥର ମାଡ଼, ଲୁହ ବୁହା ଗ୍ୟାସ୍‌ ଛାଡ଼ିଲା ପୋଲିସ୍‌

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିସିଥ୍‌ ପ୍ରମାଣିକଙ୍କ କନଭଏ ଉପରକୁ ପଥରମାଡ଼ ହୋଇଥିବା ସୂଚନା ମିଳିଛି। ଏହା ପଛରେ ଟିଏମ୍‌ସି ସମର୍ଥକଙ୍କ ହାତ ଥିବା କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Union Minister's Convoy Attacked With Stones

Union Minister's Convoy Attacked With Stones

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିସିଥ୍‌ ପ୍ରମାଣିକଙ୍କ କନଭଏ ଉପରକୁ ପଥରମାଡ଼ ହୋଇଥିବା ସୂଚନା ମିଳିଛି। କେନ୍ଦ୍ରମନ୍ତ୍ରୀ ପଶ୍ଚିମବଙ୍ଗର କୁଚ୍‌ ବେହାର୍‌ ଯାଇଥିବା ବେଳେ ତାଙ୍କ କନଭଏ ଉପରକୁ ପଥରମାଡ଼ ହୋଇଥିଲା। ଏହା ପଛରେ ଟିଏମ୍‌ସି ସମର୍ଥକଙ୍କ ହାତ ଥିବା କେନ୍ଦ୍ରମନ୍ତ୍ରୀ ନିସିଥ୍‌ ଅଭିଯୋଗ କରିଛନ୍ତି। ପଥରମାଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ଏସ୍‌ୟୁଭି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି।

Advertisment

ଭିଡ଼କୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ୍‌ ଲୁହା ବୁହା ଗ୍ୟାସ ପ୍ରୟୋଗ କରିଥିଲା। କୁଚ୍‌ ବେହାର୍‌ର ସାଂସଦ ହେଉଛନ୍ତି ନିସିଥ୍‌ ପ୍ରମାଣିକ। ଏନେଇ ସେ କହିଛନ୍ତି, ‘ଯେଉଁଠି ଜଣେ ମନ୍ତ୍ରୀ ସୁରକ୍ଷିତ ନାହାନ୍ତି, ତା’ହେଲେ ସାଧାରଣ ଲୋକଙ୍କ କଥା ଭାବନ୍ତୁ’। କେନ୍ଦ୍ରମନ୍ତ୍ରୀ ନିସିଥ୍‌ ପ୍ରମାଣିକ ସ୍ଥାନୀୟ ବିଜେପି ଅଫିସକୁ ଯିବା ବାଟରେ ଏହି ଆକ୍ରମଣ ହୋଇଥିଲା।

ସ୍ଥାନୀୟ ରିପୋର୍ଟ ଅନୁସାରେ, ଜଣେ ଆଦିବାସୀଙ୍କ ମୃତ୍ୟୁ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ନିସିଥ୍‌ଙ୍କ ଉପରେ ଲୋକଙ୍କ ରାଗ ଥିଲା। ବିଏସ୍‌ଏଫ୍‌ ଯବାନଙ୍କ ଗୁଳିରେ ଆଦିବାସୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ଲୋକଙ୍କ ରାଗ ଥିଲା। ଏଥିପାଇଁ କେନ୍ଦ୍ରମନ୍ତ୍ରୀଙ୍କ କନଭଏ ଉପରକୁ ଆକ୍ରମଣ ହୋଇଥିବା କୁହାଯାଉଛି। 

Advertisment
Union Minister
Advertisment
Advertisment