Advertisment

ରାଜୌରୀରେ ରାଜନାଥ ସିଂ: ଯବାନଙ୍କ ମନୋବଳ ବଢ଼ାଇଲେ ପ୍ରତିରକ୍ଷା ମନ୍ତ୍ରୀ

ଶୁକ୍ରବାର କାଣ୍ଡି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଆଇଇଡି ବିସ୍ଫୋରଣ କରିଥିଲେ ଆତଙ୍କବାଦୀ। ଯବାନଙ୍କ ଉପରକୁ ସେମାନେ ଗୁଳି ମଧ୍ୟ ଚଳାଇଥିଲେ। ଏଥିରେ ସେନାର ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Union Minister Rajnath Singh arrives in Jammu

Union Minister Rajnath Singh arrives in Jammu

ସେନା ଅପରେସନ। ଜମ୍ମୁ କାଶ୍ମୀର ରଜୌରୀରେ ସେନାର ଜୋରଦାର ଅପରେସନ। କାଣ୍ଡି ଜଙ୍ଗଲରେ ଆତଙ୍କବାଦୀଙ୍କ ଉପରେ ଘନ ଘନ ଆକ୍ରମଣ। ସ୍ଥାନୀୟ ଅଂଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀ ଆରମ୍ଭ କରିଦେଇଥିଲେ ମିଳିତ ଅପରେସନ। ଦୁଇ ଘଂଟା ଧରି ଚାଲିଲା ଗୁଳି ବିନିମୟ। ଯେଉଁଥିରେ ଲସ୍କର ଇ ତୋଏବା ସଂଗଠନର ଜଣେ ଆତଙ୍କବାଦୀ ଟଳି ପଡିଥିଲା। ଆଉ ଜଣେ ଗୁରୁତର ଆହତ ହୋଇଛି।

Advertisment

ଘଟଣାସ୍ଥଳରୁ ଏକେ-୪୭ ରାଇଫଲ, ପିସ୍ତଲ, ଗ୍ରେନେଡ୍ ଏବଂ ବିପୁଳ ପରିମାଣର ଗୁଳିଗୋଳା ଜବତ ହୋଇଛି। ଅନ୍ୟ ଆତଙ୍କବାଦୀଙ୍କୁ ଧରିବାକୁ ଘାଟି ଅଂଚଳରେ ଚାଲିଛି ବଡ ଧରଣର ସର୍ଚ୍ଚ ଅପରେସନ। ହେଲିକପ୍ଟର ଦ୍ବାରା ସେମାନଙ୍କ ଗତିବିଧି ଉପରେ ସେନା ନଜର ରଖିଛି।

ଗତକାଲି ଆତଙ୍କୀ ହମଲାରେ ସେନା ପାରା ସ୍ପେଶାଲ ଫୋର୍ସେସର ୫ ଜଣ କମାଣ୍ଡୋ ସହିଦ ହେବା ପରେ ସ୍ଥିତି ସମୀକ୍ଷା ପାଇଁ ଆଜି ରଜୌରୀରେ ପହଁଚିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ସହ ଯବାନଙ୍କୁ ଭେଟି ସେମାନଙ୍କ ମନୋବଳ ବଢାଇଥିଲେ। କହିଥିଲେ, ମନୋବଳ ଦୃଢ ରଖନ୍ତୁ, ନିଶ୍ଚୟ ସଫଳତା ମିଳିବ। ଏଥିସହିତ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ପ୍ରତିରକ୍ଷା ମନ୍ତ୍ରୀ। ରାଜନାଥଙ୍କ ସହ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଓ ନର୍ଦ୍ଦନ ଆର୍ମି କମାଣ୍ଡର ଲେଫଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ମଧ୍ୟ ଉପସ୍ଥିତ ରହି ରଜୌରୀ ସ୍ଥିତି ଉପରେ ନଜର ରଖିଛନ୍ତି।

Advertisment

ଏହାପୂର୍ବରୁ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ରାଜୌରୀ ଯାଇ ସୁରକ୍ଷା ସ୍ଥିତି ସମୀକ୍ଷା କରିଥିଲେ। ପରେ ସହିଦ ଯବାନଙ୍କୁ ଶ୍ରଦ୍ଧାଂଜଳି ଜଣାଇଥିଲେ।ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ମୂଳପୋଛ ନେଇ ସେନା ଚଳାଇଛି ଅପରେସନ ତ୍ରିନେତ୍ର। ସେନାକୁ ଏଥିରେ ସହଯୋଗ କରୁଛି ଜମ୍ମୁ କାଶ୍ମୀର ପୋଲିସ। ଗତ ୩ ତାରିଖରେ ଏହି ଅପରେସନରେ ରଜୌରୀ ଏବଂ ବାରାମୁଲ୍ଲାରେ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଥିଲା ସେନା। ଶୁକ୍ରବାର କାଣ୍ଡି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଆଇଇଡି ବିସ୍ଫୋରଣ କରିଥିଲେ ଆତଙ୍କବାଦୀ। ଯବାନଙ୍କ ଉପରକୁ ସେମାନେ ଗୁଳି ମଧ୍ୟ ଚଳାଇଥିଲେ। ଏଥିରେ ସେନାର ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

Rajnath Singh Union Minister
Advertisment
Advertisment