• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଚାନକ୍‌ ଫାଟିଲା ଜମି, ଆଉ ତା’ପରେ ଭୁସ୍‌ ଭୁସ୍‌ ହୋଇ ଉପରକୁ ଉଠିଲା ପାଣି । ପାଣିର ସ୍ରୋତ ଦେଖି ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ମହାରାଷ୍ଟ୍ରର ୟବତମାଲରୁ ଏପରି ଏକ ଚକିତ କଲା ପରି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ରାସ୍ତା ଫଟାଇ ପାଣି ବାହାରିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ୟବତମାଳର ଏକ ଛକ ନିକଟରେ ହଠାତ୍ ଏକ ଅଣ୍ଡରଗ୍ରାଉଣ୍ଡ ପାଇପଲାଇନର ବିସ୍ଫୋରଣ ହୋଇଥିଲା । ଦୁର୍ଭାଗ୍ୟବଶତଃ ସେହି ରାସ୍ତା ଦେଇ ଜଣେ ଯୁବତୀ ସ୍କୁଟିରେ ରାସ୍ତାରେ ଯାଉଥିଲେ, ଆଉ ପାଣିର ପ୍ରଖର ସ୍ରୋତରେ ସେ ଗଭୀର ଭାବରେ ଆହତ ହୋଇଛନ୍ତି ।

ମହାରାଷ୍ଟ୍ରର ୟବତମାଲରେ ଘଟିଛି ଘଟଣା । ଏଠାରେ ସହର ତଳ ଦେଇ ଯାଇଥିବା ଏକ ପାଇପ୍‌ ଲାଇନ୍ ହଠାତ୍‌ ଫାଟି ଯାଇଥିଲା । ରାସ୍ତା ଫାଟି ଜୋରରେ ପାଣି ବାହାରିବା ଭିଡିଓ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଏଥି ଯୋଗୁଁ ରାସ୍ତାର ଏକ ବଡ଼ ଅଂଶ ବାହାରକୁ ବାହାରି ଆସିଥିଲା । ପାଣିର ପ୍ରବଳ ସ୍ରୋତ ଭାରି ଭୟଙ୍କର ଦିଶୁଥିଲା । ଏହି ସମୟରେ ଜଣେ ଯୁବତୀ ସ୍କୁଟିରେ ସେହି ରାସ୍ତା ଦେଇ ଯାଉଥିଲେ, ଆଉ ସେ ପାଣିର ସ୍ରୋତରେ ଗଳି ପଡ଼ିଥିଲେ । ଏଥିରେ ସେ ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ନିକଟରେ ସେହି ପାଇପ୍‌ ଲାଇନ୍‌ କାମ ଶେଷ ହୋଇଛି । ଏହି ପାଇପ ଲାଇନର କାମ ଅମୃତ ଯୋଜନା ଅନୁସାରେ କରାଯାଇଛି । ତେବେ ଅଳ୍ପ ଦିନ ଭିତରେ ପାଇପ୍‌ ଲାଇନ୍ ଫାଟି ଏପରି ଦୁର୍ଘଟଣା ଘଟିବା ପରେ କାମର କାମକୁ ନେଇ ପ୍ରଶ୍ନ ଉଠୁଛି । ଭାଇରାଲ ହେଉଥିବା ଭିଡିଓକୁ ଦେଖି ଅନେକ ପ୍ରକାରର ମନ୍ତବ୍ୟ ଆସୁଛି ।