Advertisment

‘ପବ୍‌ଜୀ’ ପାଇଁ ପୁରା ପରିବାର ସଫା: ମା’ ଓ ଭାଇ,ଭଉଣୀଙ୍କୁ ଗୁଳି କରି ହତ୍ୟା କଲା ନାବାଳକ

‘ପବ୍‌ଜୀ’ ପାଇଁ ପୁରା ପରିବାର ସଫା। ଜଣେ ୧୪ ବର୍ଷୀୟ ନାବାଳକ ‘ପବ୍‌ଜୀ’ ଗେମ୍‌ ପ୍ରଭାବରେ ଆସି ନିଜ ମା’, ଭାଇ ଓ ୨ ନାବାଳିକା ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି।

author-image
Rajalaxmi Sahoo
Minor Boy Killed His Mother & Three Siblings

Minor Boy Killed His Mother & Three Siblings

ଲାହୋର: ‘ପବ୍‌ଜୀ’ ପାଇଁ ପୁରା ପରିବାର ସଫା। ଜଣେ ୧୪ ବର୍ଷୀୟ ନାବାଳକ ‘ପବ୍‌ଜୀ’ ଗେମ୍‌ ପ୍ରଭାବରେ ଆସି ନିଜ ମା’, ଭାଇ ଓ ୨ ନାବାଳିକା ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। ପାକିସ୍ତାନର ଲାହୋରରେ ଏହି ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ଦିନ ପୋଲିସ୍‌ ଏସମ୍ପର୍କରେ ସୂଚନା ଦେଇଛି। ମୃତକ ହେଲେ- ୪୫ ବର୍ଷୀୟ ସ୍ୱାସ୍ଥ୍ୟକର୍ମୀ ନାହିଦ ମୁବାରକ ଓ ତାଙ୍କର ୨୨ ବର୍ଷୀୟ ପୁଅ ତୈମୁର, ୧୭ ଏବଂ ୧୧ ବର୍ଷର ଦୁଇ ନାବାଳିକା ଭଉଣୀ। 

Advertisment

ନାହିଦଙ୍କ ୧୪ ବର୍ଷୀୟ ପୁଅ ଏହି ହତ୍ୟାକାଣ୍ଡ କରିଥିବା ଜଣାପଡ଼ିଛି। ଗତ ସପ୍ତାହରେ ଲାହୋରର କାହନା ଅଞ୍ଚଳରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସୂଚନା ଅନୁସାରେ, ସମ୍ପୃକ୍ତ ନାବାଳକ ‘ପବ୍‌ଜୀ’ ଗେମ୍‌ ପ୍ରଭାବରେ ଆସି ନିଜ ମା’ ଓ ଭାଇ, ଭଉଣୀଙ୍କ ହତ୍ୟା କରିଥିବା ଘଟଣାକୁ ସ୍ୱୀକାର କରିଛି। ଦୀର୍ଘ ସମୟ ଧରି ଅନ୍‌ଲାଇନ୍‌ ଗେମ୍‌ ଖେଳିବା ଯୋଗୁ ତାଙ୍କର ମାନସିକ ସମସ୍ୟା ଦେଖା ଦେଇଥିଲା।

ନାହିଦଙ୍କ ତଲାକ ହୋଇଯାଇଥିବା ବେଳେ ପିଲାମାନଙ୍କୁ ନେଇ ସେ ଏକାକୀ ରହୁଥିଲେ। ପାଠ ନପଢ଼ି ସବୁବେଳେ ‘ପବ୍‌ଜୀ’ ଖେଳୁ ଥିବାରୁ ନାହିଦ ପୁଅଙ୍କୁ ଗାଳି କରୁଥିଲେ। ଯେଉଁଦିନ ଘଟଣା ଘଟିଲା, ସେହି ଦିନ ନାହିଦ, ପୁଅକୁ ଗାଳିଗୁଲଜ କରିଥିଲେ। ପରେ ନାବାଳକ ଜଣକ ଆଲ୍‌ମାରୀରୁ ମା’ଙ୍କ ପିସ୍ତଲ ଆଣି ମା’ ଓ ଭାଇ-ଭଉଣୀଙ୍କ ହତ୍ୟା କରିଥିଲା। ପରଦିନ ସକାଳେ ନାବାଳକ ଜଣକ ଚିତ୍କାର କରିଥିଲେ ଓ ଫୋନ୍‌ କରି ପୋଲିସ୍‌କୁ ଜଣାଇଥିଲେ। ଘରର ଉପର ମହଲାରେ ଥିବା ଯୋଗୁ ପରିବାର ଲୋକଙ୍କୁ କିଏ ହତ୍ୟା କଲା ତାହା ଜାଣି ନଥିବା ନାବାଳକ ଜଣକ ପୋଲିସ୍‌କୁ କହିଥିଲା। ପରେ ସେ ହତ୍ୟା କରିଥିବା ଘଟଣାକୁ ସ୍ୱୀକାର କରିଥିଲା। 

Advertisment

ପୋଲିସ୍‌ ସୂଚନା ଅନୁସାରେ, ନାହିଦ ନିଜ ପରିବାର ଲୋକଙ୍କ ସୁରକ୍ଷା ପାଇଁ ପିସ୍ତଲ କିଣି ଘରେ ରଖିଥିଲେ। ତାଙ୍କ ପାଖରେ ଲାଇସେନ୍ସ ମଧ୍ୟ ଥିଲା। ସୂଚନା ଅନୁସାରେ, ‘ଲାହୋରରେ ଅନ୍‌ଲାଇନ୍‌ ଗେମ୍‌ ସମ୍ବନ୍ଧିତ ଏହା ୪ର୍ଥ ଘଟଣା। ୨୦୨୦ରେ ପ୍ରଥମ ମାମଲା ସାମ୍ନାକୁ ଆସିଥିଲା। 

Murder PUBG Pakistan PUBG Game
Advertisment
Advertisment