• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

 ସ୍କୁଲରୁ ଫେରୁଥିବା ବେଳେ ଛକି ବସିଥିଲା ମୃତ୍ୟୁ । ବର୍ଷା ପାଇଁ ଭୁଶୁଡ଼ିଲା ନିର୍ମାଣାଧୀନ କାନ୍ଥ, ଦୁଇ ମୃତ । ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାରେ ଶନିବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି । ବର୍ଷା ହେତୁ ଏକ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ସାତ ଜଣ ସ୍କୁଲ ପିଲା ପୋତି ହୋଇ ଯାଇଥିଲେ । ହୁସେନ୍‌ପୁର ଶାହାଜାଦପୁର ଅଞ୍ଚଳରେ ଏହି ଦୁର୍ଘଟଣାରେ ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି । ବର୍ତ୍ତମାନ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ହୁସେନ୍‌ପୁର ଶାହାଜାଦପୁରରେ ଏକ ଘର ନିର୍ମାଣ କରାଯାଉଛି । ଆଉ ସେହି ରାସ୍ତା ଦେଇ ସ୍କୁଲ ପିଲାମାନେ ଚାଲି ଚାଲି ଯାଉଥିଲେ, ହଠାତ୍ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡି ପଡିଥିଲା । କେହି କିଛି ବୁଝିବା ପୂର୍ବରୁ ସାତ ଜଣ ପୋତି ଯାଇଥିଲେ । ତେବେ ସ୍ଥାନୀୟ ଲୋକ ତୁରନ୍ତି ଉଦ୍ଧାର କରିବା ପାଇଁ ଚେଷ୍ଟା କରିବା ସହ ପୋଲିସ ପ୍ରଶାସନକୁ ମଧ୍ୟ ଜଣାଇଥିଲେ ।

ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ । ପ୍ରଶାସନିକ ଅଧିକାରୀମାନେ ଗ୍ରାମବାସୀଙ୍କ ସାହାଯ୍ୟ ନେଇ ଜେସିବି ମେସିନ ସାହାଯ୍ୟରେ ମାଟି ବାହାର କରି ପିଲାମାନଙ୍କୁ ବାହାର କରିଥିଲେ । ତେବେ ସେତେବେଳକୁ ଦୁଇ ପିଲାଙ୍କର ମୃତ୍ୟୁ ହୋଇଯାଇଥିଲା । ସେହିପରି ଦୁର୍ଘଟଣାରେ ଆହତ ୫ ଶିଶୁଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ପରେ ସମସ୍ତଙ୍କୁ ଆଲିଗଡ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି । ବର୍ତ୍ତମାନ ଆହତଙ୍କ ଅବସ୍ଥା ଗୁରୁତର ରହିଛି ।