• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କାହାପାଖରେ ନଥିଲା କିଛି ସୂଚନା । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତାଲିକାରେ ନଥିଲା ମୋହନଙ୍କ ନାଁ । ବସିଲା ବିଧାୟକ ଦଳ ବୈଠକ... ବାଜିଲା ମୋହନଙ୍କ ନାଁରେ ମୋହର । ଏହି ଖବର ଗଣମାଧ୍ୟମରେ ପ୍ରସାରଣ ହେବା ପରେ ଖୁସିରେ ମସଗୁଲ ହେଲେ ସମର୍ଥକ । ବାଣ ଫୁଟାଇବା ସହ ବିଜେପି କର୍ମୀମାନେ ମିଠା ବଣ୍ଟିଲେ । ଆଉ ନିଜ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ହେଲେ ଏସବୁ ଭିତରେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି ମୋହନ ଯାଦବଙ୍କ ଝିଅ । ଯିଏ କି ଜଣେ ଡାକ୍ତର ।

ଯେତେବେଳେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବଙ୍କ ନାଁ ଘୋଷଣା କରାଗଲା, ସେତେବେଳେ ତାଙ୍କ ଡାକ୍ତରୀ ଝିଅ ଆକାଂକ୍ଷା ଡାକ୍ତରଖାନାରେ ଥିଲେ । ଆଉ ଅପରେସନ୍ ଥିଏଟରରେ ଅପରେସନ୍ ପାଇଁ ପ୍ରସ୍ତୁତ ହେଉଥିଲେ ।

ସେହି ସମୟରେ ତାଙ୍କ ନିକଟରେ ପହଞ୍ଚିଥିଲା ବାପାଙ୍କ ମୁଖ୍ୟମନ୍ତ୍ରୀ ହେବା ଖବର । ଏତେ ବଡ଼ ଖବର ପାଇବା ପରେ ମଧ୍ୟ ନିଜ କର୍ତ୍ତବ୍ୟରେ ଅବହେଳା କରିନଥିଲେ ଆକାଂକ୍ଷା କି ନିଜ ବାପାଙ୍କୁ ଶୁଭେଚ୍ଛା ଜଣାଇବାକୁ ପାଖକୁ ଚାଲିଯାଇନଥିଲେ । କର୍ତ୍ତବ୍ୟରେ ଅବହେଳା ନକରି କରିଥିଲେ ଅପରେସନ୍‌ ।

ଡାକ୍ତର ଆକାଂକ୍ଷା ପ୍ରଥମେ ନିଜ ରୋଗୀଙ୍କ ଅପରେସନ୍ କରିଥିଲେ । ପରେ ଗୀତା କଲୋନୀରେ ଥିବା ତାଙ୍କ ବାସଭବନରେ ପହଞ୍ଚି ପରିବାରର ଖୁସିରେ ସାମିଲ ହୋଇଥିଲେ । ଆଉ ଝିଅର ଏପରି କାର୍ଯ୍ୟକୁ ନେଇ ସମସ୍ତେ ପ୍ରଶଂସା କରିଛନ୍ତି ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସମ୍ପର୍କୀୟମାନେ ମଧ୍ୟ ଏହି ଖୁସିରେ ସାମିଲ ହେବା ସହ ଶୁଭେଚ୍ଛା ଜଣାଇଛନ୍ତି । ମୋହନଙ୍କ ବାପା,ଭଉଣୀ କାଳାବତୀ ଯାଦବ ଏବଂ ପତ୍ନୀ ସୀମା ଯାଦବ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ମୋହନ ଯାଦବଙ୍କ ଦୁଇ ପୁଅ ଏବଂ ଗୋଟିଏ ଝିଅ ରହିଛନ୍ତି ।