Advertisment

ମାସେ ପର୍ଯ୍ୟନ୍ତ ୧୪୪ ଧାରା ଜାରି: ଦୋକାନ, ବଜାର ଓ ଇଣ୍ଟରନେଟ୍‌ ସେବା ବନ୍ଦ

ଉଦୟପୁରରେ ଜଘନ୍ୟ ହତ୍ୟାକାଣ୍ଡ ପରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତା ମାସେ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ସେହିପରି ଉଦୟପୁରରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Section 144 imposed for a month In Rajasthan

Section 144 imposed for a month In Rajasthan

ରାଜସ୍ଥାନରେ ୧୪୪ ଧାରା ଜାରି ହୋଇଛି। ରାଜସ୍ଥାନ ଉଦୟପୁରରେ ଜଘନ୍ୟ ହତ୍ୟାକାଣ୍ଡ ପରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତା ମାସେ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ସେହିପରି ଉଦୟପୁରରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ଏହାସହ ୬୦୦ ପୋଲିସ୍ କର୍ମୀଙ୍କୁ ଉଦୟପୁର ପଠାଯାଇଛି।  ଘଟଣାର ତଦନ୍ତ ପାଇଁ SIT ଗଠନ କରାଯାଇଛି। NIA ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି।

Advertisment

ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଲୋକଙ୍କୁ ଅପିଲ୍ କରିଛନ୍ତି। ଅନ୍ୟପକ୍ଷେ, ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ନିଲମ୍ବିତ ହୋଇଥିବା ବିଜେପି ପ୍ରବକ୍ତା ନୁପୂର ଶର୍ମାଙ୍କ ସମର୍ଥନରେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିବା ଜଣେ ଟେଲର୍‌ଙ୍କୁ ହତ୍ୟା କରାଯାଇଛି। ହତ୍ୟା ପରେ ଏହି ଭିଡିଓକୁ ୨ ଜଣ ଦୁର୍ବୃତ୍ତ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ। 

ଟେଲର୍ ଜଣକ ଲୁଗା ସିଲେଇ ପାଇଁ ମାପ ନେଉଥିବା ବେଳେ ହତ୍ୟାକାରୀ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି।  ମୃତକଙ୍କ ନାଁ କହ୍ନେୟା ଲାଲ୍।  ଆଉ ଏକ ଭିଡିଓରେ ୨ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇବା ସହିତ ନୁପୂର ଶର୍ମା ସମ୍ପର୍କିତ ସୋସିଆଲ୍‌ ମିଡିଆ ପୋଷ୍ଟ ପାଇଁ ଏହି ହତ୍ୟାକାଣ୍ଡ ସେମାନେ ଘଟାଇଥିବା ସ୍ୱୀକାର କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସେମାନେ ଧମକ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି।  ଏହି ଘଟଣା ପରେ ଉଦୟପୁରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୋକାନ ବଜାର ବନ୍ଦ ରହିବା ସହ ଲୋକେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।  

Advertisment
Nupur Sharma Udaipur Murder Case Section 144 In Rajasthan
Advertisment
Advertisment