Advertisment

ଚୀନ୍‌କୁ ପାନେ ଦେବାକୁ ଆମେରିକା ନେଲା ବଡ଼ ପଦକ୍ଷେପ

କାଟ୍ସା ହଟିବା ଦ୍ୱାରା ଭାରତ ଏବଂ ଆମେରିକାର ପ୍ରତିରକ୍ଷା ଭାଗିଦାରୀ ସୃଦୃଢ ହେବ ବୋଲି ରୋ ଖାନ୍ନା ଆଶା ରଖିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
undefined

India-specific CAATSA waiver

ଏଥର ଭାରତ ବିନା ଦ୍ୱିଧାରେ କିଣି ପାରିବ ଋଷର ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର। ଏସ୍-୪୦୦ କ୍ଷେପଣାସ୍ତ୍ର କ୍ରୟ ନେଇ ରୁଷ ସହ ରାଜିନାମା ପରେ ଭାରତ ବିରୋଧରେ ଆମେରିକା ଲଗାଇଥିବା କାଟ୍ସା କଟକଣା ହଟିବା ନେଇ ବାଟ ଫିଟିଛି। ଚୀନ୍‌କୁ ପାନେ ଦେବାକୁ ଭାରତ ସପକ୍ଷରେ ଆମେରିକାର ବଡ଼ ପଦକ୍ଷେପ ନେଇଛି।  କଟକଣା ହଟାଇବା ଲାଗି ଆଗତ ବିଧେୟକ ସଂଶୋଧନ ପ୍ରସ୍ତାବ, ହାଉସ୍ ଅଫ୍ ରିପ୍ରେଜେଣ୍ଚଟିଭରେ ହୋଇଥିବା ବାଚନିକ ଭୋଟରେ ଅନୁମୋଦନ ପାଇଛି।

Advertisment

ନ୍ୟାସନାଲ ଡିଫେନ୍ସ ଅଥରାଇଜେସନ୍ ଆକ୍ଟରେ ସଂଶୋଧନ କରିବାକୁ ଭାରତୀୟ ବଂଶୋଦ୍ଭବ ତଥା ଆମେରିକୀୟ କଂଗ୍ରେସଲ ସଦସ୍ୟ ରୋ ଖାନ୍ନା ଗୁରୁବାର ପ୍ରସ୍ତାବ ଦେଇଥିଲେ। ଆକ୍ରମଣକାରୀ ମନୋଭାବ ରଖୁଥିବା ଚୀନକୁ ପ୍ରତିରୋଧ କରିବାକୁ ଭାରତ-ରୁଷ ସହିତ ଏସ୍-୪୦୦ ଚୁକ୍ତି ସ୍ୱାକ୍ଷର କରିଥିବା ନେଇ ରୋ ଖାନ୍ନା ବିଧେୟକ ପ୍ରସ୍ତାବ ଦେବା ସହ କଟକଣା ପ୍ରତ୍ୟାହାର ନେଇ ବାଇଡେନ୍ ପ୍ରଶାସନକୁ ଅନୁରୋଧ କରାଯାଇଛି।

ରୁଷ୍ ପ୍ରତିରକ୍ଷା ଏବଂ ଇଣ୍ଟେଲିଜେନ୍ସ୍ କ୍ଷେତ୍ରରେ ଲିପ୍ତ ଥିବା ଯେ କୌଣସି ଦେଶ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ୨୦୧୭ରେ ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ କାଟ୍ସାକୁ ଆଇନରେ ପରିଣତ କରିଥିଲା। ସେପଟେ କାଟ୍ସା ହଟିବା ଦ୍ୱାରା ଭାରତ ଏବଂ ଆମେରିକାର ପ୍ରତିରକ୍ଷା ଭାଗିଦାରୀ ସୃଦୃଢ ହେବ ବୋଲି ରୋ ଆଶା ରଖିଛନ୍ତି।

Advertisment
U.S. House India-specific CAATSA Waiver
Advertisment
Advertisment