Advertisment

Delhi Metro: ଦିଲ୍ଲୀ ମେଟ୍ରୋରେ ସିଟ୍‌କୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ ଚୁଟି ଝିଙ୍କାଝିଙ୍କି, ଭିଡିଓ ଭାଇରାଲ୍

ନିକଟରେ ସିଟକୁ ନେଇ ଦୁଇ ଜଣ ମହିଳାଙ୍କ ମଧ୍ୟରେ ଝଗଡା ହୋଇଥିବାର ଭିଡ଼ିଓ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଭାଇରାଲ ହୋଇଛି। ଦୁଇ ଜଣ ମହିଳା ସିଟରେ ବସିବା ପାଇଁ ପରସ୍ପର ସହ ଝଗଡା କରିଥିବା ବେଳେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ।

ଅଦ୍ୟତନ ହୋଇଛି
ମେଟ୍ରୋରେ ଚୁଟି ଟଣାଟଣି

ମେଟ୍ରୋରେ ଚୁଟି ଟଣାଟଣି

Advertisment

ଦିଲ୍ଲୀ ମେଟ୍ରୋ ଦେଶର ଅନ୍ୟତମ ଶ୍ରେଷ୍ଠ ପରିବହନକାରୀ ସଂସ୍ଥାନ। ତେବେ ଇତି ମଧ୍ୟରେ କେବଳ ଅଜବ କାରନାମା ନେଇ ଏହା ଚର୍ଚ୍ଚାରେ ରହୁଛି। ଅଧିକାଂଶ ସମୟରେ ଯାତ୍ରୀଙ୍କ ମଧ୍ୟରେ ଝଗଡା ଓ ରିଲ ବନାଇବାର ଏକାଧିକ ଭିଡିଓ ପୂର୍ବରୁ ଭାଇରାଲ ହୋଇ ସାରିଛି। ଏହା ସହିତ ନିକଟରେ ସିଟକୁ ନେଇ ଦୁଇ ଜଣ ମହିଳାଙ୍କ ମଧ୍ୟରେ ଝଗଡା ହୋଇଥିବାର ଭିଡ଼ିଓ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଭାଇରାଲ ହୋଇଛି। ଦୁଇ ଜଣ ମହିଳା ସିଟରେ ବସିବା ପାଇଁ ପରସ୍ପର ସହ ଝଗଡା କରିଥିବା ବେଳେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି ଦୁହେଁ ପରସ୍ପରର ଚୁଟି ଧରି ଝିଙ୍କାଝିଙ୍କି ହୋଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ଫେବୃୟାରୀ ୫ରେ ଦିଲ୍ଲୀ ନିର୍ବାଚନ, ଗଣତି ୮ରେ

ଦିଲ୍ଲୀ କନେକ୍ସନ ଓ ଇପିକ ଜିନ୍ଦେଗୀ ନାମକ ଆଇଡିରୁ ଏହି ଭିଡିଓ ପୋଷ୍ଟ କରାଯାଇଥିଲା। ଭିଡିଓଟି କେଉଁ ତାରିଖର ଏହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଇନଷ୍ଟାଗ୍ରାମରେ ଏହା ଭାଇରାଲ ହୋଇଛି। ଗୋଟିଏ ସିଟରେ ବସିବାକୁ ନେଇ ଉଭୟ ମହିଳା ଲଢୁଥିଲେ। ଜଣେ ମହିଳା ଯୁକ୍ତିତର୍କ ମଧ୍ୟରେ ମୋ କୋଳରେ ବସି ପଡ଼ ବୋଲି କହିବା ପରେ ଆର ମହିଳା ଜଣଙ୍କ ତାଙ୍କ କୋଳରେ ‍ବସି ପଡ଼ିଥିଲେ।

Advertisment

ଏହାକୁ ନେଇ ଉଭୟ ଝଗଡା ଲାଗିଥିବା ବେଳେ ଚୁଟି ଧରି ପିଟାପିଟି ହୋଇଥିଲେ। ଏହି ଭିଡ଼ିଓଟି କେଉଁ ତାରିଖର ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଏହାକୁ ୩ ଲକ୍ଷ ୬୦ ହଜାର ଲୋକ ଦେଖି ସାରିଛନ୍ତି। ସେହିପରି ୫୪୦୦ ଲୋକ ଭିଡିଓକୁ ଲାଇକ ମଧ୍ୟ କରିଛନ୍ତି। ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଣେ ୟୁଜର ଲେଖିଛନ୍ତି ସର୍ବସାଧାରଣ ସ୍ଥାନରେ ପରସ୍ପରକୁ ଏଭଳି ଆକ୍ରମଣ କରିବା ଅନୁଚିତ। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ମହିଳା ମାନଙ୍କୁ ବସିବାର ସ୍ବାଧୀନତା ମିଳିବା ଆବଶ୍ୟକ। ଆଉ ଜଣେ ୟୁଜର ଲେଖିଛନ୍ତି କେବଳ ୱେଷ୍ଟର୍ନ କପଡା ପିନ୍ଧିବା ଦ୍ବାରା କିଛି ଫାଇଦା ହେବ ନାହିଁ, ଜଣଙ୍କୁ ନିଜ ବ୍ୟବହାର ଓ ଭାଷାରେ ଶୁଦ୍ଧତା ଆଣିବାକୁ ପଡିବ।

ଅଧିକ ପଢ଼ନ୍ତୁ: Tibet Earthquake: ସକାଳୁ ସକାଳୁ ଥରିଲା ତିବ୍ଦତ, ଭୂକମ୍ପରେ ଏଯାଏଁ ଗଲାଣି ୫୩ ଜୀବନ

Advertisment
Woman Delhi Metro
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ