Advertisment

ଜଙ୍ଗଲରେ ଟାଣିଟାଣି ନେଉଥିଲା ବାଘ; ଦୁଇ ମହିଳା ବଞ୍ଚାଇଲେ ବନ୍ଧୁର ଜୀବନ

୩ ଜଣ ମହିଳା ଜଙ୍ଗଲକୁ ଯାଇଥିଲେ । ସେଠାରେ କିଛି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ସମୟରେ ବାଘ ହାବୁଡ଼ରେ ପଡ଼ିଯାଇଥିଲେ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Two women fight tiger to rescue their friend in Uttarakhand

Two women fight tiger to rescue their friend in Uttarakhand

ବାଘ ମୁହଁରୁ ବଞ୍ଚିଲା ମହିଳାଙ୍କ ଜୀବନ । ସାହସ ଦେଖାଇଲେ ଦୁଇ ମହିଳା ସାଙ୍ଗ । ଦୁଇ ମହିଳା ବନ୍ଧୁ ଜଣେ ଅନ୍ୟ ଜଣେ ମହିଳାଙ୍କୁ ବାଘ ମୁହଁରୁ ଟାଣିଆଣିବାରେ ସଫଳ ହୋଇଛନ୍ତି । ବାଘଟି ମହିଳାଙ୍କୁ କିଛି ବାଟ ଘୋଷାଡ଼ି ନେଇଥିଲେ ମଧ୍ୟ ତାଙ୍କ ଜୀବନ ଫେରାଇ ଆଣିଛନ୍ତି ଦୁଇ ମହିଳା ।

Advertisment

ସୂଚନା ଅନୁସାରେ ୩ ଜଣ ମହିଳା ଜଙ୍ଗଲକୁ ଯାଇଥିଲେ । ସେଠାରେ କିଛି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ସମୟରେ ବାଘ ହାବୁଡ଼ରେ ପଡ଼ିଯାଇଥିଲେ । ଫଳରେ ବାଘଟି ସେମାନଙ୍କ ନିକଟକୁ ଆସିବା ସହ ଜଣେ ମହିଳାଙ୍କୁ ଆକ୍ରମଣ କରିଥିଲା । ଏମିତିକି ତା’ର ପାଟିରେ ଜାବୁଡ଼ି ଧରି ଜଙ୍ଗଲ ଭିତରକୁ ଟାଣି ଟାଣି ନେଇଯାଇଥିଲା ।

ସେହି ସମୟରେ ଦୁଇ ମହିଳା ଭୟ ନକରି ନିଜର ସାହସିକତା ଦେଖାଇଥିଲେ । ବାଘଠାରୁ ନିଜ ବନ୍ଧୁଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଏମିତିକି ବାଘ ସମ୍ମୁଖରେ ଠିଆ ହୋଇ ବାଘଟିକୁ ପ୍ରବଳ ଢେଲା ଓ ପଥର ମାଡ଼ କରିଥିଲେ । ଫଳରେ ମହିଳାଙ୍କୁ ବାଘଟି ଜଙ୍ଗଲ ଭିତରେ ଛାଡ଼ି ଚାଲିଯାଇଥିଲା ।

Advertisment

ଏପରି ଏକ ସାହସିକତା ଘଟଣା ଉତ୍ତରାଖଣ୍ଡରୁ ସାମ୍‌ନାକୁ ଆସିଛି । ଗତ ମଙ୍ଗଳବାର ଦିନ ଚମ୍ପାୱାଟ ଜିଲ୍ଲାର ବୁନ୍ ଜଙ୍ଗଲ ପରିସରରେ ଏହି ଘଟଣା ଘଟିଛି । ବାଘଟି ୩୬ ବର୍ଷିୟ ମହିଳା ଗୀତା ଦେବୀଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି ।

ଏହି ଘଟଣାକୁ ନେଇ ରେଞ୍ଜର ଗୁଲଜାର ହୁସେନ୍ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବାଘଟି ଜଙ୍ଗଲରେ ଗୀତା ଦେବୀଙ୍କୁ ଆକ୍ରମଣ କରିଥିଲା । ପରେ ପରେ ତାଙ୍କୁ ଟାଣିଟାରି ୪୦ ମିଟର ଯାଏଁ ନେଇଯାଇଥିଲା । ସେହି ସମୟରେ ତାଙ୍କ ବନ୍ଧୁ ଜାନକୀ ଦେବୀ ଓ ପାର୍ବତୀ ଦେବୀ ଭୟ ନକରି ସାହସିକତାର ସହ ତାଙ୍କୁ ଉଦ୍ଧାର କରିଥିଲେ । ବାଡ଼ି ସାହାଯ୍ୟରେ ବାଘଟିକୁ ଆକ୍ରମଣ କରିବା ସହ ଢେଲା ପଥର ମାଡ଼ କରିଥିଲେ । ଶେଷରେ ବାଘଟିକୁ ଘଉଡେଇ ଦେବାରେ ସଫଳ ହେବା ସହ ଗୀତାଙ୍କ ଜୀବନ ବଞ୍ଚାଇଥିଲେ ।

ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିବା ଡାକ୍ତର ସୂଚନା ଦେଇଛନ୍ତି । ହେଲେ ଦୁଇ ମହିଳାଙ୍କ ସାହସିକତାକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଛନ୍ତି ।

Uttarakhand Tiger Attack
Advertisment
Advertisment