• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଜମ୍ମୁ ଓ କାଶ୍ମୀରର ବାରାମୂଳା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଆଉ ଜଣେ ଆତଙ୍କବାଦୀ ନିହତ। ଆଜି ସକାଳୁ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇସାରିଲେଣି। ଏବେବି ସମ୍ପୃକ୍ତ ଅଞ୍ଚଳରେ ଭାରତୀୟ ସେନା ଏବଂ ଜମ୍ମୁ ଓ କାଶ୍ମୀରର ମିଳିତ ଟିମ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଶନିବାର ଦିନ ସକାଳୁ ସୁରକ୍ଷାକର୍ମୀ ଏହି ଏନ୍‌କାଉଣ୍ଟର ଆରମ୍ଭ କରିଥିଲେ। 

ଏନେଇ ଜମ୍ମୁ ଓ କାଶ୍ମୀର ପୋଲିସ୍‌ ସୂଚନା ଦେଇଛି, ଉରି, ହଥଲଙ୍ଗା ଅଞ୍ଚଳରେ ଭାରତୀୟ ସେନା, ଓ ବାରାମୂଳା ପୋଲିସ୍‌ ସହ ଆତଙ୍କବାଦୀଙ୍କ ଗୁଳିବିନିମୟ ଆରମ୍ଭ ହୋଇଛି। ଏହାପରେ ସୁରକ୍ଷାକର୍ମୀ ୨ ଜଣ ଆତଙ୍କବାଦୀଙ୍କୁ ଘେରି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିହତ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଖୋଜାଖୋଜି କରାଯାଇଥିଲା। ଆଉ ଏବେ ଏହି ଆତଙ୍କବାଦୀ ମଧ୍ୟ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ନିହତ ହୋଇଥିବା ସୂଚନା ମିଳିଛି।

ସୂଚନାଥାଉ କି, ଜମ୍ମୁ ଓ କାଶ୍ମୀରର ବାରମୂଳା ଜିଲ୍ଲାରେ ନିରାପତ୍ତା ଓ ସୁରକ୍ଷା ବଳ ସହିତ ଗୁଳି ବିନିମୟ ବେଳେ ନିହତ ହୋଇଥିବା ୨ ଆତଙ୍କବାଦୀଙ୍କ ପରିଚୟ ମିଳିଛି। କାଶ୍ମୀର ଜୋନ୍‌ ପୋଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବାରମୂଳା ଜିଲ୍ଲାର ହାଥ୍‌ଲାଙ୍ଗ୍‌ ଉରିର ‘ଫର୍‌ୱାର୍ଡ’ ଅଞ୍ଚଳରେ ଏହି ଗୁଳି ବିନିମୟ ହୋଇଥିଲା। ଏଥିରେ ନିହତ ହୋଇଥିବା ଦୁଇ ଆତଙ୍କବାଦୀ ହେଲେ- ମିର୍‌ ସାହିବ ବାରମୂଳାର ଜାଇଦ୍‌ ହସନ୍‌ ମଲ୍ଲା ଏବଂ ଷ୍ଟାଡିୟମ୍‌ କଲୋନିର ମହମ୍ମଦ ଆରିଫ୍‌ ଚନ୍ନା। ଆତ୍ମଗୋପନ କରିଥିବା ଆତଙ୍କବାଦୀମାନଙ୍କୁ ଠାବ କରିବାକୁ ଲାଗି ‘ଡ୍ରୋନ୍‌ ସର୍ଭିଲେନ୍‌ସି’ କରାଯାଉଛି।

ଅନ୍ୟପକ୍ଷେ, ଅନନ୍ତନାଗ ଜିଲ୍ଲାର କୋକରନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚତୁର୍ଥ ଦିନରେ ପହଞ୍ଚିଛି। ପାହାଡିଆ ଅଞ୍ଚଳର ଘଞ୍ଚ ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଖୋଜିବା ଲାଗି ହେଲିକପ୍ଟର ଓ ଡ୍ରୋନ୍‌ର ସହାୟତା ନିଆଯାଇଛି।