• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ହରିଆଣାର କର୍ଣ୍ଣଲରୁ ଧରା ପଡ଼ିଛନ୍ତି ୪ ସଂଦିଗ୍ଧ ଖଲିସ୍ତାନୀ ଆତଙ୍କବାଦୀ । ଧରାପଡ଼ିଥିବା ଏହି ସନ୍ଦିଗ୍ଧ ଆତଙ୍କବାଦୀ ମାନଙ୍କୁ ଡ୍ରୋନ୍ ଯୋଗେ ଅସ୍ତ୍ରଶସ୍ତ୍ର ପଠା ଯାଉଥିବାର ସୂଚନା ମିଳିଛି । ଏହି ୪ ଜଣ ସଂଦିଗ୍ଧ ଖଲିସ୍ତାନୀ ଆତଙ୍କବାଦୀ ହେଉଛନ୍ତି ଗୁରୁପ୍ରୀତ, ଅମନଦୀପ, ପରମୀନ୍ଦର ଏବଂ ଭୁପିନ୍ଦର । ଏମାନଙ୍କ ଘର ହରିୟାଣା ଏବଂ ପଞ୍ଜାବରେ ବୋଲି ପୋଲିସ ସୂଚନା ଦେଇଛି । ଏହି ସଂଦିଗ୍ଧ ଆତଙ୍କବାଦୀଙ୍କୁ ଧରିବା ପରେ ପୁଲିସ୍ ଜେରା ଆରମ୍ଭ କରିଛି ।

ସଂଦିଗ୍ଧ ଆତଙ୍କବାଦୀଙ୍କ ନିକଟରୁ ଏକ ପିସ୍ତଲ ଏବଂ କିଛି ଲାଇଭ୍ କାଟ୍ରିଜ୍ ଜବତ କରାଯାଇଛି । ଜଣେ ଅଧିକାରୀଙ୍କ କହିବାନୁଯାୟୀ, ପାକିସ୍ତାନର ଫେରୋଜପୁର ଜିଲ୍ଲାରୁ ଆତଙ୍କବାଦୀ ହରଜିନ୍ଦର ସିଂହ ରିଣ୍ଡା ଡ୍ରୋନ୍ ଯୋଗେ ଏହି ସଂଦିଗ୍ଧ ଆତଙ୍କବାଦୀଙ୍କ ନିକଟକୁ ଅସ୍ତ୍ରଶସ୍ତ୍ର ପଠାଉଥିଲା । ପୂର୍ବରୁ ବି ଆତଙ୍କବାଦୀମାନେ ଫେରୋଜପୁରରୁ ଅସ୍ତ୍ରଶସ୍ତ୍ର ଗ୍ରହଣ କରିଥିଲେ । କର୍ଣ୍ଣଲ ପୁଲିସ୍ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପୁଣି ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ । ଭାରତକୁ ଆତଙ୍କବାଦୀ ପଠାଇବାର ଉଦ୍ୟମ ଜାରି ରଖିଛି । ଏହିକ୍ରମରେ ଜମ୍ମୁ ଓ କାଶ୍ମୀରର ସାମ୍ବା ଜିଲ୍ଲାରେ ଗୋଟିଏ ସୁଡ଼ଙ୍ଗ ଠାବ କରିଛି ସୀମା ସୁରକ୍ଷା ବଳ । ଆଜି ଭୋରରୁ ସୁଡ଼ଙ୍ଗଟିକୁ ଏଲ୍ଓସିରେ ପାକିସ୍ତାନର ଚମନ ଖୁର୍ଦ ନିକଟରେ ଥିବା ଜଣାପଡ଼ିଛି । ପାଟ୍ରୋଲିଂ ବେଳେ ବିଏସ୍ଏଫ୍ ଏହି ସୁଡ଼ଙ୍ଗଟି ଠାବ କରିଛି ।

୧୫୦ ମିଟର ଲମ୍ବର ଏହି ସୁଡ଼ଙ୍ଗର ଅଧାରୁ ଅଧିକ ଭାଗ ଭାରତ ପଟକୁ ରହିଛି । ତେବେ ପାକିସ୍ତାନ ପଟକୁ ୫୦ ମିଟର ଲମ୍ବିଥିବା ପ୍ରାଥମିକ ଅନୁଧ୍ୟାନରୁ ଜଣାପଡ଼ିଛି । ଏହା ଅଳ୍ପଦିନ ତଳେ ଖୋଳାଯାଇଥିଲା ବୋଲି ଜାମ୍ମୁ ଓ କାଶ୍ମୀରର ଆଇଜି ଡି. କେ. ବୁରା କହିଛନ୍ତି । ତେବେ ଏହି ସୁଡ଼ଙ୍ଗ ବାଟେ ଆତଙ୍କବାଦୀ ଆସିଛନ୍ତି କି ନାହିଁ, ଯଦି ଆସିଛନ୍ତି, କେତେଜଣ ଆସିଛନ୍ତି ସେନେଇ ତନାଘନା ଜାରି ରହିଛି ବୋଲି ସେ କହିଛନ୍ତି ।

ଭାରତୀୟ ସୀମାରେ ଥିବା ଶେଷ ଗାଁଠାରୁ ୭୦୦ ମିଟର ଦୂରରେ ଏହି ସୁଡ଼ଙ୍ଗଟି ନିର୍ମାଣ ହୋଇଥିବା କୁହାଯାଇଛି । ଏପ୍ରିଲ ୨୨ର ସୁଞ୍ଜଓ୍ୱାନା ଏନକାଉଣ୍ଟର ପରେ ସୀମାରେ ସୁଡ଼ଙ୍ଗ ଠାବ କରିବା ଲାଗି ବିଏସ୍ଏଫ୍ ପକ୍ଷରୁ ଜୋରଦାର ଅପରେସନ ଚାଲିଥିଲା । ସେହି ଅପରେସନରେ ଏହି ସୁଡ଼ଙ୍ଗ ଠାବ ହୋଇଥିବା ଜଣାଯାଇଛି ।