Advertisment

ଗୋଟିଏ ପରେ ଗୋଟିଏ ଧମାକା: ପ୍ରଥମ ବିସ୍ଫୋରଣର କିଛି ସମୟ ପରେ ପୁଣି ଭୟଙ୍କର ବିସ୍ଫୋରଣ

ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ପ୍ରଥମେ ଦୋମାଳି ଚୌକ୍‌ରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ବିସ୍ଫୋରଣ ହୋଇଥିଲା। ଏଠାରେ ପାର୍କିଂ ହୋଇଥିବା ଏକ ଖାଲି ବସ୍‌ରେ ଏହି ବିସ୍ଫୋରଣ ଘଟିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
J&K Blast Today

Two Mysterious Blast In Jammu And Kashmir's Udhampur

କିଛି ଦିନର ବ୍ୟବଧାନ ପରେ ପୁଣିଥରେ କାଶ୍ମୀରରେ ବିସ୍ଫୋରଣ। ଗତ ୮ ଘଣ୍ଟା ମଧ୍ୟରେ ଜମ୍ମୁ ଓ କାଶ୍ମୀରର ଉଧମପୁରରେ ୨ଟି ବିସ୍ଫୋରଣ ହୋଇଛି। ଉଧମପୁର ଦୋମାଳି ଚୌକ୍‌ରେ ଦୁଇଟି ବସ୍‌ରେ ଏହି ଭୟଙ୍କର ବିସ୍ଫୋରଣ ହୋଇଛି। ପ୍ରଥମ ବିସ୍ଫୋରଣ ବୁଧବାର ରାତିରେ ଉଧମପୁରରେ ଏକ ପେଟ୍ରୋଲ ପମ୍ପ ନିକଟରେ ହୋଇଥିବା ବେଳେ ଦ୍ୱିତୀୟ ବିସ୍ଫୋରଣ କିଛି ସମୟ ପରେ ଦୋମାଳି ଚୌକ୍‌ରେ ହୋଇଥିଲା। ପ୍ରଥମ ବିସ୍ଫୋରଣରେ ୨ ଜଣ ଆହତ ହୋଇଥିବା ବେଳେ ଦ୍ୱିତୀୟ ବିସ୍ଫୋରଣରେ କେହି ଆହତ ହୋଇ ନାହାନ୍ତି।

Advertisment

ସୂଚନାଥାଉ କି, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ପ୍ରଥମେ ଦୋମାଳି ଚୌକ୍‌ରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ବିସ୍ଫୋରଣ ହୋଇଥିଲା। ଏଠାରେ ପାର୍କିଂ ହୋଇଥିବା ଏକ ଖାଲି ବସ୍‌ରେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ୨ ଜଣ ଆହତ ହୋଇଛନ୍ତି। ବସ୍‌ରେ କେହି ଯାତ୍ରୀ ନଥିବାରୁ ଏକ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇଛି। ବିସ୍ଫୋରଣରେ ପାର୍କିଂ ହୋଇଥିବା ଅନ୍ୟ ଗାଡ଼ି ଗୁଡ଼ିକ ନଷ୍ଟ ହୋଇଯାଇଛି। ଖବରପାଇ ପୋଲିସ୍‌ ଓ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଉଧମପୁର ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସେମାନେ ବିପଦ ମୁକ୍ତ ଥିବା ଜଣାପଡ଼ିଛି।

Advertisment

ସେହିପରି ପ୍ରଥମ ବିସ୍ଫୋରଣର ଠିକ୍‌ ୧୫ ମିନିଟ୍‌ ପରେ ଉଧମପୁର ସ୍ଥିତ ବସ୍‌ ଷ୍ଟାଣ୍ଡ୍‌ରେ ପାର୍କିଂ ହୋଇଥିବା ଅନ୍ୟ ଏକ ବସ୍‌ରେ ବିସ୍ଫୋରଣ ହୋଇଥିଲା। ରାତି ୧୦ଟା ୪୫ ମିନିଟ୍‌ରେ ଦ୍ୱିତୀୟ ବିସ୍ଫୋରଣ ହୋଇଥିବା ବେଳେ ଏଥିରେ କେହି ଆହତ ହୋଇ ନାହାନ୍ତି। ଖବର ପାଇ ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍‌, ଅଧିକାରୀ ଓ ଡଗ୍‌ ସ୍କ୍ୱାଡ୍‌ ବସ୍‌ ଷ୍ଟାଣ୍ଡ୍‌ରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। 

ମାତ୍ର କିଛି ସମୟର ବ୍ୟବଧାନରେ ଦୁଇ ଦୁଇଟି ବିସ୍ଫୋରଣ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛଇ। ସୁରକ୍ଷାକର୍ମୀ ଗୁରୁତ୍ୱର ସହ ଘଟଣାକୁ ନେଇ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। ବୋମା ନିଷ୍କ୍ରିୟକାରୀ ଟିମ୍ ଯାଇ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଯାଞ୍ଚ କରୁଛି। ବିସ୍ଫୋରଣ କେମିତି ହେଲା ? ଏହା ପଛରେ କାହାର ହାତ ରହିଛି, ସେନେଇ ତଦନ୍ତ ଚାଲିଛି।  

Jammu And Kashmir Blast In Jammu And Kashmir
Advertisment
Advertisment