Advertisment

ବର୍ଷକରେ ୨୩ ଜଣଙ୍କ ଆତ୍ମହତ୍ୟା, ଗତ ୨୪ ଘଣ୍ଟାରେ ୨ ଜଣ ହାରିଲେଣି ଜୀବନ

ଆଗାମୀ ଦୁଇ ମାସ ଯାଏଁ କୋଚିଂ କେନ୍ଦ୍ରରେ କୌଣସି ଟେଷ୍ଟ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Rajasthan Student Suicide

Rajasthan Student Suicide

ରାଜସ୍ଥାନ କୋଟାରେ କୋଚିଂ ପାଇଁ ଆସୁଥିବ ଛାତଛାତ୍ରୀଙ୍କ ଆତ୍ମହତ୍ୟା ବୃଦ୍ଧିକୁ ନେଇ ଚିନ୍ତାରେ ସରକାର। ଗତକାଲି ଗୋଟିଏ ଦିନରେ ଦୁଇ ଦୁଇଟି ଆତ୍ମହତ୍ୟା ସରକାରଙ୍କ ନିଦ ହଜାଇଛି । ଏହାକୁ ରୋକିବା ପାଇଁ ସରକାର ଭିନ୍ନ ଭିନ୍ନ ପଦକ୍ଷେପ । ଉଚ୍ଚ ଶିକ୍ଷା ବିକଗ ବୈଠକ ଡାକି କୋଚିଂ କ୍ଲାସମାନଙ୍କୁ ଏଥିପାଇଁ ନିର୍ଦ୍ଦେଶନାମା ଜାରି କରିଛି ।

Advertisment

ଆତ୍ମହତ୍ୟା ରୋକିବାକୁ ସରକାର ପ୍ରସ୍ତୁତ କରିଛନ୍ତି ଆକ୍ସନ ପ୍ଲାନ । ରାଜସ୍ଥାନର ଉଚ୍ଚ ଶିକ୍ଷା ଓ ବୈଷୟିକ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ଭୱାନୀ ସିଂ ଦେଠାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋଟାର ସମସ୍ତ କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ । ନିଟ୍ ପାଇଁ ପ୍ରସ୍ତୁତି ଚଳାଇଥିବା ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବା ନିମନ୍ତେ ଏହି ଅନ ଲାଇନ୍ ମିଟିଂରେ ବହୁ ନିଷ୍ପତ୍ତି ନିଆଯାଇଛି ।

ଏଥିମଧ୍ୟରେ ରହିଛି ସପ୍ତାହରେ ଗୋଟିଏ ଦିନ ଅଧା ପାଠପଢ଼ା- ଅଧା ଖେଳକୁଦ କରିବା, ଏହାର ପରବର୍ତ୍ତୀ ୨ ଦିନ ପର୍ଯ୍ୟନ୍ତ କୌଣସି ଟେଷ୍ଟ ନ କରିବା, ପିଲାମାନଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେବା ପାଇଁ ଅନଲାଇନ୍ ମୋଟିଭେସନାଲ କ୍ଲାସ୍ କରିବା, ଆତ୍ମହତ୍ୟା ପ୍ରବଣତା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ମନୋସ୍ତାତ୍ତ୍ୱିକ କାଉନସେଲିଂ କରିବା । ସେହିଭଳି ଆଗାମୀ ଦୁଇ ମାସ ଯାଏଁ କୋଚିଂ କେନ୍ଦ୍ରରେ କୌଣସି ଟେଷ୍ଟ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

Advertisment

ବିଭିନ୍ନ ବିଷୟର ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରି ପିଲାଙ୍କ ଉପରୁ ପାଠପଢ଼ା ଚାପ କମ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବାକୁ କୋଚିଂ କେନ୍ଦ୍ରମାନଙ୍କୁ କୁହାଯାଇଛି । ଏହି କମିଟି ଆସନ୍ତା ୨ ତାରିଖରେ କୋଟା ପରିଦର୍ଶନରେ ଯାଇ ସିଧାସଳଖ ସମସ୍ୟା ବୁଝିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିସହ କୋଟାରେ ପିଲାଙ୍କ ନିମନ୍ତେ ଏକ ଥାନା ଗଠନ ନିମନ୍ତେ ପ୍ରସ୍ତାବ ଦିଆଯାଇଛି । ତେବେ ଛାତ୍ରଛାତ୍ରୀଙ୍କ ମଧ୍ୟର ବଢୁଥିବା ଆତ୍ମହତ୍ୟା ପାଇଁ କୋଚିଂ କେନ୍ଦ୍ରକୁ ଦାୟୀ କରିଛନ୍ତି ରଜସ୍ଥାନର ମନ୍ତ୍ରୀ ।

ଗତ ରବିବାର କୋଟାରେ ଏକ କୋଚିଂ ସେଣ୍ଟରରେ ପରୀକ୍ଷା ପରେ ୨ ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ । ଏଥିସହିତ ଏପର୍ଯ୍ୟନ୍ତ କୋଟାରେ କୋଚିଂ ପାଇଁ ଆସୁଥିବା ୨୪ ଜଣ ଛାତ୍ରଛାତ୍ରୀ ଜୀବନ ହାରିସାରିଲେଣି । ଗତବର୍ଷ ମଧ୍ୟ ୨୩ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ । ରଜସ୍ଥାନର କୋଟା, ଦେଶର ଏକ କୋଚିଂ ହବ୍ ଭାବେ ପରିଗଣିତ ହେଉଛି ଯେଁଉଠାକୁ NEET ପରୀକ୍ଷା କୋଚିଂ ପାଇଁ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ଆସିଥାନ୍ତି ।

Rajasthan Suicide Kota Student Suicide
Advertisment
Advertisment