/odishatv-khabar/media/post_attachments/uploadimage/library/16_9/16_9_0/_Sangrur_1684728590.jpg)
Sangrur
ଦଶମ ଶ୍ରେଣୀ ରେଜଲ୍ଟ ବାହାରିବ ପରେ ପାର୍ଟି କରିବା ହେଲା କାଳ । ଅତ୍ୟଧିକ ଗରମ ହେତୁ ଛାତ୍ରମାନେ ଏକ ପୋଖରୀରେ ଗାଧୋଉ ଗାଧୋଉ ଘଟିଲା ଅଘଟଣ । ହେଲେ ଅସାବଧାନତା ବଶତଃ କେତେବେଳେ ଯେ ସେମାନେ ଗଭୀର ପାଣି ଭିତରକୁ ଚାଲି ଯାଇଥିବା କେହି ଜାଣିପାରି ନଥିଲେ । ଫଳରେ ପାଣିରେ ବୁଡ଼ି ଯାଇ ୨ ଛାତ୍ରଙ୍କ ଜୀବନ ଚାଲିଯାଇଛି । ପଞ୍ଜାବ ସଙ୍ଗରୁରର ଗୁରୁଦ୍ୱାରର ଏକ ପୋଖରୀରେ ଏଭଳି ଅଘଟଣ ଘଟିଛି ।
ପାର୍ଟି କରିବା ପାଇଁ ବାହାରିବା ହେଲା କାଳ:
ମାଟ୍ରିକ ପାସ୍ କରିବା ପରେ ଗତକାଲି ମଧ୍ୟାହ୍ନ ସମୟରେ ପାର୍ଟି କରିବାକୁ ୮ ଛାତ୍ର ଘରୁ ଟଙ୍କା ଧରି ବାହାରିଥିଲେ । ହେଲେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପ୍ରଥମେ ସେମାନେ ଗୁରୁଦ୍ୱାର ପରିସରରେ ଥିବା ପୋଖରୀରେ ଗାଧୋଇବା ପାଇଁ କଥା ହୋଇଥିଲେ । ଆଉ ତା’ପରେ ଜଣେ ପରେ ଜଣେ ପୋଖରୀକୁ ଡେଇଁ ପଡ଼ିଥିଲେ ।
ଦିନ ଗୋଟାଏର ଘଟଣା:
ଗୁରୁଦ୍ୱାରର ମ୍ୟାନେଜରଙ୍କ ଅନୁସାରେ, ରବିବାର ଦିନ ପ୍ରାୟ ୧ଟା ସମୟରେ ଗୁରୁଦ୍ୱାର ସାହେବର ପୋଖୀରରେ ପ୍ରାୟ ଆଠ ଜଣ ଛାତ୍ର ଗାଧୋଉଥିଲେ । ହେଲେ ହଠାତ୍ ଦୁଇଜଣ ଛାତ୍ର ଗଭୀର ପାଣି ଭିତରକୁ ଚାଲିଯାଇଥିଲେ, ଫଳରେ ସେମାନଙ୍କର ମୃତ୍ୟୁ ହୋଇଛି । ପିଲାମାନେ ପୋଖରୀରେ ଗାଧୋଉଥିବାର ସେ ସିସିଟିଭିରେ ଦେଖିବାକୁ ପାଇଥିଲେ । ତୁରନ୍ତ ସେଠାକୁ ଯାଇ ପୋଖରୀରୁ ବାହାରିବାକୁ ପିଲାଙ୍କୁ କହିଥିଲେ । ପିଲାଙ୍କ ଚେତାଇବାର କିଛି କ୍ଷଣ ପରେ ହିଁ ଏଭଳି ଅଘଟଣ ଘଟିଛି । ଦୁଇ ଜଣ ପିଲା ପୋଖରୀରେ ବୁଡ଼ି ପ୍ରାଣ ହରାଇବା ପରେ ଅନ୍ୟ ସାଙ୍ଗମାନେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ ।
ପାଟି ସ୍ଥାନୀୟ ଲୋକ ସେଠାରେ ରୁଣ୍ଡ ହୋଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ପହଞ୍ଚି ପୋଖରୀରେ ଖୋଜାଖୋଜି କରି ୨ ମୃତଦେହ ଉଦ୍ଧାର କରିଛନ୍ତି । ଖୁସର ମାହୋଲରେ ଏବେ କାନ୍ଦବୋବାଳି ପଡ଼ିଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)