Advertisment

Maoists Killed In Encounter: ୨ ଦୁର୍ଦ୍ଦାନ୍ତ ମାଓବାଦୀ ନିପାତ, ମୁଣ୍ଡ ପିଛା ଥିଲା ୧୫ ଲକ୍ଷର ପୁରସ୍କାର ରାଶି

ଝାଡଖଣ୍ଡରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଛନ୍ତି । ଉଭୟଙ୍କ ମୁଣ୍ଡ ପିଛା ଥିଲା ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଘଟଣାସ୍ଥଳରୁ ଗୋଟିଏ ରାଇଫଲ୍‌ ଜବତ ସହ ଜାରି ରହିଛି ସର୍ଚ୍ଚ ଅପରେସନ ।

ଅଦ୍ୟତନ ହୋଇଛି
2 Maoists Killed

2 Maoists Killed

Advertisment

ଝାଡ଼ଖଣ୍ଡରେ ୨ ହାର୍ଡକୋର୍ ମାଓବାଦୀଙ୍କୁ ଏନ୍‌କାଉଣ୍ଟର । ଲାତେହାରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ । ଉଭୟଙ୍କ ମାଓବାଦୀଙ୍କ ନାଁରେ ଥିଲା ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ସେପଟେ ଆହତ ଅବସ୍ଥାରେ ଆଉ ଜଣେ ମାଓବାଦୀକୁ କାବୁ କରାଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଗୋଟିଏ ରାଇଫଲ୍‌ ଜବତ ହୋଇଥିବାବେଳେ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । 

Advertisment

ଆଣ୍ଟି ନକ୍ସଲ ଅପରେସନ ଜୋରଦାର ଚାଲିଥିବାବେଳେ ଏଥିରେ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଛି । ଗତକାଲି ମହାରାଷ୍ଟ୍ର ଗଡ଼ଚିରୋଲିରେ ୪ ହାର୍ଡକୋର୍ ମାଓବାଦୀ ନିହତ ହୋଇଥିଲେ । ସେହିପରି ବୁଧବାର ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨୭ ମାଓବାଦୀ ନିପାତ ହୋଇଥିଲେ । ଆଜି ଝାଡଖଣ୍ଡରେ ମଧ୍ୟ ୨ ହାର୍ଡକୋର୍ ମାଓବାଦୀ ନିପାତ ହୋଇଛନ୍ତି । 

ଅଧିକ ପଢନ୍ତୁ : ନକ୍ସଲ ଦମନରେ ପୁଣି ସଫଳତା, ମହାରାଷ୍ଟ୍ର ଗଡ଼ଚିରୋଲିରେ ୪ ହାର୍ଡକୋର୍ ମାଓବାଦୀ ନିପାତ

Advertisment
2 Maoists Killed Anti Naxal Operation Jharkhand
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ