Climbers Died
ବିଶ୍ୱର ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ ଉପରେ ଚାଲିଗଲା ୨ ଜୀବନ । ମୃତକଙ୍କ ମଧ୍ୟରୁ ଜଣେ ଭାରତୀୟ ହୋଇଥିବାବେଳେ ଅନ୍ୟ ଜଣେ ଫିଲିପାଇନ୍ସ ନାଗରିକ ହୋଇଥିବା ଜଣାପଡ଼ିଛି । ୮ ହଜାର ୮୪୯ ମିଟର ଉଚ୍ଚତାକୁ ଚଢିସାରିବା ପରେ ଜୀବନ ଯାଇଛି । ଏମାନେ ହେଉଛନ୍ତି ଏଭରେଷ୍ଟ ଉପରେ ଜୀବନ ଯାଇଥିବା ପ୍ରଥମ ବ୍ୟକ୍ତି । ୪୫ ବର୍ଷୀୟ ପର୍ବତାରୋହୀ ସୁବ୍ରତ ଘୋଷ ସଫଳତାପୂର୍ବକ ୮, ୮୪୯ମିଟର ଉଚ୍ଚତାକୁ ଅତିକ୍ରମ କରି ଶିଖରରେ ପହଞ୍ଚି ସାରିଥିଲେ । ସେଠାରେ ତ୍ରିରଙ୍ଗା ଉଡାଇ ଫଠୋ ମଧ୍ୟ ଉତ୍ତୋଳନ କରିଥିଲେ । ହେଲେ ଅବତରଣ କରୁଥିବା ସମୟରେ ହିଲେରୀ ଷ୍ଟେପ୍ ନିକଟରେ ତାଙ୍କର ମୃତ୍ୟୁ ଘଟିଛି ।
ସେହିପରି ମୃତ୍ୟୁବରଣ କରିଥିବା ଫିଲିପାଇନ୍ସର ନାଗରିକ ଜଣକ ହେଉଛନ୍ତି ୪୫ ବର୍ଷୀୟ ପର୍ବତାରୋହୀ ଫିଲିପ୍ ସେଣ୍ଟିୟାଗୋ । ବୁଧବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି । ନେପାଳ ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କ ସୂଚନା ଅନୁସାରେ, ପର୍ବତ ଆରୋହଣ କରୁଥିବାବେଳେ ଥକ୍କା ଅନୁଭବ କରିଥିଲେ ଫିଲିପ୍ । ତେଣୁ ନିକଟରେ ଥିବା ଏକ କ୍ୟାମ୍ପରେ ବିଶ୍ରାମ ନେଇଥିଲେ । ସେହି ସମୟରେ ତାଙ୍କର ଜୀବନ ଯାଇଛି । ଖବର ସୁଦ୍ଧା, ଉଭୟଙ୍କ ମୃତଦେହ ଏଭରେଷ୍ଟ ପାଦଦେଶକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି ।
ହିଲେରୀ ଷ୍ଟେପକୁ ‘ଡେଥ୍ ଜୋନ’ ବୋଲି ମଧ୍ୟ କୁହାଯାଇଥାଏ । କାରଣ ଏହା ୮ ହଜାର ମିଟର ଉପରେ ଅବସ୍ଥିତ । ଜଣେ ମଣିଷ ଜୀବିତ ରହିବା ପାଇଁ ଯେତିକି ଅମ୍ଳଜାନ ଆବଶ୍ୟକ କରିଥାଏ ତାହା ଏଠାରେ ନଥାଏ । ଯେଉଁଥିପାଇଁ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ବ୍ୟକ୍ତି ସେଠାରେ ତିଷ୍ଠିବା କଷ୍ଟକର ହୋଇଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us