/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656400138.jpg)
Special story
ଦେଶର ପ୍ରସିଦ୍ଧ ବ୍ୟବସାୟୀ ତଥା ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଖୁବ ସକ୍ରିୟ । ପ୍ରତିଦିନ ତାଙ୍କର କିଛି ନା କିଛି ଭିଡିଓ ଭାଇରାଲ ହୁଏ । ତାଙ୍କ ପୋଷ୍ଟରେ ସ୍ୱତନ୍ତ୍ରତା ବାରି ହୋଇପଡ଼େ । କେତେବେଳେ ସେ ଦେଶର ପ୍ରତିଭାକୁ ଲୋକଲୋଚନକୁ ଆଣନ୍ତି ତ, ଆଉ କେତେବେଳେ ସେ ହୃଦୟସ୍ପର୍ଶୀ ଭିଡିଓ କିମ୍ବା ଚିତ୍ର ପୋଷ୍ଟ କରନ୍ତି । ବର୍ତ୍ତମାନ ପୁଣି ଥରେ ତାଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହେଉଛି ।
Beautiful photograph, Abhishek.
She is my #MondayMotivationhttps://t.co/NMViCvaAwO— anand mahindra (@anandmahindra) June 27, 2022
ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଏକ ସୁନ୍ଦର ଏବଂ ପ୍ରେରଣାଦାୟକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଜଣେ ଝିଅ ଜଙ୍ଗଲରେ ଏକୁଟିଆ ପଢ଼ୁଥିବା ଦେଖିବାକୁ ମିଳୁଛି । ସେହି ପୋଷ୍ଟରେ ଅନେକ ୟୁଜର ସକରାତ୍କମ କମେଣ୍ଟ୍ ଦେବା ସହ ଲାଇକ୍ କରିଛନ୍ତି । ତେବେ ଜଣେ ୟୁଜର କମେଣ୍ଟ୍ ବକ୍ସରେ ଆନନ୍ଦ ମହିନ୍ଦ୍ରାଙ୍କୁ ତାଙ୍କର ଯୋଗ୍ୟତା ବିଷୟରେ ପଚାରିଛନ୍ତି । ୟୁଜର ଲେଖିଛନ୍ତି ’ସାର ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିପାରେ କି?
Frankly, at my age, the only qualification of any merit is experience… https://t.co/azCKBgEacF
— anand mahindra (@anandmahindra) June 27, 2022
ଆନନ୍ଦ ମହିନ୍ଦ୍ରା ଅତି ସରଳତା ସହ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି । ଏ ବୟସରେ ଯୋଗ୍ୟତା କେବଳ ମୋର ଅଭିଜ୍ଞତା ବୋଲି କହିଛନ୍ତି । ଅନ୍ୟପକ୍ଷରେ ଆନନ୍ଦ ମହିନ୍ଦ୍ରାଙ୍କୁ ଏପରି ପ୍ରଶ୍ନ ପଚରାଯାଇଥିବାରୁ କିଛି ୟୁଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି 'ତାଙ୍କର ଯୋଗ୍ୟତା ପାଇଁ ପ୍ରମାଣପତ୍ରର ଆବଶ୍ୟକତା ନାହିଁ' । ସାର୍ଟିଫିକେଟ୍ କେବଳ କାଗଜପତ୍ରର ସୀମିତି । ତାଙ୍କର ଅଧୀନରେ ୪୦ ହଜାର ଯୋଗ୍ୟ ବ୍ୟକ୍ତି କାମ କରୁଛନ୍ତି । ଏଥିରୁ ତାଙ୍କ ଯୋଗ୍ୟତା ଜାଣି ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)