/odishatv-khabar/media/post_attachments/uploadimage/library/16_9/16_9_0/Train_TTE_1712144426.jpg)
Train TTE
ପୁଣି ଏକ ଅମାନବୀୟ ଘଟଣା । ଟ୍ରେନ୍ ବାହାରକୁ ଟିଟିଇଙ୍କୁ ଧକ୍କା ମାରିଦେଲେ ଯାତ୍ରୀ । ଅକାରଣେ ଚାଲିଗଲା ଟିଟିଇଙ୍କ ଜୀବନ । କେରଳର ଥ୍ରୀସୁର ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ଦିନ ବିନା ଟିକେଟ୍ରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି, ଚଳନ୍ତା ଟ୍ରେନରୁ TTE କୁ ଧକ୍କା ମାରିଦେଲା । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଛି ।
ପୋଲିସର କହିବାନୁଯାୟୀ, ଜଣେ ଯାତ୍ରୀ ଥ୍ରୀସୁରରେ ଟ୍ରେନରୁ TTE କୁ ଧକ୍କା ଦେଇଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ସେତେବେଳେ ଘଟିଲା ଯେତେବେଳେ ବିନୋଦ କୁମାର ନାମ ଟିଟିଇ ଜଣକ ପାଟନା ସୁପରଫାଷ୍ଟ ଟ୍ରେନର କୋଚ ନମ୍ବର S11 ରେ ଟିକେଟ୍ ଚେକିଂ କରୁଥିଲେ । ସେତେବେଳେ ବିନା ଟିକେଟ୍ରେ ଯାତ୍ରା କରୁଥିବା ଜଣେ ପ୍ରବାସୀ ଶ୍ରମିକ ବିନୋଦଙ୍କୁ ଟ୍ରେନ୍ ବାହାରକୁ ଧକ୍କା ଦେଇଥିଲେ । ପୋଲିସ କହିଛି ଯେ ଅଭିଯୁକ୍ତ ଜଣେ ପ୍ରବାସୀ ଶ୍ରମିକ ଏବଂ ତାଙ୍କୁ ପାଲକ୍କଡରୁ ଗିରଫ କରାଯାଇଛି ।
ପୋଲିସର ପଚରାଉଚରା ବେଳେ ଅଭିଯୁକ୍ତ ସ୍ୱୀକାର କରିଛି ଯେ, ଟିଟିଇ ଯେତେବେଳେ ତାକୁ ଟିକେଟ ମାଗିଥିଲେ ​​ସେତେବେଳେ ସେ ଟିକେଟ୍ ନଦେଇପାରି ଟିଟିଇଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ସେ ଟ୍ରେନ୍ରୁ ବାହାରକୁ ପଡ଼ିଯାଇଥିଲେ । ଆଉ ତାଙ୍କର ମୃତ୍ୟୁ ହୋଇଥିଲା । ଅଭିଯୁକ୍ତ ଟିଟିଇକୁ ଟ୍ରେନରୁ ଠେଲି ଦେଇଥିଲା। ଫଳରେ ସେ ଚଳନ୍ତା ଟ୍ରେନରୁ ଖସିପଡିଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ରେଲ୍ୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସଂପୃକ୍ତ ଯାତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)