• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମାଆର ମଲା ଶରୀରକୁ ନିଜ ଘରେ ପୋତିଦେଲା ପୁଅ । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ତ୍ରିପୁରା ଅଗରତାଲାରେ ଦେଖିବାକୁ ମିଳିଛି । ଶବକୁ ମଶାଣୀରେ ଦାହ କରିବା ବଦଳରେ ନିଜ ଘରେ ପୋତିଦେଲା ପୁଅ । ଏହି ଘଟଣାରେ ଅଭିଯୁକ୍ତ ପୁଅ ଆଶିଷ ଶାହଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି ।

ନିଜର ବୃଦ୍ଧ ମାଆକୁ ଘରେ ପୋତିଦେଲା ପୁଅ । ମୃତ ମହିଳା ସାଧନା ଶାହାଙ୍କ ମରଶରୀରକୁ ମଙ୍ଗଳବାର ଘଟଣାସ୍ଥଳରୁ ଉଦ୍ଧାର କରିଛି ପୋଲିସ । ପଡ଼ୋଶୀଙ୍କ ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମରଶରୀରକୁ ଉଦ୍ଧାର କରିଥିଲା । ପୋଲିସର କହିବାନୁଯାୟୀ ସାଧନା ଶାହଙ୍କ ବୟସ ପାଖାପାଖି ୮୦ରୁ ୯୦ ମଧ୍ୟରେ ହେବ । ଶବକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମହିଳାଙ୍କ ମୃତ୍ୟ କେତେବେଳେ ଓ କେଉଁ କାରଣରୁ ହୋଇଛି, ତାହା ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଜଣାପଡ଼ିବ ।

ଆଶିଷଙ୍କୁ ଅଟକ ରଖି ପୋଲିସ ପଚରାଉଚରା ବେଳେ ସେ କହିଛନ୍ତି ଯେ ତାଙ୍କ ମାଆଙ୍କ ମୃତ୍ୟୁ ସୋମବାର ହୋଇଥିଲା । ଆଉ ତାଙ୍କ ମାଆ ଚାହୁଁଥିଲେ କି ତାଙ୍କ ଶରୀରକୁ ନିଜ ଘରେ ପୋତି ଦିଆଯାଉ । ଆଶିଷ ଆହୁରି କହିଛନ୍ତି ଯେ, ‘ମୋ ମାଆ ଜଣେ ଡାଇବେଟିସ୍‌ ରୋଗୀ ଥିଲେ, ସେ ଏଥପାଇଁ ମେଡିସିନ୍‌ ବି ଖାଉନଥିଲେ । ସେ କେବଳ ବ୍ଲଡ ପ୍ରେସର ମେଡିସିନ୍‌ ଖାଉଥିଲେ । ସୋମବାର ସଂଧ୍ୟାରେ ମାଆଙ୍କ ଦେହାନ୍ତ ହୋଇଛି । ମାଆ ମରିବା ପୂର୍ବରୁ କହିଥିଲେ କି ତାଙ୍କର ମୃତ୍ୟୁ ପରେ ଶବକୁ ଦାହ ବଦଳରେ ନିଜ ଘରେ ପୋତି ଦେବା ପାଇଁ । ସେଥିପାଇଁ ମୁଁ ଶବକୁ ଘରେ ପୋତି ଦେଇଥିଲି । ମୋର ଭୁଲ୍‌ ଯେ ଏହି କଥା ମତେ ପଡ଼ୋଶୀଙ୍କୁ ଜଣାଇ ଦେବାର ଥିଲା’ ।

ପଡ଼ୋଶୀଙ୍କ କହିବାନୁଯୀୟୀ ଆଶିଷ ନିଜ ଦୁଇ ଭାଇ ଓ ମାଆଙ୍କ ସହ ରହୁଥିଲେ । ତାଙ୍କ ଦୁଇ ଭାଇଙ୍କ ଦେହାନ୍ତ ପରେ ସେ ଉଭୟ ମାନସିକ ଓ ଶାରିରୀକ ଭାବେ ଅସୁସ୍ଥ ରହୁଥିଲେ ।