/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657973313.jpg)
train gets cancelled then Indian railways books cab for student read full story here
ମିସ୍ ହେଲା ଛାତ୍ରଙ୍କ ଟ୍ରେନ୍ । କ୍ୟାବ୍ ବୁକ୍ କଲା ରେଳ ବିଭାଗ । ଗୁଜୁରାଟରେ ଏଭଳି ଅଜବ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଲେଳ ସତ୍ୟମ୍ ଗାଦ୍ଭି ନାମକ ଜଣେ ଯୁବକଙ୍କ ପାଇଁ ବିଭାଗ ପକ୍ଷରୁ କ୍ୟାବ୍ ବୁକ୍ କରାଯାଇଛି । ହେଲେ ଏଠାରେ ପ୍ରଶ୍ନ ଉଠୁଛି ରେଳ ବିଭାଗ ଜଣେ ଛାତ୍ରଙ୍କ ପାଇଁ କାହିଁକି କ୍ୟାବ୍ ବୁକ୍ କଲା ? ତେବେ ଆସନ୍ତୁ ଜାଣିବା କ’ଣ ଏହି ପୂରା ଘଟଣା...
ସତ୍ୟମ୍ ଚେନ୍ନାଇ ଯିଇଥାନ୍ତେ । ଏଥିପାଇଁ ସେ ଗୁଜୁରାଟ୍ର ଏକ୍ତା ନଗରରୁ ବୋଡଦରାକୁ ଟ୍ରେନ୍ ବୁକ୍ କରିଥିଲେ । ହେଲେ ଗୁଜୁରାଟ୍ର ଏକ୍ତା ନଗରରୁ ବୋଡଦରାକୁ ଯିବାକୁ ଥିବା ଟ୍ରେନ୍ ମିସ୍ ହୋଇଥିଲା । ଭାରତୀୟ ରେଳ ବିଭାଗ ଏହି ଘଟଣାକୁ ଗୁରୁତର ସହ ନେବା ସହ ଯୁବକଙ୍କ ପାଇଁ କ୍ୟାବ୍ କୁକ୍ କରିଦେଲେ । ଫଳରେ ଯୁବକ ଜଣକ ବୋଡଦରାରୁ ଟେନ୍ନାଇ ଯାଇପାରିଛନ୍ତି ।
ସୂଚନା ଅନୁସାରେ, IIT ମାଡ୍ରାସ୍ର ଇଞ୍ଜିନିୟରିଂ ଛାତ୍ର ସତ୍ୟମ୍ ଗାଡିଙ୍କୁ ତାଙ୍କ କଲେଜକୁ ଫେରିବାକୁ ପଡିଲା। ସେଥିପାଇଁ ସେ ଏକ୍ତା ନାଗରରୁ ବୋଡଦରା ପର୍ଯ୍ୟନ୍ତ ଟ୍ରେନ୍ ବୁକ୍ କରିଥିଲେ । ହେଲେ ବର୍ଷା କାରଣରୁ ଟ୍ରେନ୍ ଟ୍ରାକ୍ ଜଳମଗ୍ନ ହୋଇଥିବାରୁ ଟ୍ରେନ୍ ବାତିଲ୍ ହୋଇଗଲା । ତେଣୁ ଭାରତୀୟ ରେଳ ବିଭାଗ ପକ୍ଷରୁ ଛାତ୍ରଙ୍କ ସହାୟତା ପାଇଁ ଏହିପରି ପଦକ୍ଷେପ ନେଇଛନ୍ତି । ଫଳରେ ରେଳ ବିଭାଗ ଏକତା ନଗରରୁ ବୋଡଦରା ପର୍ଯ୍ୟନ୍ତ ଏକ କ୍ୟାବ ବୁକ୍ କରିଥିଲେ ।
ଘଟଣାକୁ ନେଇ ସତ୍ୟମ୍ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡ଼ିଓ ଶେୟାର କରି ରେଳ ବିଭାଗର ଅଧିକାରୀମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ଭଡ଼ିଓଟିକୁ ଶେୟାର କରି ଲେଖିଛନ୍ତି ଯେ, “ଆଜି ମୁଁ ଏକ୍ତା ନଗର ଏବଂ ବୋଡଦରାର ରେଳ ବିଭାଗକୁ ମୋର ଯାତ୍ରାକୁ ସଫଳ କରିଥିବାରୁସେମାନଙ୍କ ନିକଟରେ ମୁଁ କୃତଜ୍ଞ । ମୁଁ ବୁକ୍ କରିଥିବା ଟ୍ରେନ୍ ଏକ୍ତା ନଗରରୁ ୯ଟା ୧୫ରେ ଯାତ୍ରା ଆରମ୍ଭ କରିଥାନ୍ତା । ହେଲେ ବର୍ଷା ଯୋଗୁଁ ଟ୍ରାକଗୁଡିକ ଜଳମଗ୍ନ ହୋଇଥିଲା ତେଣୁ ଶେଷ ମୁହୂର୍ତ୍ତରେ ଟ୍ରେନ୍ ବାତିଲ କରାଯାଇଥିଲା ’ ।
पश्चिम रेलवे के चाँदोद - एकता नगर रेल खंड के क्षतिग्रस्त होने के कारण रेल यातायात बंद होने से 20920 एकतानगर- एमजीआर चेन्नई सेंट्रल के एकता नगर - वडोदरा के बीच निरस्त होने के कारण इस ट्रेन के एकतानगर से एकमात्र यात्री को कार से वडोदरा पहुँचाया गया @WesternRly@RailMinIndiapic.twitter.com/6kzLaxCYwu
— DRM Vadodara (@DRMBRCWR) July 13, 2022
ଏହାସହ ସେସିଆଲ୍ ମିଡିଆରେ ଶେୟାର ହୋଇଥିବା ଏହି ଭିଡ଼ିଓରେ ଅନେକ ୟୁଜର୍ସ ନିଜ ମନ୍ତବ୍ୟ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଭଲ କାମ କରିଥିବାରୁ ତାଙ୍କୁ ନମସ୍କାର। ଅନ୍ୟ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି, ସେଠାରେ ଥିବା ପ୍ରତ୍ୟେକ ରେଳ କର୍ମଚାରୀଙ୍କୁ ନମସ୍କାର। ଏହି ଘଟଣାକୁ ନେଇ ବିଭିନ୍ନ ସ୍ଥାନରୁ ଲୋକେ ଭାରତୀୟ ରେଳ ବିଭାଗର ପ୍ରଶଂସା କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)