Advertisment

ସାଇଲେନ୍ସର ଉପରେ ଚଢ଼ିଲା ବୁଲ୍‌ଡୋଜର୍

ଗୋଟିଏ କି ଦୁଇଟି ନୁହେଁ ୬୩୧ ସାଇଲେନ୍ସର ଉପରେ ବୁଲଡୋଜର ଚଢ଼ାଇଛି ପ୍ରଶାସନ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ ଏଭଳି କିଛି ଘଟଣା ଦେଖିବାକୁ  ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Traffic Police Destroys Modified Silencer

Traffic Police Destroys Modified Silencer

ସାଇଲେନ୍ସର ଉପରେ ଚଢ଼ିଲା ବୁଲ୍‌ଡୋଜର୍। ଗୋଟିଏ କି ଦୁଇଟି ନୁହେଁ ୬୩୧ ସାଇଲେନ୍ସର ଉପରେ ବୁଲଡୋଜର ଚଢ଼ାଇଛି ପ୍ରଶାସନ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ ଏଭଳି କିଛି ଘଟଣା ଦେଖିବାକୁ  ମିଳିଛି। 

Advertisment

ଗତ ୨ ମାସ ମଧ୍ୟରେ ଟ୍ରାଫିକ୍ ପୋଲିସ୍ ସହରର ବିଭିନ୍ନ ସ୍ଥାନରୁ ଶବ୍ବ ପ୍ରଦୂଷଣ କରୁଥିବା ସାଇଲେନ୍ସର ଜବତ କରିଥିଲା। ବିଭିନ୍ନ ଗାଡ଼ିରୁ ଏସବୁ କଢ଼ା ଯାଇ ଏକାଠି ଗୋଟିଏ ସ୍ଥାନରେ ରଖାଯାଇ ଏସବୁ ଉପରେ ବୁଲ୍‌ଡୋଜର୍ ଚଢ଼ା ଯାଇଥିଲା।

Advertisment

ବାରମ୍ବାର ସହରରେ ହୋଇଥିବା ରେଡ୍, ଯାଞ୍ଚ ପରେ ଏତେ ସଂଖ୍ୟକ ସାଇଲେନ୍ସର ଜବତ ହୋଇଥିଲା।  ଏସବୁ ସାଇଲେନ୍ସରକୁ ବ୍ୟବହାର କରି ଅଧିକ ଶବ୍ଦ ସହ ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲେ କିଛି ଯୁବକ। ଖାଲି ସାଇଲେନ୍ସର କଢ଼ା ଯାଇନି ୧୨ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଏବେ ବିଶାଖାପାଟଣା ପୋଲିସ୍ ପକ୍ଷରୁ ସାଇଲେନ୍ସର ଜବତକୁ ନେଇ ସ୍ୱତନ୍ତ୍ର ଅପରେସନ୍ ଆରମ୍ଭ ହୋଇଛି।

Traffic Police Traffic Rules Violation Silencer
Advertisment
Advertisment