/odishatv-khabar/media/post_attachments/uploadimage/library/16_9/16_9_0/IMAGE_1632736580.jpg)
Bharat Bandh
ଆଜିଠୁ ଦୁଇ ଦିନିଆ ଭାରତ ବନ୍ଦ । କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ପକ୍ଷରୁ୧୨ ଦଫା ଦାବି ନେଇ ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଛି । ସକାଳୁ ସକାଳୁ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଆନ୍ଦୋଳନକାରୀ ସିଆଇଟିୟୁ କର୍ମକର୍ତ୍ତା ଏବଂ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଅବରୋଧ କରି ରାସ୍ତାରୋକ କରାଯାଇଛି ।
୪ଟି ଶ୍ରମ କୋଡ୍ ପ୍ରତ୍ୟାହାର, ରାଷ୍ଟ୍ରାୟତ୍ତ ସଂସ୍ଥାର ବିକ୍ରି ବନ୍ଦ, ଅହେତୁକ ଦରଦାମ୍ ବୃଦ୍ଧି, ଇପିଏଫ ଜମା ଉପରେ ସୁଧହାର ହ୍ରାସ ଓ କେନ୍ଦ୍ରର ବିଭିନ୍ନ ନୀତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନର ବନ୍ଦ ଡାକରାରେ ବ୍ୟାଙ୍କ ୟୁନିୟନ ସାମିଲ ହେବାକୁ ନିଷ୍ପତ୍ତି ନେଇଛି ।
ଏହାସହ ବ୍ୟାଙ୍କ ଓ ବୀମା ସହିତ ଜଡିତ କର୍ମଚାରୀ ସଂଘ, କୋଇଲା, ଇସ୍ପାତ, ତୈଳ, ଡାକ, ଦୂରସଂଚାର ଏବଂ ଆୟକର ବିଭାଗ କର୍ମଚାରୀ ସଂଘ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇ ଭାରତ ବନ୍ଦରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)