Advertisment

Top Naxal Leader Killed: ଆଉ ଜଣେ ହାର୍ଡକୋର ମାଓ ନେତା ନିହତ, ଥିଲା ୪୦ ଲକ୍ଷର ପୁରସ୍କାର

ଛତିଶଗଡ ବିଜାପୁରରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ଯବାନଙ୍କ ଗୁଳିରେ ଟପ୍‌ ମାଓ ନେତା ସୁଧାକର ନିହତ । ଘଟଣାସ୍ଥଳରୁ ସ୍ୱୟଂଚାଳିତ ବନ୍ଧୁକ ଜବତ ହୋଇଛି ।

ଅଦ୍ୟତନ ହୋଇଛି
Naxal Leader Killed

Naxal Leader Killed

Advertisment

ପୁଣି ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ । ଛତିଶଗଡ ବିଜାପୁର ଜାତୀୟ ଉଦ୍ୟାନ ଜଙ୍ଗଲରେ ଗୁଳି ବିନିମୟ ହୋଇଛି । ଏନକାଉଣ୍ଟରରେ ନିହତ ହୋଇଛି ଜଣେ ହାର୍ଡକୋର ମାଓ ନେତା । ତା' ନାଁ ସୁଧାକର ଏବଂ ତା ମୁଣ୍ଡରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଘଟଣାସ୍ଥଳରୁ ସ୍ୱୟଂଚାଳିତ ବନ୍ଧୁକ ଜବତ ହୋଇଛି । ଡିଆରଜି କୋବ୍ରା ଓ ଏସଟିଏଫ ଯବାନଙ୍କ ମିଳିତ ଅଭିଯାନରେ ଏହି ସଫଳତା ମିଳିଛି । ଏବେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

Advertisment

ବିଜାପୁର ଜାତୀୟ ଉଦ୍ୟାନ ଜଙ୍ଗଲରେ ହାର୍ଡକୋର ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା । ଏହାପରେ ଡିଆରଜି କୋବ୍ରା ଓ ଏସଟିଏଫ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଆଜି ଭୋର୍‌ରୁ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଯାଇଥିଲା । ଏଥିରେ ମାଓ କ୍ୟାଡରର ସେଣ୍ଟ୍ରାଲ କମିଟି ସଦସ୍ୟ ସୁଧାକର ନିହତ ହୋଇଛି । ସେ ଜଣେ ମୋଷ୍ଟୱାଣ୍ଟେଡ ମାଓ ନେତା ଥିବା ଜଣାପଡିଛି । 

ଅଧିକ ପଢନ୍ତୁ: ପୁଅ ତ ଚାଲିଗଲା, ତା' ଶରୀରକୁ ଖଣ୍ଡ ଖଣ୍ଡ କରନି... ଆଖି ଓଦା କରିଦେବ ବାପାଙ୍କ କୋହଭରା କଥା

Advertisment

ଗତ କିଛି ଦିନ ହେବ ଛତିଶଗଡ଼ରେ ଜାରି ରହିଛି ନକ୍ସଲ ନିପାତ ଅଭଯାନ । ସୁରକ୍ଷାକର୍ମୀଙ୍କ ଗୁଳିରେ ବହୁ ହାର୍ଡକୋର ମାଓବାଦୀ ଓ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି । ଗତ ମାସରେ ସୁରକ୍ଷାବାହିନୀର ଏକ ବଡ଼ ଅପରେସନରେ ଶୀର୍ଷ ମାଓନେତା ବାସବରାଜୁ ନିହତ ହୋଇଥିଲା । ଏକା ମାଡ଼କେ ଏହି ଟପ୍ ମାଓନେତା ସମେତ ୩୦ ଜଣ ମାଓବାଦୀ ସଫା ହୋଇଯାଇଥିଲେ । 

Maoist Killed Anti Naxal Operation Chhattisgarh Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ