• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସିଂହ ଯୋଡ଼ିଙ୍କ ନାମ ରଖିବା ପଡ଼ିଲା ମହଙ୍ଗା । ସିଂହ ଯୋଡ଼ିଙ୍କ ନାମ ‘ଆକବର-ସୀତା’ ଦେଇ ଫସିଲେ ଜଙ୍ଗଲ ଅଧିକାରୀ । ଶେଷରେ ଚାକିରିରୁ ହେଲେ ନିଲମ୍ୱିତ । କିଛିଦିନି ତଳେ ସିଂହ ଯୋଡ଼ିଙ୍କ ନାମକରଣକୁ ନେଇ ହୋଇଥିଲା ବିବାଦ । ଶେଷରେ କୋର୍ଟରେ ପହଞ୍ଚିଥିଲା ମାମଲା । ତ୍ରିପୁରାର ଏକ ପ୍ରାଣୀ ଉଦ୍ୟାନରେ ସିଂହ ଯୋଡ଼ିଙ୍କ ନାମ ‘ଆକବର-ସୀତା’ ରଖିଥିବା ଅଧିକାରୀଙ୍କୁ ସରକାର ନିଲମ୍ବିତ କରିଛନ୍ତି । ନାମକରଣକୁ ନେଇ ବିବାଦ ମଧ୍ୟରେ ସରକାର ରାଜ୍ୟର ମୁଖ୍ୟ ବନ ସଂରକ୍ଷଣକାରୀ ଅଧିକାରୀ ପ୍ରବିନ ଲାଲ ଅଗ୍ରୱାଲଙ୍କୁ ନିଲମ୍ବିତ କରିଛନ୍ତି ।

ବଙ୍ଗଳା ସଫାରିରୁ ସିଂହଙ୍କୁ ତ୍ରିପୁରାକୁ ଅଣାଯାଇଥିଲା...

ମିଳିଥିବା ସୂଚନା ଅନୁଯାୟୀ, ୧୨ ଫେବୃଆରୀରେ ଦୁଇ ସିଂହଙ୍କୁ ପାଞ୍ଚ ବର୍ଷ ପରେ ତ୍ରିପୁରାର ଏକ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା । ଏହି ସିଂହମାନଙ୍କୁ ପଶୁ ବିନିମୟ କାର୍ଯ୍ୟକ୍ରମ ଅଧୀନରେ ଉତ୍ତର ବଙ୍ଗର ସିଲିଗୁରିର ବଙ୍ଗଳା ସଫାରିରୁ ଅଣାଯାଇଥିଲା । 

ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା ଭିଏଚ୍‌ପି...

ନାମରେ ପରିବର୍ତ୍ତନ ଆଣିବାକୁ ଅନୁରୋଧ କରି ଭିଏଚ୍‌ପି ହାଇକୋର୍ଟଙ୍କ ବେଞ୍ଚରେ ଆବେଦନ କରିଥିଲେ । ଏହା ହିନ୍ଦୁ ଧର୍ମର ଭାବନାକୁ ଆଘାତ ଦେଉଛି ବୋଲି ଆବେଦନପତ୍ରରେ କୁହାଯାଇଥିଲା । ଜଷ୍ଟିସ୍ ଭଟ୍ଟାଚାର୍ଯ୍ୟ ଉଭୟ ପଶୁଙ୍କ ପାଇଁ ମନୋନୀତ ନାମକୁ ନେଇ ନିଜର ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଥିଲେ ।

ହାଇକୋର୍ଟ ମଧ୍ୟ ତାଗିଦ କରିଥିଲେ...

ଲିଖିତ ମନ୍ତବ୍ୟରେ କଲିକତା ହାଇକୋର୍ଟର ସର୍କିଟ ବେଞ୍ଚ କହିଥିଲେ ଯେ ବିବାଦକୁ ରୋକିବା ପାଇଁ ସିଂହ ଯୋଡ଼ିଙ୍କ ନାମ "ସୀତା" ଓ "ଆକବର" ପରିବର୍ତ୍ତନ କରିବା ଉଚିତ୍‌ । ସ୍ୱାମୀ ବିବେକାନନ୍ଦ କିମ୍ବା ରାମକୃଷ୍ଣ ପରମହଂସ ପରି ବ୍ୟକ୍ତିତ୍ୱଙ୍କ ନାମରେ ଏହି ସିଂହର ନାମକରଣ କରାଯାଇପାରିବ କି ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ପଶ୍ଚିମବଙ୍ଗ ପ୍ରାଣୀ ଉଦ୍ୟାନ ପ୍ରାଧିକରଣ ପୁନର୍ବିଚାର ଓ ବିଚାରବିମର୍ଶ କରି ଉଭୟ ପଶୁଙ୍କ ନାମ ପରିବର୍ତ୍ତନ କରିବାକୁ ବେଞ୍ଚକୁ ପରାମର୍ଶ ଦେଇଥିଲେ ।

ଜଷ୍ଟିସ୍ ଭଟ୍ଟାଚାର୍ଯ୍ୟ ବିଚାର କରି କହିଥିଲେ ଯେ, “ଦେବତା, ପୌରାଣିକ ବ୍ୟକ୍ତିବିଶେଷ, ସ୍ୱାଧୀନତା ସଂଗ୍ରାମୀ କିମ୍ବା ନୋବେଲ ବିଜେତାଙ୍କ ନାମରେ ପଶୁମାନଙ୍କର ନାମ ରଖିବା ଉପଯୁକ୍ତ କି ? ଏଭଳି ବିବାଦକୁ ଏଡ଼ାଇବା ଉଚିତ୍ ବୋଲି କହିଥିଲେ । ସେ ଆହୁରି କହିଛନ୍ତି, ବିବାଦ ସୃଷ୍ଟି କରିବା ପାଇଁ ଏପରି ନାମ କରଣ କରାଯାଇଛି କି  ? କୌଣସି ପ୍ରାଣୀକୁ ଈଶ୍ୱର, ସ୍ୱାଧୀନତା ସଂଗ୍ରାମୀ କିମ୍ବା ନୋବେଲ ବିଜେତାଙ୍କ ନାମରେ ନାମିତ କରାଯିବା ଉଚିତ୍‌ କି ବୋଲି ସେ ପ୍ରଶ୍ନ କରିଥିଲେ ”