Advertisment

Today Gold Price - 22nd Sept: ପାର୍ବଣ ବେଳେ ମହଙ୍ଗା ହେଲା ସୁନା

ଆଜି ସୁନା ଦାମ୍‌ ପୁଣି ୫୦ ହଜାର ଟଙ୍କା ପାର୍‌ କରିଛି। ପାର୍ବଣ ସମୟରେ ସୁନାର ଚାହିଦାକୁ ଦୃଷ୍ଟିରେ ରଖି ଦର ମହଙ୍ଗା ହୋଇଥିବା କୁହାଯାଉଛି।

author-image
Rajalaxmi Sahoo
Today Gold Price

Today Gold Price

ଭାରତୀୟ ବଜାରରେ ଆଜି ସୁନା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଫଳରେ ଆଜି ସୁନା ଦାମ୍‌ ପୁଣି ୫୦ ହଜାର ଟଙ୍କା ପାର୍‌ କରିଛି। ପାର୍ବଣ ସମୟରେ ସୁନାର ଚାହିଦାକୁ ଦୃଷ୍ଟିରେ ରଖି ଦର ମହଙ୍ଗା ହୋଇଥିବା କୁହାଯାଉଛି। ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୨୪୦ ଟଙ୍କା ବୃଦ୍ଧି ପାଇ ୫୦,୨୦୦ ଟଙ୍କାରେ ପହଞ୍ଚିଛି। ତେବେ ରୁପା ଦର ହ୍ରାସ ପାଇଛି। ରୁପା ଦର ପ୍ରତି କିଲୋକୁ ୨୦୦ ଟଙ୍କା ହ୍ରାସ ପାଇ ୫୭,୨୦୦ ଟଙ୍କାରେ କାରବାର ଚାଲିଛି। 

Advertisment

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୦,୨୦୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୫୭,୨୦୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୦୦୦ ଟଙ୍କା ରହିଛି। ଗତକାଲି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୯,୯୬୦ ଟଙ୍କା ଥିବାବେଳେ ରୁପା ପ୍ରତି କିଲୋକୁ ୫୭,୪୦୦ ଟଙ୍କା ଥିଲା।  ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୦୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୦,୨୦୦ ଟଙ୍କା ରହିଛି। 

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Advertisment
Gold Price Silver Price Gold Price Today Gold Silver Price
Advertisment
Advertisment