/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686905581.jpg)
Tamil Nadu Special DG
ତାମିଲନାଡୁର ପୂର୍ବତନ ସ୍ପେଶାଲ ଡିଜି ରାଜେଶ ଦାସଙ୍କୁ ଜେଲ୍ ଦଣ୍ଡ । ୩ ବର୍ଷ ଜେଲ୍ ଓ ୧୦ ହଜାର ଜରିମାନା ଆଦେଶ ଦେଇଛନ୍ତି ଭିଲୁପୁରମ କୋର୍ଟ । ଜଣେ ମହିଳା IPSଙ୍କୁ ଯୌନ ନିର୍ଯାତନା ମାମଲାରେ ତାଙ୍କୁ ଜେଲ୍ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ରାଜେଶ ଦାସଙ୍କ ସହ ତତ୍କାଳୀନ ଚେଙ୍ଗାଲପାଟୁ ଏସ୍ପିଙ୍କୁ ବି ଜରିମାନା ଆଦେଶ କରାଯାଇଛି ।
Advertisment
୨୦୨୧ ଫେବ୍ରୁଆରୀରେ ରାଜେଶଙ୍କ ନାଁରେ ଅଭିଯୋଗ ଆସିଥିଲା ଯେ, ଏକାଠି ଯିବା ବେଳେ ଗାଡ଼ି ଭିତରେ ସେ ମହିଳା ଆଇପିଏସ୍ଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଏହି ମାମଲାରେ ଚୁପ୍ ରହିବାକୁ ଉକ୍ତ IPSଙ୍କୁ ଚାପ ପକାଇଥିଲେ ତତ୍କାଳୀନ ଏସ୍ପି । ତେବେ ଏହି ଘଟଣା ପରେ ପରେ ରାଜେଶଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । ଘଟଣାକୁ ନେଇ ମାଡ୍ରାସ ହାଇକୋର୍ଟ ଗଭୀର ଚିନ୍ତାପ୍ରକଟ କରିଥିଲେ । ଏହାସହ ତଦନ୍ତର ମନିଟରିଂ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ ମାଡ୍ରାସ ହାଇକୋର୍ଟ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)