• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କୁହାଯାଏ ମା’ଟିଏ ହେବା ପରେ ପ୍ରତ୍ୟେକ ନାରୀ ତା’ର ପୂର୍ଣ୍ଣତା ପାଇଥାଏ । ଶିଶୁର ମା’ ଡାକରେ ତାକୁ ସବୁକିଛି ମିଳିଯାଇଥାଏ । ବିଶେଷକରି କର୍ମଜୀବୀ ମହିଳାମାନେ ମା’ ହେବା ପରେ ଅନେକ କିଛି ବାଧାବିଘ୍ନର ସାମ୍‌ନା କରିଥା’ନ୍ତି । ଯେପରି କି ଘର କାମ, ଅଫିସ କାମ ଓ ନିଜର ପିଲାର ଯତ୍ନ ନେବାକୁ ସମୟ ଦେଇଥା’ନ୍ତି ।

ଏସବୁ ଭିତରେ ଜଣେ ମହିଳାଙ୍କୁ ଅନେକ ହଇରାଣ ହେବାକୁ ପଡ଼ିଥାଏ । ତେଣୁ ଏସବୁ ଦିଗକୁ ଦୃଷ୍ଟିରେ ରଖି ବର୍ତ୍ତମାନ କର୍ମଜୀବୀ ମହିଳାଙ୍କ ପାଇଁ ଖୁସି ଖବର ନେଇ ଆସିଛନ୍ତି ସିକ୍କିମ୍‌ ସରକାର । ସରକାରଙ୍କ ପକ୍ଷରୁ ଏଣିକି ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ଛୁଟି ଘୋଷଣା କରାଯାଇଛି । ଏଥିସହ ବାପାମାନଙ୍କ ପାଇଁ ଏକ ମାସ ପିତୃତ୍ୱ ଛୁଟି ମଧ୍ୟ ଘୋଷଣା କରାଯାଇଛି।

ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ବୁଧବାର ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ ତାଙ୍କ ବିବୃତିରେ କହିଛନ୍ତି, ତାଙ୍କ ସରକାର ମହିଳା କର୍ମଚାରୀଙ୍କ ପାଇଁ ବିଶେଷ ଛୁଟି ଘୋଷଣା କରିବାକୁ ଯାଉଛନ୍ତି । ଏଣିକି ମହିଳା କର୍ମଚାରୀମାନେ ମା’ ହେଲେ ସେମାନଙ୍କୁ ୧୨ ମାସ ମାତୃତ୍ୱ ଛୁଟି ମିଳିବ ।

ସିକ୍କିମ୍ ରାଜ୍ୟ ସିଭିଲ୍ ସର୍ଭିସ୍ ଅଫିସର୍ସ ଆସୋସିଏସନ୍ (SSCSOA)ର ବାର୍ଷିକ ସାଧାରଣ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏହି ଘୋଷଣା କରିଛନ୍ତି । ସେ ଅହୁରି କହିଛନ୍ତି କି, ମହିଳାମାନଙ୍କ ପାଇଁ ରହିଥିବା Maternity Leaveରେ ପରିବର୍ତ୍ତନ ଅଣାଯିବ । ମହିଳା କର୍ମଚାରୀମାନଙ୍କୁ ଏଥିପାଇଁ ଗୋଟିଏ ବର୍ଷ ଛୁଟି ମଳିବା ଦ୍ୱାରା ସେମାନେ ଉପକୃତ ହେବା ସହ ତାଙ୍କ ପରିବାର ଓ ପିଲାର ଭଲରେ ଯତ୍ନ ନେଇପାରିବେ ।

Maternity ସୁବିଧା ଅଧିନିୟମ ୧୯୬୧ ଅନୁଯାୟୀ, ଜଣେ କାର୍ଯ୍ୟରତ ମହିଳା ୬ ମାସ କିମ୍ବା ୨୬ ସପ୍ତାହ ଛୁଟି ନେବାର ନିୟମ ରହିଥିଲା । ଏହି ସମୟରେ ମହିଳା କର୍ମଚାରୀମାନେ ବେତନ ମଧ୍ୟ ନେବାର ହକ୍‌ଦାର ରହିଥିବା କୁହାଯାଇଥିଲା ।

ସିଭିଲ୍ ସର୍ଭିସ୍ ଅଫିସର୍ସ ଆସୋସିଏସନ୍ (SSCSOA)ର ବାର୍ଷିକ ସାଧାରଣ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ଅନେକ ପ୍ରସଙ୍ଗରେ ନିଜର ବିବୃତି ରଖିଛନ୍ତି । ସେ କହିଛନ୍ତି, ସିଭିଲ ସର୍ଭିସ ଅଧିକାରୀଙ୍କ ପାଇଁ ପଦୋନ୍ନତି ପ୍ରକ୍ରିୟାକୁ ସରଳ କରାଯିବ । ଏଥିପାଇଁ ଏହା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବ । ଯାହାଦ୍ୱାରା କର୍ମଚାରୀମାନେ ପଦୋନ୍ନତି ପାଇପାରିବେ ।

ସଭାରେ ମୁଖ୍ୟମନ୍ତ୍ରୀଙ୍କ ଏପରି ବିବୃତିକୁ ନେଇ ଅଧିକାରୀଙ୍କ ମଧ୍ୟରେ ଆନନ୍ଦ ଦେଖା ଦେଇଥିଲା । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ବିଭାଗର ଅଧିକାରୀମାନେ ଧନ୍ୟବାଦ ଜଣାଇଥିଲେ ।