• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗେମିଂ ଲଭର୍‌ଙ୍କ ପାଇଁ ଖୁସି ଖବର । ଏବେ ଆପଣଙ୍କୁ ଫୋନରେ ଗେମ୍‌ ଖେଳିବା ପାଇଁ ଟଙ୍କା ମିଳିବ । iQoo ନିଜର ପ୍ରଥମ ମୁଖ୍ୟ ଗେମିଂ ଅଫିସର୍‌ (CGO) ଖୋଜୁଛି । ଗେମିଂ ଅଫିସରଙ୍କୁ ଛଅ ମାସ ଅବଧି ମଧ୍ୟରେ ପାରିଶ୍ରମିକ ଆକାରରେ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଯେଉଁମାନେ ମୋବାଇଲ୍ ଗେମିଂରେ ମାହିର, ସେମାନଙ୍କୁ ଏହି ସୁଯୋଗ ମିଳିବ । ତେବେ ଗେମିଂକୁ ନିଜର ସର୍ବସ୍ୱ ମନେ କରୁଥିବା ଲୋକଙ୍କୁ ହିଁ ଏହି ଚାକିରି ମିଳିବ ବୋଲି iQoo ପକ୍ଷରୁ କୁହାଯାଉଛି ।

ମାନଦଣ୍ଡ କ’ଣ ରହିବ ?

ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏଥିସହ ସେ ଭାରତର ନାଗରିକ ହୋଇଥିବା ଉଚିତ୍ ।

ଚିଫ୍‌ ଗେମିଂ ଅଫିସର୍‌ଙ୍କ କାମ କ’ଣ ହେବ ?

CGO ର ମୁଖ୍ୟ କାମ ହେଉଛି iQoo ଫୋନରେ ଗେମ୍‌ ଖେଳିବେ । ଆଉ ଏଥିରେ ଖେଳିବାର ଅଭିଜ୍ଞତା ବର୍ଣ୍ଣନା କରିବେ । ଏହା ଏକ ପ୍ରକାର ମୋବାଇଲ୍ ଗେମର୍‌ଙ୍କ ସ୍ୱର ହେବ ବୋଲି କୁହାଯାଇଛି । iQOO ର ଚିଫ୍‌ ଗେମିଂ ଅଫିସର୍‌ କେବଳ iQOO ଟିମ୍‌ ସହ ଯୋଡ଼ିହେବା ପାଇଁ ମଉକା ପାଇବେନି, ବରଂ ଦେଶର ଟପ୍‌ ଗେମର୍‌ ଏବଂ ଗେମିଂ କମ୍ୟୁନିଟି ସହିତ ଯୋଗାଯୋଗ କରି ଅଭିଜ୍ଞତା ବାଣ୍ଟିବାର ସୁଯୋଗ ପାଇବେ ।

ଏହା ବ୍ୟତୀତ ଚିଫ୍‌ ଗେମିଂ ଅଫିସର, ଗେମରଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ସ୍ମାର୍ଟଫୋନ୍ ପ୍ୟାକେଜ୍ ତିଆରି କରିବେ । ଯେଉଁଥିରେ ଗେମପ୍ଲେ, ଗେମିଂ ଷ୍ଟାଇଲ୍, ଏବଂ ଗେମିଂ ପ୍ରେଜେଣ୍ଟେସନ୍‌ ସମ୍ପର୍କରେ ଅଭିଜ୍ଞତା ବାଣ୍ଟିବେ । ଭାରତର ବିଭିନ୍ନ ସ୍ଥାନରୁ ଟପ୍‌ ଗେମର୍ ଏବଂ ଗେମ୍‌ କମ୍ୟୁନିଟି ସହିତ କାମ କରିବା ପାଇଁ ସୁଯୋଗ ମଧ୍ୟ ପାଇବେ ।

iQOO ସିଇଓ ନିପୁନ୍ ଗଣମାଧ୍ୟମକୁ କହିଛନ୍ତି, “ଆମେ ଗେମିଂରେ ଆଗ୍ରହ ରଖୁଥିବା ପିଲାଙ୍କୁ ଚିହ୍ନଟ କରିବା ପାଇଁ ଚେଷ୍ଟା କରୁଛୁ । ଆମର ଲକ୍ଷ୍ୟ କେବଳ ଉଦ୍ଭାବନର ମାର୍ଗକୁ ଆଗେଇ ନେବା . . ଏହାସହ ଭାରତୀୟ ଖେଳାଳିଙ୍କୁ ଏକ ରୋମାଞ୍ଚକର ଅଭିଜ୍ଞତା ପ୍ରଦାନ କରିବା ଉଦ୍ଦେଶ୍ୟରେ ଏଭଳି ଏକ ପୋଷ୍ଟ ତିଆରି କରାଯାଇଛି ।

କିପରି କରିବେ ରେଜିଷ୍ଟ୍ରେସନ୍‌ ?

  • ଏହି ପ୍ରତିଯୋଗିତାରେ ପ୍ରବେଶ କରିବାକୁ, iQOO ର ୱେବସାଇଟରେ ଏକ ପଞ୍ଜୀକରଣ ଫର୍ମ ପୂରଣ କରିବାକୁ ପଡିବ ।
  • ଥରେ ଆପଣ ପଞ୍ଜୀକରଣ ଫର୍ମ ପୂରଣ କଲେ, ଆପଣଙ୍କ ଯାଞ୍ଚ କରାଯିବ, ତା’ପରେ ଏକ ବିସ୍ତୃତ ଆବେଦନ, ଏକ ଗେମିଂ ରାଉଣ୍ଡ ଏବଂ ଏକ ଅଡିସନ୍ ହେବ ।
  • ଆବେଦନ କରିବାର ଶେଷ ତାରିଖ ହେଉଛି ଜୁନ୍ ୧୧ ।