ବିପଦ ଆଣିବ କି ଉଲ୍‌କାପିଣ୍ଡ ? ୨୦୪୬ରେ ପୃଥିବୀକୁ ଦେଇପାରେ ଧକ୍କା

ନାସା ପକ୍ଷରୁ ଦିଆଯାଇଥିବା ତଥ୍ୟରେ ପୃଥିବୀ ପ୍ରତି ବିପଦ ରହିଥିବା ଦର୍ଶାଯାଇଛି । କୁହାଯାଇଛି କି, ଆଗାମୀ ୨୩ବର୍ଷ ମଧ୍ୟରେ ପୃଥିବୀ ପାଇଁ ବିପଦ ସୃଷ୍ଟି ହୋଇପାରେ ।

ବିପଦ ଆଣିବ କି ଉଲ୍‌କାପିଣ୍ଡ ?

ପୁଣି ପୃଥିବୀକୁ ନେଇ ଆଉ ଏକ ରୋଚକ ଖବର ସାମ୍ନାକୁ ଆସିଛି । ଗ୍ରହ, ନକ୍ଷତ୍ର ଓ ମହାକାଶକୁ ନେଇ ବାରମ୍ବାର ବୈଜ୍ଞାନିକମାନେ ନୂଆନୂଆ ତଥ୍ୟ ଲୋକଲୋଚନକୁ ଆଣୁଥିବା ବେଳେ ପୁଣି ନାସା ପକ୍ଷରୁ ଏକ ବଡ଼ ତଥ୍ୟ ପ୍ରକାଶ କରାଯାଇଛି ।

ଅଧିକ ପଢ଼ନ୍ତୁ: ନାସାକୁ ମିଳିଲା ଦ୍ୱିତୀୟ ପୃଥିବୀ; ଅମ୍ଳଜାନ ସହ ଗଚ୍ଛିତ ରହିଛି ଜଳ...!

ନାସା ପକ୍ଷରୁ ଦିଆଯାଇଥିବା ତଥ୍ୟରେ ପୃଥିବୀ ପ୍ରତି ବିପଦ ରହିଥିବା ଦର୍ଶାଯାଇଛି । କୁହାଯାଇଛି କି, ଆଗାମୀ ୨୩ବର୍ଷ ମଧ୍ୟରେ ପୃଥିବୀ ପାଇଁ ବିପଦ ସୃଷ୍ଟି ହୋଇପାରେ । ଅତୀତରେ ଉଲ୍‌କାପିଣ୍ଡକୁ ନେଇ ବାରମ୍ବାର ଖବର ପ୍ରକାଶ ପାଇଛି । ଆଉ ବର୍ତ୍ତମାନ ପୃଥିବୀ ପ୍ରତି ସେହି ଉଲ୍‌କାପିଣ୍ଡ ବିପଦ ଆଣୁଥିବା କହିଛି ନାସା ।

ଉଲ୍‌କାପିଣ୍ଡ ପୃଥିବୀର ନିକଟତର ହେଉଥିବା ନାସା କହିଥିବା ବେଳେ ପୃଥିବୀ ପ୍ରତି ବିପଦ ଥିବା ସଠିକ୍‌ ତାରିଖ ମଧ୍ୟ ଜାରି କରିଛି । ନାସାର ତଥ୍ୟ ଅନୁସାରେ, ୧୪ ଫେବ୍ରୁଆରୀ ୨୦୪୬ରେ ପୃଥିବୀକୁ ଏକ ବଡ଼ଧରଣର ଉଲ୍‌କାପିଣ୍ଡ ଧକ୍କା ଦେଇପାରେ । ଯେଉଁଥିରେ ପୃଥିବୀ ପ୍ରଭାବିତ ହୋଇପାରେ ବୋଲି କୁହାଯାଇଛି ।

ଖାଲି ସେତିକି ନୁହେଁ ୟୁରୋପୀୟ ସ୍ପେସ ଏଜେନ୍‌ସି ଏହି ଉଲ୍‌କାପିଣ୍ଡକୁ ୨୦୨୩ ଫେବ୍ରୁଆରୀ ୨୬ ତାରିଖରେ ଚିହ୍ନଟ କରିବା ସହ ତାର ନାମକରଣ ମଧ୍ୟ କରିଛି । ଏହି ଉଲ୍‌କାପିଣ୍ଡର ନାଁ DW ରଖିଛି ୟୁରୋପୀୟ ସ୍ପେସ ଏଜେନ୍‌ସି । ଖାଲି ସେତିକି ନୁହେଁ ଏହା ୧୫୦ ଫୁଟରୁ ଅଧିକ ବ୍ୟାସ ଥିବା ଏଜେନ୍‌ସି କହିଥିବା ବେଳେ ୨୦୪୬ ଭାଲେଣ୍ଟାଇନ୍‌ ଡେ’ରେ ପୃଥିବୀକୁ ଧକ୍କା ଦେବ ବୋଲି ଆକଳନ କରିଛି ।

ସେପଟେ ଏହି ଖବରକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ବିଶେଷକରି ବୈଜ୍ଞାନିକମାନେ ଜାରି କରିଥିବା ତାରିଖକୁ ନେଇ ଚର୍ଚ୍ଚା ହେଉଛି । ନାସା ପକ୍ଷରୁ ଏହି ଖବରଟିକୁ ଟ୍ୱିଟ କରି ଜଣାଇଦିଆଯାଇଛି ।