/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721369210.jpg)
home delivery of liquor
ଏଣିକି ଲୋକମାନେ ଘରେ ବସି ଅର୍ଡର କରି ପାରିବେ ମଦ । କାରଣ ଘରେ ମଦ ଡେଲିଭରି ଆରମ୍ଭ ହେବାକୁ ଯାଉଛି। ଏନେଇ ଚାଲିଛି ପାଇଲଟ୍ ପ୍ରୋଜେକ୍ଟ । ବର୍ତ୍ତମାନ ଦିଲ୍ଲୀ, ପଞ୍ଜାବ, ହରିୟାଣା, କେରଳ, କର୍ଣ୍ଣାଟକ, ଗୋଆ, ତାମିଲନାଡୁରେ ପାଇଲଟ୍ ପ୍ରକଳ୍ପ ଚାଲିଛି । କିଙ୍ଗଫିସର୍ ଓ ଏବି ଇନ୍ବେଭ ସମେତ ଅନେକ ମଦ କମ୍ପାନି ଏହି ଦିଗରେ ଉଦ୍ୟମ କରୁଛନ୍ତି ।
ମଦ କମ୍ପାନିଗୁଡିକ ଏହି ରାଜ୍ୟଗୁଡିକରେ ଘରୋଇ ମଦ ବିତରଣକୁ ମଧ୍ୟ ସମର୍ଥନ କରିଛନ୍ତି, କିନ୍ତୁ ଆରମ୍ଭରେ ବିୟର-ୱାଇନ ଓ କମ୍ ଆଲ୍କୋହଲ ଥିବା ମଦ ଡେଲିଭରି ବିଷୟରେ ଆଲୋଚନା ହେଉଛି । ଏଥିପାଇଁ କମ୍ପାନୀଗୁଡିକ ସ୍ବିଗି, ବିଗ୍ ବାସ୍କେଟ୍, ଜୋମାଟୋ ଓ ବ୍ଲିଙ୍କିଟ୍ରେ ମଦ ଡେଲିଭରି କରିବାକୁ ଯୋଜନା କରୁଛନ୍ତି । ଯଦି ପରୀକ୍ଷା ସଫଳ ହୁଏ ତେବେ ସାରା ଦେଶରେ ଅନଲାଇନ୍ ଅର୍ଡର ଦ୍ବାରା ମଦ ଡେଲିଭରି ଆରମ୍ଭ ହେବ।
ତେବେ କରୋନା ମହାମାରୀ ସମୟରେ ଅନଲାଇନ୍ ମଦ ବିତରଣ ଆରମ୍ଭ ହୋଇଥିଲା । କରୋନା ମହାମାରୀ ବନ୍ଦକୁ ଦୃଷ୍ଟିରେ ରଖି ୪ ଟି ରାଜ୍ୟରେ ଘରେ ମଦ ଡେଲିଭରି ପାଇଁ ସରକାର ଅନୁମତି ଦେଇଥିଲେ। ସେଥିମଧ୍ୟରେ ମହାରାଷ୍ଟ୍ର, ଝାଡଖଣ୍ଡ, ଛତିଶଗଡ, ଆସାମ ରହିଥିଲା । କରୋନା ଅବଧି ଶେଷ ହେବା ମାତ୍ରେ ଏହି ରାଜ୍ୟଗୁଡିକରେ ଘରେ ମଦ ଡେଲିଭରି ସୁବିଧା ମଧ୍ୟ ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ଦେଖାଯାଇଛି, ପଶ୍ଚିମବଙ୍ଗରେ ଘରେ ମଦ ଡେଲିଭରି ଦ୍ବାରା ଅନେକ ସୁବିଧା ହେଉଛି ।
ଏହି ରାଜ୍ୟରେ ରାଜସ୍ବ ୨୦ ରୁ ୩୦ପ୍ରତିଶତ ବୃଦ୍ଧି ପାଇଛି । ମଦ କମ୍ପାନି ଅନଲାଇନ୍ ବିତରଣ କମ୍ପାନୀ, ଏଜେଣ୍ଟ, ବିକ୍ରେତା ସମସ୍ତେ ଖୁସି । କାରଣ ଏହା ଦ୍ବାରା ଭଲ ଲାଭ ହେଉଛି । ପଶ୍ଚିମବଙ୍ଗରେ ରାଜସ୍ୱ ବୃଦ୍ଧି ଦେଖି ଅନ୍ୟ ରାଜ୍ୟ ମଧ୍ୟ ମଦ ବିତରଣ କରିବାକୁ ବିଚାର କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)