Advertisment

Regulations from March: ମାର୍ଚ୍ଚ ପହିଲାରୁ ହୋଇଛି ଏହି ସବୁ ପରିବର୍ତ୍ତନ, ପକେଟ୍ ଉପରେ ଏମିତି ପକାଇବ ପ୍ରଭାବ

ମାର୍ଚ୍ଚ ୧ରୁ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। FD ଫଣ୍ଡଠୁ ନେଇ ସିଲିଣ୍ଡର ପ୍ରାଇସ୍ ଓ GST ସବୁଥିରେ କି କି ପରିବର୍ତ୍ତନ ହେବ ଜାଣନ୍ତୁ। ମାର୍ଚ୍ଚ ପହିଲାରୁ ହୋଇଛି କିଛି ପରିବର୍ତ୍ତନ, ଯାହା ଲୋକଙ୍କ ପକେଟ୍ ଉପରେ ସିଧାସଳଖ ପ୍ରଭାବ ପକାଇବ।

ଅଦ୍ୟତନ ହୋଇଛି
regulation

regulation

Advertisment

ମାର୍ଚ୍ଚ ୧ରୁ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। FD ଫଣ୍ଡଠୁ ନେଇ ସିଲିଣ୍ଡର ପ୍ରାଇସ୍ ଓ GST ସବୁଥିରେ କି କି ପରିବର୍ତ୍ତନ ହେବ ଜାଣନ୍ତୁ। ମାର୍ଚ୍ଚ ପହିଲାରୁ ହୋଇଛି କିଛି ପରିବର୍ତ୍ତନ, ଯାହା ଲୋକଙ୍କ ପକେଟ୍ ଉପରେ ସିଧାସଳଖ ପ୍ରଭାବ ପକାଇବ। FD ଫଣ୍ଡଠୁ ନେଇ ସିଲିଣ୍ଡର ପ୍ରାଇସ୍ ଓ GST ସବୁଥିରେ ଆସିପାରେ ଚେଞ୍ଜେସ୍। କଣ ସେହି ସବୁ ପରିବର୍ତ୍ତନ ନଜର ପକାନ୍ତୁ...

Advertisment

LPG ସିଲିଣ୍ଡର ଦର ବଢିଲା

ମାର୍ଚ୍ଚ ପହିଲାରୁ ବଦଳିଛି ଗ୍ୟାସ୍ ସିଲିଣ୍ଡର ଦର। ଏକା ଥରେ ୬ ଟଙ୍କା ବୃଦ୍ଧି ପାଇଛି। କିନ୍ତୁ ଏହି ବୃଦ୍ଧି କେବଳ କର୍ମସିଆଲ୍ ସିଲିଣ୍ଡର ଉପରେ ଲାଗୁ କରାଯାଇ ଥିବାବେଳେ ଘରୋଇ ସିଲିଣ୍ଡରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦର ବୃଦ୍ଧି ପରେ ଦିଲ୍ଲାରେ ୧୯ କେଜି କମର୍ସିଆଲ୍ ଦର ୧୮ ଶହ ୩ ଟଙ୍କା ହୋଇଛି।

ନୋମିନିରେ ହେବ ପରିବର୍ତ୍ତନ

ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ SEBI ମ୍ୟୁଚୁଆଲ୍ ଫଣ୍ଡ ଏବଂ ଡିମାଟ୍ ଆକାଉଣ୍ଟ ନୋମିନି ଉପରେ ନୂଆ ନିୟମ ଲାଗୁ କରିବାକୁ ଯାଉଛି। ଏହି ନିୟମ ମାର୍ଚ୍ଚ ୧ରୁ ଲାଗୁ ହେବ। ପରିବର୍ତ୍ତନ ଅନୁସାରେ, ଏଣିକି ସର୍ବାଧିକ ୧୦ ଜଣ ମ୍ୟୁଚୁଆଲ୍ ଫଣ୍ଡ୍ ଏବଂ ଡିମାଟ୍ ଆକାଉଣ୍ଟର ନୋମିନି ଭାବେ ରହିପାରିବେ। ନୋମିନିଙ୍କ ଆଧାର, ପାନ୍ ଏବଂ ଡ୍ରାଇଭିଂ ଲାଇସେନ୍ସର ସମ୍ପୂର୍ଣ୍ଣ ବିବରଣୀ ଦେବେ। ସେହିପରି ନୋମିନିମାନେ ନିବେଶରୁ କେତେ ପ୍ରତିଶତ ପାଇବେ ତାକୁ ମଧ୍ୟ ମେନସନ୍ କରିପାରିବେ। ଏହାଦ୍ୱାରା ନିବେଶକମାନଙ୍କୁ ସେମାନଙ୍କୁ ପୁଞ୍ଜି ବଣ୍ଟନ ଏବଂ ପରିଚାଳନା ସହଜ ହୋଇପାରିବ।

Advertisment

FD ସୁଧ ହାରରେ ପରିବର୍ତ୍ତନ

ମାର୍ଚ୍ଚ ୧ ରୁ ଫିକ୍ସଡ ଡିପୋଜିଟ୍ ବା FD ନିୟମ ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ସମ୍ପ୍ରତ୍ତି ଅନେକ ବ୍ୟାଙ୍କ ସେମାନଙ୍କର FD ହାରରେ କିଛି ଆଡଜଷ୍ଟମେଣ୍ଟ କରିଛନ୍ତି, ସେହିପରି ଆଉ କିଛି ପରିବର୍ତ୍ତନ ହେବା ନେଇ ଅନୁମାନ କରାଯାଉଛି।

ଅଧିକ ପଢ଼ନ୍ତୁ: ପାହାଡ଼ ଚଢ଼ିଲେ ମିଳୁଛି ରାସନ ଚାଉଳ, ସରକାରୀ ବାବୁ କରୁଛନ୍ତି କ'ଣ ?

UPI ପେମେଣ୍ଟ ନିୟମରେ ପରିବର୍ତ୍ତନ

ବୀମା ପ୍ରିମିୟମ ପେମେଣ୍ଟକୁ ସହଜ କରିବା ପାଇଁ UPI ସହ ଜଡିତ ନିୟମରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ମାର୍ଚ୍ଚ ୧ରୁ UPI ୟୁଜର୍ ବୀମା-ASBA ଫ୍ୟାସିଲିଟି ଅଧୀନରେ ବ୍ଲକ୍ଡ ଆମାଉଣ୍ଟ ଜରିଆରେ ଇନସୁରାନ୍ସ ପ୍ରିମିୟମ୍ସ ପେ କରିପାରିବେ। ଏହି ନିୟମ ଲାଗୁ ହେଲେ ପଲିସି ହୋଲ୍ଡରମାନେ ବ୍ଲକ୍ ଫଣ୍ଡକୁ ଇନସୁରାନ୍ସ ପେମେଣ୍ଟ ପାଇଁ ବ୍ୟବହାର କରିପାରେ। ଯଦି ବୀମା କମ୍ପାନୀ ପ୍ରସ୍ତାବକୁ ରିଜେକ୍ଟ କରିଦିଅନ୍ତି, ତେବେ ବ୍ଲକ୍ଡ ଆମାଉଣ୍ଟ ଅନବ୍ଲକ୍ ହୋଇଯିବ।

Advertisment

ଟ୍ୟାକ୍ସ ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ

ମାର୍ଚ୍ଚ ୧ରୁ ଏକାଧିକ ଟ୍ୟାକ୍ସ ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ ହୋଇପାରେ। କରଦାତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ଟିକସ ସ୍ଲାବ ଏବଂ ଟିଡିଏସ୍ ସୀମାରେ ପରିବର୍ତ୍ତନ କରାଯିବ। ବରିଷ୍ଠ ନାଗରିକଙ୍କ ପାଇଁ ଟିଡିଏସ୍ ସୀମା 50,000 ଟଙ୍କାରୁ 1 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ।

GST ପୋର୍ଟାଲର ସୁରକ୍ଷାରେ ଆସିବ ପରିବର୍ତ୍ତନ

ଏଣିକି GST ପୋର୍ଟାଲରେ ଲୋକଙ୍କ ପ୍ରକ୍ରିୟାକୁ ଆହୁରି ସୁରକ୍ଷିତ କରିବା ପାଇଁ ମାର୍ଚ୍ଚ ପହିଲାରୁ ନୂଆ ନିୟମ ଆସିପାରେ। GST ସମ୍ବନ୍ଧୀୟ ପ୍ରୋସେସକୁ ସୁରକ୍ଷିତ ରଖିବା ପାଇଁ କମ୍ପାନୀ ମାଲିକମାନଙ୍କୁ ଆଇଟି ସିଷ୍ଟମକୁ ଅପଡେଟ୍ କରିବ। ଏଥିପାଇଁ GST ପୋର୍ଟାଲରେ କିଛି ପରିବର୍ତ୍ତନ କରାଯିବ।

ଅଧିକ ପଢ଼ନ୍ତୁ: ଯାତ୍ରା ଦେଖୁଥିଲେ ଲୋକେ, ଏଣେ ଗାଁରୁ ଟଙ୍କା ସୁନାଗହଣା ପୋଛିନେଲେ ଚୋର

GST UPI Payment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ