• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯାହାକୁ ରଖିବେ ଅନନ୍ତ . . । ଶୋଇଥିବା ଅବସ୍ଥାରେ ଯୁବକଙ୍କ ଉପରେ ଚାଲିଗଲା ଟ୍ରେନ୍‌ । ହେଲେ ତାଙ୍କ ଶରୀରରେ ଦାଗ ଟିଏ ମଧ୍ୟ ଆସିଲାନି । ସୋମବାର ରାତି ପ୍ରାୟ ସାଢ଼େ ଏକରେ ଝାଡ଼ଖଣ୍ଡ ଗଢ଼ବା ସ୍ଥିତ ଉଂଟାରୀ ଥାନା ଅନ୍ତର୍ଗତ ପୁରୈନୀ ନିବାସୀ ୩୦ ବର୍ଷିୟ ଶେହାଜାଦ ଆଲାମ ଓରଫ୍‌ ପପୁ ଆଲାମଙ୍କ ଉପରେ ପୂରା ଟ୍ରେନ ଅତିକ୍ରମ କରିଯାଇଛି । ସେ ଏବେ ସୁସ୍ଥ ଥିଲେ ମଧ୍ୟ ଏହି ଘଟଣା ପରେ ଭୟଭୀତ ହୋଇପଡ଼ିଛନ୍ତି । ସେ ଟ୍ରାକରେ ଚାଲୁ ଚାଲୁ ଶୋଇପଡିଥିବା କୁହାଯାଉଛି ।

ତେବେ ଏହି ଘଟଣା ସମ୍ପର୍କରେ ସୋମବାର ରାତିରେ ହାୱଡ଼ା-ଭୋପାଳ ଅଭିମୁଖେ ଯାଉଥିବା ଏକ୍ସପ୍ରେସର ଡ୍ରାଇଭର ପୋଲିସ୍‌ ଷ୍ଟେସନକୁ ଫୋନ୍‌ କରି ସୂଚନା ଦେଇଥିଲେ । ସୋନବର୍ସା ଗାଁର ପୋଲ ନମ୍ବର ୪୭/୨ ନିକଟରେ ରେଳ ଲାଇନ ଉପରେ ଜଣେ ଯୁବକ ଶୋଇଥିବା ବେଳେ ଟ୍ରେନ୍ ତାଙ୍କ ଉପରେ ଅତିକ୍ରମ କରିଯାଇଛି ବୋଲି କହିଥିଲେ । ତେବେ ଖବର ପାଇବା ପରେ ସମସ୍ତେ ଭାବୁଥିଲେ ଟ୍ରେନ୍ ଧକ୍କା ହେବା ପରେ ଯୁବକଙ୍କର ମୃତ୍ୟୁ ହୋଇଛି । ହେଲେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ମଧ୍ୟ ଯୁବକ ଜଣକ ନିଘୋଡ଼ ନିଦରେ ତଥା ଅଚିନ୍ତାରେ ଶୋଇଥିଲେ । ତାଙ୍କ ଉପରେ ଟ୍ରେନ୍‌ ଚାଲିଯାଇଥିବା କଥା ସମ୍ପର୍କରେ ସେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ ।

ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏହା ପରେ ସେଠାରେ ୧୦୮ ଆମ୍ବୁଲାନ୍ସକୁ ଡକାଯାଇଥିଲା । ଆଉ ଯୁବକ ଜଣଙ୍କୁ ଡାକ୍ତରଖାନାକୁ ପଠାଯାଇଥିଲା । ସେଠାରେ ପ୍ରଥମ ଚିକିତ୍ସା ପରେ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ସଦର ଡାକ୍ତରଖାନାକୁ ପଠାଯାଇଥିଲା । ଯୁବକ ଜଣକ ଅନ୍ୟମନସ୍କ ହୋଇ ଦୀର୍ଘ ସମୟ ଧରି ଚାଲୁଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଏକ୍ସପ୍ରେସ ପୂର୍ବରୁ ଦୁଇଟି ମାଲବାହୀ ଟ୍ରେନ୍ ମଧ୍ୟ ସେହି ଟ୍ରାକ ଦେଇ ଯାଇଥିବା କୁହାଯାଉଛି । ଏହି ଦୁଇ ମାଲବାହୀ ଟ୍ରେନ୍ ମଧ୍ୟ ତାଙ୍କ ଉପରେ ଯାଇଥିବା ସନ୍ଦେହ କରାଯାଉଛି ।

OTV is now on Whatsapp

Join and get latest news update delivered to you via whatsapp

Join Now