Advertisment

BIG BREAKING: ଲୋକସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍‌

ଲୋକସଭାରେ ବିଲ୍‌ ସପକ୍ଷରେ ୪୫୪ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୨ଟି ଭୋଟ୍‌ ପଡ଼ିଥିଲା ।

ଅଦ୍ୟତନ ହୋଇଛି
Women Reservation Bill 2023

Women Reservation Bill

Advertisment

ଲୋକସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍‌ ତଥା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ । ଲୋକସଭାରେ ବିଲ୍‌ ସପକ୍ଷରେ ୪୫୪ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୨ଟି ଭୋଟ୍‌ ପଡ଼ିଥିଲା । ଗତକାଲି କେନ୍ଦ୍ର ସରକାର ନୂଆ ସଂସଦ ଭବନକୁ ପ୍ରବେଶ ସହ ଆଣିଥିଲେ ମହିଳା ସଂରକ୍ଷଣ ବିଲ୍‌। ଏହି ବିଲ୍‌ ସଂସଦରେ ପାରିତ ହେବା ପରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ। ଲୋକସଭା ଓ ରାଜ୍ୟର ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ। ତେବେ ଆଜି ଲୋକସଭାରେ ଆଲୋଚନା ବେଳେ କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି, ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଉଛି ବିଜେପି।

Advertisment

କିନ୍ତୁ କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧି ଆଲୋଚନାରେ ଭାଗ ନେଇ ଭିନ୍ଥି କିଛି କହିଛନ୍ତି। ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ସେ ଅଛନ୍ତି ବୋଲି କହିଛନ୍ତି ସତ ହେଲେ.ସମସ୍ତ ଶ୍ରେୟ ଦିବଂଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଦେବାକୁ ଚେଷ୍ଟା କରିଛନ୍ତି। ସେ ଭାବପ୍ରବଣ ହୋଇ କହିଛନ୍ତି ଯେ “ମୋ ଜୀବନସାଥୀ ରାଜୀବ ଗାନ୍ଧି ହିଁ ପ୍ରଥମେ ଏହି ବିଲ୍ ଆଣିଥିଲେ। ଏହି ବିଲ୍ ପାରିତ ହେଲେ ରାଜୀବଙ୍କ ଅଧା ସ୍ୱପ୍ନ ପୂରଣ ହୋଇଯିବ। ବିଲ୍‌କୁ କଂଗ୍ରେସ ସମର୍ଥନ କରୁଛି ବୋଲି ସୋନିଆ ଗାନ୍ଧି କହିବା ସହିତ ବିଲ୍‌ରେ SC, ST, OBC ବର୍ଗଙ୍କୁ ମଧ୍ୟ ସାମିଲ୍ କରାଯାଉ ବୋଲି ସେ ଦାବି ରଖିଛନ୍ତି।

ଅଧିକ ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍ ଆଇନରେ ପରିଣତ ହେଲେ କ’ଣ ସବୁ ପରିବର୍ତ୍ତନ ହେବ

Advertisment

ଅନ୍ୟପଟେ ମହିଳାମାନଙ୍କ ପାଇଁ ସଂରକ୍ଷଣ, ରାଜନୈତିକ ମୁଦ୍ଦା ନୁହେଁ ବୋଲି କହିଚନ୍ତି ଅମିତ ଶାହ । ‘ମହିଳା ସଂରକ୍ଷଣ ବିଲ୍ କେତେକଙ୍କ ପାଇଁ ରାଜନୈତିକ ହୋଇପାରେ । କିନ୍ତୁ ମୋଦିଙ୍କ ପାଇଁ ମହିଳା ସଂରକ୍ଷଣ ରାଜନୈତିକ ମୁଦ୍ଦା ନୁହେଁ । ଏହା ଦେଶର ମହିଳାଙ୍କ ପାଇଁ ମାନ୍ୟତା, ସମ୍ମାନ । ଏହି ଆଇନ ଦ୍ୱାରା ଏକ ଲମ୍ବା ଲଢ଼େଇର ଅନ୍ତ ଘଟିବ । ମହିଳାଙ୍କ ପାଇଁ ସୁରକ୍ଷା, ସମ୍ମାନ ଓ ସହଭାଗିତା ଜରୁରୀ । ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ସହଭାଗିତା ମୋଦି ସରକାରଙ୍କ ପ୍ରଥମ ଲକ୍ଷ୍ୟ । ମହିଳା ପୁରୁଷଙ୍କ ଠାରୁ ବି ଅଧିକ ସଶକ୍ତ, ଅଧିକ ଦୃଢ଼ ବୋଲି ଗୃହରେ କହିଛନ୍ତି ଶାହ ।

ଲୋକସଭାରେ ପାରିତ ହୋଇଥିବା ଏହି ମହିଳା ସଂରକ୍ଷଣ ବିଲ୍ କ’ଣ । ଯଦି ବିଲ୍ ଆଇନରେ ପରିଣତ ହୁଏ ତା’ହେଲେ କଣ ସବୁ ପରିବର୍ତ୍ତନ ହେବ। ପଢନ୍ତୁ। 

Advertisment
  • ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷଣ ହେବ
  • ସମ୍ବିଧାନର ଧାରା ୨୩୯ Aର ସଂଶୋଧନ ହେବ ।
  • ରାଜ୍ୟଗୁଡ଼ିକରେ ଥିବା ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷଣ ହେବ
  • ୧୫ ବର୍ଷ ଯାଏଁ ଏହି ନିୟମ ଲାଗୁ ରହିବ।
  • ଯଦି, ସିଟ୍ ବଢ଼େ ତା’ହେଲେ ସଂରକ୍ଷଣ ବି ବଢ଼ିବ।
Lok Sabha Women Reservation Bill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ