/odishatv-khabar/media/post_attachments/uploadimage/library/16_9/16_9_0/Lok_sabha_1707562738.jpg)
Lok sabha
ସଂସଦରେ ଚାଲିଛି ଅଯୋଧ୍ୟା ରାମ ମନ୍ଦିର ଉପରେ ଆଲୋଚନା । ଆଜି ଲୋକସଭାରେ ବଜେଟ ଅଧିବେଶନର ଶେଷ ଦିନରେ ରାମ ମନ୍ଦିର ନିର୍ମାଣ ଓ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପରେ ଆଲୋଚନା ଚାଲିଛି । ଆଲୋଚନା ଶେଷରେ ଧନ୍ୟବାଦ ପ୍ରସ୍ତାବ ବେଳେ ଗୃହରେ ମନ୍ତବ୍ୟ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ବରିଷ୍ଠ ବିଜେପି ନେତା ସତ୍ୟପାଳ ସିଂ ରାମ ମନ୍ଦିର ଉପରେ ଆଲୋଚନା ଆରମ୍ଭ କରିଥିଲେ । ଯେଉଁଠି ରାମ ଅଛନ୍ତି ସେଇଠି ଧର୍ମ ଅଛି । ରାମ ମନ୍ଦିର ନିର୍ମାଣରେ କଂଗ୍ରେସର ଯେଭଳି ମନୋଭାବ ଥିଲା ସେଥିପାଇଁ ଆଜି କଂଗ୍ରେସର ଏଭଳି ଅବସ୍ଥା ବୋଲି ସେ କହିଥିଲେ ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାମ ମନ୍ଦିର ପ୍ରସଙ୍ଗରେ ଗୃହରେ ଆଲୋଚନା କରିଛନ୍ତି । ଆଲୋଚନାରେ ବାଲେଶ୍ୱର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଭାଗ ନେଇଛନ୍ତି । ଅନ୍ୟପଟେ ଆଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଛି । ଆଜି ସକାଳୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ରାମଲାଲାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।
ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଛି । ପ୍ରବେଶ ପାଇଁ ଗୋଟିଏ ମାର୍ଗ ରଖାଯାଇଥିବା ବେଳେ ପ୍ରସ୍ଥାନ ପାଇଁ ଭିନ୍ନ ମାର୍ଗ କରାଯାଇଛି । ଫଳରେ ହଜାର ହଜାର ଭକ୍ତ ରାମଲାଲାଙ୍କୁ ଶୃଙ୍ଖଳିତ ଦର୍ଶନ କରି ଫେରୁଛନ୍ତି । ତେବେ ଦେଶର କୋଣ ଅନୁକୋଣରୁ ଲୋକେ ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଆସୁଥିବାରୁ କିଲୋମିଟ କିଲୋମିଟର ଧରି ଭକ୍ତଙ୍କ ଲମ୍ବା ଲାଇନ ଲାଗିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)