• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବଜେଟ ଅଧିବେଶନର ଶେଷ ଦିନରେ ଲୋକସଭାରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି । ମୋଦି କହିଛନ୍ତି, ୫ ବର୍ଷରେ ଦେଶ ହିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୫ ବର୍ଷରେ ରିଫର୍ମ, ପରଫର୍ମ, ଟ୍ରାନ୍ସଫର୍ମକୁ ଗୁରୁତ୍ୱ ଦିଆଯାଇଛି ।

ସପ୍ତଦଶ ଲୋକସଭା ଏକ ନୂଆ ମାନଦଣ୍ଡ ପ୍ରସ୍ତୁତ କରିପାରିଛି । ଦ୍ରୁତ ଗତିରେ ପରିବର୍ତ୍ତନ ସହ ଦେଶ ଆଗକୁ ବଢୁଛି । ଜାମ୍ମୁ ଓ କାଶ୍ମୀରରୁ ଆମେ ୩୭୦ ହଟାଇବାରେ ସଫଳ ହୋଇଛୁ । ପ୍ରଥମେ ଜାମ୍ମୁ ଓ କାଶ୍ମୀରବାସୀ ସାମାଜିକ ନ୍ୟାୟରୁ ବଞ୍ଚିତ ଥିଲେ, ୩୭୦ ଧାରା ହଟାଇ ଆମେ ଏହାକୁ ଦୂର କରିଛୁ ।

୩ ତଲାକରୁ ମୁକ୍ତିର ନିଷ୍ପତ୍ତି ସପ୍ତଦଶ ଅଧିବେଶନରେ ହୋଇଛି । ଯୁବବର୍ଗଙ୍କ ପାଇଁ ଅନେକ ଐତିହାସିକ ଆଇନ ଅଣାଯାଇଛି । ପେପର ଲିକ୍ ରୋକିବାକୁ କଠୋର ଆଇନ ଅଣାଯାଇଛି ବୋଲି କହିଛନ୍ତି ମୋଦି । ଆସନ୍ତା ୨୫ ବର୍ଷରେ ବିକଶିତ ଭାରତ ଲକ୍ଷ୍ୟ ବୋଲି ଶେଷ ଦିନରେ କହିଛନ୍ତି ପ୍ରଧାନମନ୍ତ୍ରୀ । ବ୍ରିଟିଶଙ୍କ ପ୍ରଦତ୍ତ ପେନାଲ କୋଡ୍‌ ସହ ଆମେ ୭୫ ବର୍ଷ ଧରି ବଞ୍ଚି ରହିଥିଲୁ । କିନ୍ତୁ ଆଗାମୀ ପିଢ଼ି ନ୍ୟାୟ ସଂହିତାରେ ବଞ୍ଚିବେ, ଏହା ହିଁ ପ୍ରକୃତ ଗଣତନ୍ତ୍ର ।

ଦ୍ରୁତ ଗତିରେ ପରିବର୍ତ୍ତନ ସହ ଦେଶ ଆଗକୁ ବଢୁଛି ବୋଲି କହିଛନ୍ତି ମୋଦି । ଆଗାମୀ ୨୫ ବର୍ଷ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୨୫ ବର୍ଷରେ ବିକଶିତ ହେବ ଭାରତ । ଏଥିପାଇଁ ସମସ୍ତଙ୍କୁ ଯୋଡ଼ିବାକୁ ହେବ । ଟ୍ରାନ୍ସଜେଣ୍ଡରଙ୍କୁ ଆମ ସରକାର ନୂଆ ପରିଚୟ ଦେଇଛନ୍ତି ବୋଲି କହିଛନ୍ତି । ନିର୍ବାଚନ ଆଉ ଦୂର ନୁହେଁ, ଗଣତନ୍ତ୍ରର ଏହି ପରମ୍ପରା ବିଶ୍ୱକୁ ଚକିତ କରିଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।