Advertisment

ପୁଣି ବଢିଲା ସୁନା ଦର, ଆପଣଙ୍କ ସହରରେ କେତେ ରହିଛି ଦାମ୍‌

ପୁଣି ବଢିଲା ସୁନା ଦର । ଭାରତୀୟ ବଜାରରେ ଆଜି ସୁନାର ଦାମ୍ ୪୧୦ ଟଙ୍କା ବୃଦ୍ଧି ପାଇଛି । ୨୨ କ୍ୟାରେଟ ସୁନା ଦର ୪୪, ୬୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮, ୭୯୦ ଟଙ୍କା ହୋଇଛି । ଅନ୍ୟପଟେ ରୁପା ମୂଲ୍ୟ ଆଜି ମଧ୍ୟ କମ୍ ରହିଛି । ରୂପା କିଲୋଗ୍ରାମ ପ୍ରତି ୬୧,୪୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।

author-image
Pallipuspa Samal
gold rate today

gold rate today

 ନୂଆଦିଲ୍ଲୀ: ଗତକାଲି ୨୨ କ୍ୟାରେଟ ସୁନା ଦର ୪୪,୩୨୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୩୮୦ ଟଙ୍କା ରହିଥିଲା। ଭାରତୀୟ ବଜାରରେ ଆଜି ସୁନା ଦର ୪୧୦ ଟଙ୍କା ବୃଦ୍ଧି ପାଇଛି । ଆଜି ୨୨ କ୍ୟାରେଟ ସୁନା ଦର ୪୪, ୬୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮, ୭୯୦ ଟଙ୍କା ହୋଇଛି । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୫,୩୦୦ ଟଙ୍କା ଓ ୪୯,୫୨୦ ଟଙ୍କା ହୋଇଛି ।

Advertisment

ଦେଶର ପ୍ରମୁଖ ସହରରେ ସୁନାର ଦାମ୍ ଅଲଗା ଅଲଗା ରହିଛି । ନୂଆଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟରେ ୪୭, ୮୫୦ ଟଙ୍କା ଓ ୫୨,୨୦୦ଟଙ୍କା ରହିଛି। ସେହିପରି ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୭,୭୨୦ଟଙ୍କା ଓ ୪୮, ୭୨୦ ଟଙ୍କା ଥିବା ରେକର୍ଡ ହୋଇଛି । ଏହାଛଡ଼ା ଦେଶର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୨୨ କ୍ୟାରେଟ ମୂଲ୍ୟରେ ୪୭,୯୫୦ ଟଙ୍କା ଓ ୨୪ କ୍ୟାରେଟ ମୂଲ୍ୟ ୪୭,୯୫୦ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୬,୨୦୦ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୦,୪୦୦ଟଙ୍କା ଥିବା ରେକର୍ଡ ହୋଇଛି ।

gold rate todaygold rate today

ସେହିପରି ଆଜି ରୂପା ମୂଲ୍ୟ ମଧ୍ୟ କମ୍ ରହିଛି । ଆଜି ରୂପା କିଲୋଗ୍ରାମ ପ୍ରତି ୬୧,୪୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି। ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।

Advertisment
Gold Rate Today
Advertisment
Advertisment