• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସିନେମା ଘରୁ ଏବେ କୋର୍ଟ ରୁମ୍ କୁ ଗଲାଣି କାଶ୍ମୀର ଫାଇଲ୍ସ । ରିଲ୍ ନୁହେଁ ୯୦ ଦଶକରେ କାଶ୍ମୀର ଭ୍ୟାଲିରେ ଘଟିଥିବା ରିଅଲ କାଶ୍ମୀର ଫାଇଲ୍ସ ଘଟଣା ଏବେ କୋର୍ଟରେ ପହଞ୍ଚିଛି । ୩୧ ବର୍ଷ ଧରି ନିଜ ଘରୁ ବିତାଡ଼ିତ ହୋଇ ନ୍ୟାୟ ଅପେକ୍ଷାରେ ଥିବା କାଶ୍ମୀର ପଣ୍ଡିତମାନେ ଏବେ ଏହି ମାମଲାକୁ ପୁଣି ଥରେ କୋର୍ଟକୁ ନେଇଛନ୍ତି । ନରସଂହାରର ଜଲ୍ହାଦ୍‌ ବିଟା କରାଟେ ଓରଫ୍ ଫାରୁକ ଅହମ୍ମଦ ଦରକୁ ଦଣ୍ଡିତ କରି ସେମାନଙ୍କୁ ନ୍ୟାୟ ଦେବାକୁ କୋର୍ଟରେ ପହଞ୍ଚିଛନ୍ତି କାଶ୍ମୀର ପଣ୍ଡିତ । ଶ୍ରୀନଗର କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଛି ।

ଦୀର୍ଘ ୩୧ ବର୍ଷ ପରେ ଶ୍ରୀନଗରର ସେସ କୋର୍ଟ ବିଟା କରାଟେ ମାମଲାର ଶୁଣାଣି ପାଇଁ ରାଜି ହୋଇଛନ୍ତି । ୩୧ ବର୍ଷ ତଳେ ବିଟା କରାଟେ ପାଖାପାଖି ୪୨ ଜଣ କାଶ୍ମୀର ପଣ୍ଡିତଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ନିଜେ ବିଟା କରାଟେ ଏହି କଥା ବିଭିନ୍ନ ସମୟରେ ଗଣମାଧ୍ୟମରେ ସାକ୍ଷାତକାର ଦେଇ ବୟାନ କରିଛନ୍ତି । ବିଟା କରାଟେ ପ୍ରଥମେ ହତ୍ୟା କରିଥିବା ସତୀଶ ଟିକ୍କୋଙ୍କ ପରିବାର ସଦସ୍ୟ ନ୍ୟାୟ ପାଇବା ପାଇଁ ତିନି ଦଶନ୍ଧି ପରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀ ବିଟା କରାଟେ ବର୍ଷ ବର୍ଷ ଧରି ଖୋଲାରେ ବୁଲିବା ସହ ଜାମ୍ମୁ କାଶ୍ମୀର ଲିବେରସନ ଫ୍ରଣ୍ଟ ବା JKLFର ନେତୃତ୍ୱ ନେଇଥିଲା । ୧୯୯୦ ଜୁନ୍‌ରେ ସେ ଗିରଫ ହେବା ପର୍ଯ୍ୟନ୍ତ ଉପତ୍ୟାକାରୁ କାଶ୍ମୀର ପଣ୍ଡିତଙ୍କୁ ବିତାଡ଼ିତ କରିବା ପାଇଁ ଅସ୍ତ୍ର ଉଠାଇଥିଲା । ଶ୍ରୀନଗର କୋର୍ଟରେ ବର୍ତ୍ତମାନ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିବାରୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ନେତା ଦାବି କରିଛନ୍ତି।