Advertisment

ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଏଗଜାମ୍ ଓ୍ୱାରିୟର୍ସ, ଓଡ଼ିଆ ଭାଷାରେ ବି ଉପଲବ୍ଧ

ଚାପମୁକ୍ତ ରହି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବେ, ସେନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବଂ ପରାମର୍ଶ ରହିଛି।

author-image
Chandan Shishu
 the book Exam Warriors is now available in 13 languages.

the book Exam Warriors is now available in 13 languages.

ବୋର୍ଡ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଇଁ ଆସିଯାଇଛି ଏଗଜାମ୍ ଓ୍ୱାରିୟର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବହିର ନୂଆ ସଂସ୍କରଣକୁ ଜାରି କରିଛନ୍ତି। ତେବେ ବଡ କଥା ହେଉଛି ଯେ, ଏବେ ଏହା ଓଡ଼ିଆ ସମେତ ୧୩ଟି ଭାଷାରେ ଉପଲବ୍ଧ ହେଉଛି। ଆଜି ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି ଯେ, ପରୀକ୍ଷା ପାଇଁ ଉଭୟ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ଏହି ବହି ସଫଳତାର ମନ୍ତ୍ର ଦେବ।

Advertisment

ଛାତ୍ରଛାତ୍ରୀ କିଭଳି ଚାପମୁକ୍ତ ରହି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବେ, ସେନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବଂ ପରାମର୍ଶ ରହିଛି। ଏଗଜାମ୍ ଓ୍ୱାରିୟର୍ସରେ ବର୍ତ୍ତମାନ ଏହା ଓଡ଼ିଆ ସମେତ ହିନ୍ଦି, ଇଂରାଜୀ, ତାମିଲ, ତେଲୁଗୁ, ମାଲାୟଲମ୍, କାନାଡା, ଆସାମୀ, ଗୁଜରାଟୀ, ମରାଠୀ, ପଞ୍ଜାବୀ, ଉର୍ଦ୍ଦୁ ଏବଂ ବଙ୍ଗାଳୀ ଭାଷାରେ ଉପଲବ୍ଧ ହେଉଛି। 

Advertisment
Advertisment