/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663748127.jpg)
City Traffic change life
ରାସ୍ତାରେ ଟ୍ରାଫିକ ଜାମରେ ଥରେ ଯିଏ ଫସିଥିବ ସେ ଜାଣିଥିବ ଏମିତି ଫସିବାର କଷ୍ଟ। ଯେତେ କଷ୍ଟ ହେଲେ ବି ବଡ ବଡ ସହରରେ ଏମିତି ଟ୍ରାଫିକରେ ଫସିବାକୁ ସମସ୍ତେ ବାଧ୍ୟ। କିନ୍ତୁ ଏହି ବିରକ୍ତିକର ଟ୍ରାଫିକ ଜାମ ବେଳେବେଳେ ଏକ ମଧୁର ସ୍ମୃତି ହୋଇ ରହିଯାଏ। ଟ୍ରାଫିକ୍ ଜାମରେ ଫସି ଯାଇଥିବା ଏହି ସମୟ ବେଳେବେଳେ ଜୀବନର ଗତିପଥକୁ ବଦଳାଇ ଦେଇଥାଏ। ଆଇଟି ସହର ବେଙ୍ଗାଲୁରରେ ଯଦି କେବେ ଟ୍ରାଫିକ ଜାମରେ ଆପଣ ଫସିଥିବେ ତାହାର ଅନୁଭୂତି ନିଶ୍ଚୟ ଜାଣିଥିବେ। ଏମିତି ଟ୍ରାଫିକ ଜାମରୁ ଏମାନଙ୍କର ଆରମ୍ଭ ହୋଇଥିଲା ପ୍ରେମ କାହାଣୀ ଆଉ ପରବର୍ତ୍ତୀ ସମୟରେ ଏହି ପ୍ରେମ ଦେଇଥିଲା ଜୀବନସାଥୀ। ଟ୍ରାଫିକ ଜାମ୍ରୁ ଜୀବନସାଥୀ ପାଇଥିବା ଏହି ବ୍ୟକ୍ତି ଜଣକ ନିଜ ନାଁ ପ୍ରକାଶ ନ କରି ଟୁଇଟରରେ ନିଜ ଲଭ ଷ୍ଟୋରୀକୁ ସେୟାର କରିଛନ୍ତି।
ଏହି ରେଡିଟ୍ ୟୁଜର ଜଣକ କହିଛନ୍ତି, ସେ ତାଙ୍କ ପତ୍ନୀଙ୍କୁ ବେଙ୍ଗାଲୁରର ସନି ୱାର୍ଲଡ ସିଗ୍ନାଲରେ ଭେଟିଥିଲେ। ପରେ ଉଭୟ ଭଲ ବନ୍ଧୁ ହୋଇଥିଲେ। ବାଙ୍ଗାଲୋରର ଇଜିପୁରା ଫ୍ଲାଏଓଭର ନିର୍ମାଣ କାମ ଚାଲିଥିବାବେଳେ ସେମାନେ ଟ୍ରାଫିକ ଜାମରେ ଫସି ଯାଇଥିଲେ। ସେଠାରେ ଦେଖା ହେବା ପରେ ସେମାନେ ଅନ୍ୟ ରାସ୍ତାରେ ଆସିବାକୁ ବାଧ୍ୟ ହୋଇଥିଲେ। କାରଣ ଟ୍ରାଫିକ ଜାମରେ ଫସି ଉଭୟେ ବିରକ୍ତ ହୋଇ ପଡ଼ିଥିଲେ ଏବଂ ଉଭୟଙ୍କୁ ଭୋକ ମଧ୍ୟ ଲାଗୁଥିଲା। ଉଭୟେ ଏକାଠି ଡିନର କରିବାକୁ ଗଲେ। ଏହା ପରଠାରୁ ତାଙ୍କ ସମ୍ପର୍କ ଆଗକୁ ବଢିଥିଲା ଏବଂ ପରସ୍ପରକୁ ଡେଟିଂ କରିବାକୁ ଆରମ୍ଭ କରିଥିଲେ। ତେବେ ଆଇଟ ହବ୍ କୁହାଯାଉଥିବା ବାଙ୍ଗାଲୋରରେ ଏମିତି ନିର୍ମାଣ କାମ କେତେ ବିରକ୍ତିକର ତାହାକୁ ମଧ୍ୟ ସେ ନିଜର ଏହି ପ୍ରେମ କାହାଣୀର ଯୋଡିଛନ୍ତି।
ଏହି ଘଟଣା ୫ ବର୍ଷ ତଳର। ତଥାପି ସେ ଫ୍ଲଏ ଓଭରର ନିର୍ମାଣ କାମ ଆଜିଯାଏ ଶେଷ ହୋଇ ନାହିଁ। ଟ୍ରାଫିକ ଜାମ୍ରେ ଉଭୟଙ୍କ ଦେଖା, ୩ ବର୍ଷର ଡେଟିଂ ଏବଂ ୨ ବର୍ଷର ବୈବାହିକ ଜୀବନ ବିତି ଯାଇଥିଲେ ହେଁ ଅଢେଇ କିଲୋମିଟରର ଏହି ଫ୍ଲାଏ ଓଭରର ନିର୍ମାଣ କାମ ଏଯାଏ ଶେଷ ନ ହେବା ଦୁଃଖର ବିଷୟ ବୋଲି ସେ କହିଛନ୍ତି।
ତାଙ୍କର ଏହି ଟୁଇଟକୁ ୪ ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି। ଅନେକ ୟୁଜର୍ସ ତାଙ୍କର ଏହି ପ୍ରେମ କାହାଣୀକୁ ପସନ୍ଦ କରିବା ସହ ନିଜର ତିକ୍ତ ଅନୁଭୂତିକୁ ମଧ୍ୟ ସେୟାର କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)